'ହାଉସଫୁଲ୍ ୫' ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ଏହି ସମସ୍ତ ଅଭିନେତା
Housefull 5 Cast: ଗତ କିଛି ମାସ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପାଇଁ କିଛି ଖାସ୍ ନଥିଲା । ଗୋଟିଏ ପରେ ଗୋଟିଏ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହେଉଥିଲା । ଯଦି ଆମେ 2024 ବର୍ଷ ବିଷୟରେ କଥା ହେବା, ତେବେ ସେ ଚଳିତ ବର୍ଷ ତିନୋଟି ଚଳଚ୍ଚିତ୍ର ରିଲିଜ୍ ହୋଇଛି ହେଲେ ସମସ୍ତ ତିନୋଟି ଚଳଚ୍ଚିତ୍ର କିଛି ଖାସ୍ ବ୍ୟବସାୟ କରିପାରି ନାହିଁ ।
ବକ୍ସ ଅଫିସରେ କ୍ରମାଗତ ଫ୍ଲପ୍ ଦେବା ସତ୍ୱେ ଅକ୍ଷୟଙ୍କ ପାଖରେ ଫିଲ୍ମକ କମି ନାହିଁ । ତାଙ୍କର ହାତରେ ଏବେ ବହୁ ଫିଲ୍ମ ଅଫର୍ ରହିଛି । ସେହି ସମସ୍ତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି 'ହାଉସ୍ଫୁଲ୍ 5' । ଏହା ହେଉଛି ଲୋକପ୍ରିୟ ଫ୍ରାଞ୍ଚାଇଜ୍ 'ହାଉସଫୁଲ୍'ର ପରବର୍ତ୍ତୀ ଭାଗ । ଅକ୍ଷୟଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

ଅକ୍ଷୟ କୁମାର ସୋସିଆଲ ମିଡିଆ ମାଧ୍ୟମରେ ହାଉସଫୁଲ 5 ର ଷ୍ଟାରକାଷ୍ଟକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ସିନେମା ଇଣ୍ତଷ୍ଟ୍ରିର ଅନେକ ବଡ଼ ବଡ଼ କଳାକାର ଏହି ଫିଲ୍ମରେ ଆସିବେ ନଜର । ଅଭିନେତା ଡିନୋ ମୋରିୟାଙ୍କୁ ବହୁ ଦିନ ପରେ ଏହି ସିନେମାରେ ଦେଖିବା ପାଇଁ ମିଳିବ । ଅକ୍ଷୟ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି ।
ଏଥିରେ ଡିନୋ ମୋରିୟାଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅଭିଷେକ ବଚ୍ଚନ ଏବଂ ରିତେଶ ଦେଶମୁଖ ମଧ୍ୟ ନଜର ଆସିଛନ୍ତି। ଅକ୍ଷୟ କୁମାର ସେୟାର କରିଥିବା ଏହି ଫଟୋରେ ସମସ୍ତ କଳାକାର ପୋଜ୍ ଦେଉଥିବାର ଦେଖିବାକୁ ମିଳୁଛି । ନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରି ଅକ୍ଷୟ କୁମାର କ୍ୟାପସନରେ ଲେଖିଛନ୍ତି, 'ଏହି ଅଦ୍ଭୁତ କାଷ୍ଟ ସହିତ ଆଉ ଏକ ଦିନ । ଅକ୍ଷୟଙ୍କ 'ହାଉସଫୁଲ୍ 5' ବର୍ତ୍ତମାନ ଜୁନ୍ 6, 2025 ରେ ମୁକ୍ତିଲାଭ କରିବା ନେଇ ସୂଚନା ରହିଛି । ହେଲେ ପୂର୍ବରୁ ଏହି ସିନେମା ଦୀପାବଳି ଅବସରରେ ମୁକ୍ତିଲାଭ କରିବାର ଥିଲା ।












Click it and Unblock the Notifications