ଥମୁନି ଫିଲ୍ମ 'ପଠାନ୍'ର କ୍ରେଜ୍, ୯୦୦ କୋଟି କ୍ଲବ ଛୁଇଁବା ପ୍ରସ୍ତୁତିରେ ଶାହାରୁଖଙ୍କ ଫିଲ୍ମ
ଦୁଇ ସପ୍ତାହ ମଧ୍ୟରେ ୮୮୮ କୋଟିର ବ୍ୟବସାୟ କଲା 'ପଠାନ୍' । ଭାରତରେ ମୋଟ୍ ୫୫୧ କୋଟି ଏବଂ ବିଦେଶରେ ୩୩୭ର ଆୟ କରିଛି ।
ମୁମ୍ବାଇ:ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍' ବକ୍ସ ଅଫିସରେ ଧମାକେଦାର ଆୟ କରୁଛି । ଏହାର ଆୟ ଦିନକୁ ଦିନ ବୃଦ୍ଧି ପାଉଛି । କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ରେକର୍ଡ ବ୍ରେକ୍ କଲାପରି ବ୍ୟବାସାୟ କରୁଛି କିଙ୍ଗ୍ ଖାନଙ୍କର ଏହି ଫିଲ୍ମ । ବର୍ତ୍ତମାନ ଫିଲ୍ମର ଲାଟେଷ୍ଟ କଲେକ୍ସନର ରିପୋର୍ଟ ପ୍ରକାଶ ପାଇଛି । ଏହି ଚଳଚ୍ଚିତ୍ରଟି ଦୁଇ ସପ୍ତାହ ମଧ୍ୟରେ ୮୮୮ କୋଟି ଟଙ୍କାର ଆୟ କରିସାରିଛି ।
ସାରା ବିଶ୍ୱରେ 'ପଠାନ୍'ର ଆୟ
ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ବିଦେଶରେ ୪୧.୦୨ ମିଲିୟନ ଡ଼ଲାରର ବ୍ୟବସାୟ କରିଛି । ଏହି ଚଳଚ୍ଚିତ୍ର ହିନ୍ଦୀ ଭାଷାରେ କେବେଳ ୪୪୪.୫୦ କୋଟି ଆୟ କରିଛି । ଏଥି ସହିତ ଏହାର ଡବଡ୍ ସଂସ୍କରଣର ଆୟ ହେଉଛି ୧୬.୪୦ କୋଟି । ଏହିପରି ଭାବରେ,ସାରା ବିଶ୍ୱରେ ଏହି ଚଳଚ୍ଚିତ୍ରର ୮୮୮ କୋଟି ଟଙ୍କାର ବ୍ୟବସାୟ କରିଛି । ଯେଉଁଥିରେ ଭାରତର ମୋଟ୍ ୫୫୧ କୋଟି ଏବଂ ବିଦେଶରେ ୩୩୭ର ବ୍ୟବାସୟ କରିଛି ।

ଶାହାରୁଖଙ୍କ ଆକ୍ସନ୍ ଅବତାର ଜିଣୁଛି ଦର୍ଶକଙ୍କ ମନ
ଶାହରୁଖ ଖାନ 'ପଠାନ' ଫିଲ୍ମରେ ରଅ ଏଜେଣ୍ଟ ଭୂମିକାରେ ନଜର ଆସୁଛନ୍ତି । ଏଥିରେ ତାଙ୍କର ଆକ୍ସନ୍ ଏବଂ ବିପଜ୍ଜନକ ଷ୍ଟଣ୍ଟ୍ ଦର୍ଶକଙ୍କର ମନ ଜିଣୁଛି । ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ଜନ୍ ଆବ୍ରାହମ୍ ନଜର ଆସୁଛନ୍ତି । 'ପଠାନ'ରେ ଆଶୁତୋଷ ରାଣା ଏବଂ ଡିମ୍ପଲ୍ କାପାଡିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାଇତ୍ୱ ତୁଳାଇଛନ୍ତି ସିଦ୍ଧାର୍ଥ ଆନନ୍ଦ । ଯିଏ ପୂର୍ବରୁ ହ୍ରିତିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ସୁପରହିଟ୍ ଫିଲ୍ମ ୱାରର ନିର୍ଦ୍ଦେଶନା ଦେଇସାରିଛନ୍ତି ।
ଶାହାରୁଖ ଖାନଙ୍କୁ 'ଜୱାନ'ରେ ଦେଖିବାକୁ ମିଳିବ
'ପଠାନ' ପରେ ଶାହରୁଖ ଖାନଙ୍କୁ ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ର ଜୱାନରେ ଦେଖିବାକୁ ମିଳିବ । ଯାହାର ସୁଟିଂରେ ବ୍ୟସ୍ତ ଅଛନ୍ତି କିଙ୍ଗ୍ ଖାନ୍ । କିଛି ଦିନ ପୂର୍ବରୁ ଫିଲ୍ମ 'ଜୱାନ୍'ର ସେଟରୁ ଏକ ଫଟୋ ସୋସିଆଲ ମିଡିଆରେ ଭାଇରେଲ ହୋଇଥିଲା । ଶାହରୁଖ ଖାନଙ୍କ ମୁହଁରେ ବ୍ୟାଣ୍ଡେଜ୍ ଲଗାଇଥିବାର ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications