ବିବାହିତ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର, ମିସ୍ ୟୁନିଭର୍ସରେ ନେଇ ପାରିବେ ଭାଗ
Miss Universe :There Is Great Opportunity For Married Worman To Participate In Miss Universe Contest .ବିବାହିତ ମହିଳାମାନଙ୍କ ପାଇଁ ଏକ ବଡ଼ ଖୁସି ଖବର, ମିସ୍ ୟୁନିଭର୍ସରେ ନେଇ ପାରିବେ ଭାଗ
ମୁମ୍ବାଇ: ବଦଳିଲା ମିସ୍ ୟୁନିଭର୍ସ ପ୍ରତିଯୋଗିତାର ନିୟମ । ଏଣିକି ବିବାହିତ ମହିଳା ମଧ୍ୟ ନେଇ ପାରିବେ ଭାଗ । ମିସ୍ ୟୁନିଭର୍ସ ୭୦ବର୍ଷ ପୁରୁଣା ଅବସରରେ ନିୟମ ପରିବର୍ତ୍ତନ କରିଛି । ବିବାହିତ ମହିଳାମାନେ ମଧ୍ୟ ଏହି ବ୍ୟୁଟି ପ୍ରତିଯୋଗୀତାରେ ଭାଗ ନେଇ ପାରିବେ । ମିସ୍ ୟୁନିଭର୍ସରେ ଭାଗ ନେବା ମୁକୁଟ ପିନ୍ଧିବାର ସ୍ୱପ୍ନ ଅନେକ ଝିଅ ଦେଖିଥାନ୍ତି । ଦେଶର ଅନେକ ସୁନ୍ଦରୀମାନେ ପ୍ରତିଯୋଗୀତାରେ ଭାଗ ନେଇଥାନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏଣିକି କେବେଳ ସିଙ୍ଗଲ୍ ଏବଂ ଅବିବାହିତ ମହିଳାମାନେ ମିସ୍ ୟୁନିଭର୍ସରେ ଅଂଶଗ୍ରହଣ କରିଆସୁଛନ୍ତି । ୧୮ ରୁ୨୮ ବର୍ଷ ବୟସର ମହିଳା ହିଁ ଏହି ପ୍ରତିଯୋଗିତାରେ ଭାଗ ନେଇଥାନ୍ତି । ତେବେ ଏହି ପ୍ରତିଯୋଗିତା ନିୟମ ଅନୁସାରେ ଯେପର୍ଯ୍ୟନ୍ତ ମୁକୁଟ ବିଜେତାଙ୍କ ପାଖରେ ଥିବ, ସେ ପର୍ଯ୍ୟନ୍ତ ତାଙ୍କୁ ଅବିବାହିତ ଏବଂ ସନ୍ତାନ ନ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥାଏ । କିନ୍ତୁ ବର୍ତ୍ତମାନ ନିୟମକୁ ପରିବର୍ତ୍ତନ କରାଯାଇଛି ଯଥା ୨୦୨୩ ରେ ଅନୁଷ୍ଠିତ ହେବାକୁ ଥିବା ୭୨ ତମ ମିସ୍ ୟୁନିଭର୍ସ ପେଜେଣ୍ଟରେ ବିବାହିତ ଏବଂ ମା'ମାନଙ୍କୁ ମଧ୍ୟ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

ମିସ୍ ୟୁନିଭର୍ସର ଏହି ନୂଆ ପରିବର୍ତ୍ତନକୁ ନେଇ ଲୋକେ ବହୁତ ଖୁସି ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି ଏହି ପରିବର୍ତ୍ତନ । ୨୦୨୦ର ମିସ୍ ୟୁନିଭର୍ସ ମୁକୁଟ ଜିତିଥିବା ମେକ୍ସିକୋର Andrea Meza ମଧ୍ୟ ଏହି ପରିବର୍ତ୍ତନକୁ ପ୍ରଶଂସା କରିଛନ୍ତି । ଏହି ନିଷ୍ପତ୍ତିକୁ ସମର୍ଥନ କରି ସେ କହିଛନ୍ତି ଯେ ଏହି ନିଷ୍ପତ୍ତିରେ ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି, ପୂର୍ବରୁ କେବଳ ଏହି ଅଧିକାର ପୁରୁଷମାନଙ୍କ ପାଖରେ ଥିଲା କିନ୍ତୁ ବର୍ତ୍ତମାନ ମହିଳାଙ୍କ ପାଖରେ ମଧ୍ୟ ସମାନ ଅଧିକାର ରହିଛି । ତେବେ ୨୦୨୦ ମସିହାରେ ମିସ୍ ୟୁନିଭର୍ସ ଟ୍ରଫି ଜିତିଥିବା Andrea Mezaଙ୍କ ଉପରେ ବିବାହର ଅଭିଯୋଗ ଲାଗିଥିଲା ।













Click it and Unblock the Notifications