Get Updates
Get notified of breaking news, exclusive insights, and must-see stories!

ସାରା ବିଶ୍ୱ କରିଛି ଫିଲ୍ମ 'ପଠାନ୍'ର ଅପେକ୍ଷା, ଆରମ୍ଭ ହେଲାଣି ଆଡଭାନ୍ସ ବୁକିଂ

ସାରା ବିଶ୍ୱ କରିଛି ଫିଲ୍ମ 'ପଠାନ୍'ର ଅପେକ୍ଷା, ଆରମ୍ଭ ହେଲାଣି ଆଡଭାନ୍ସ ବୁକିଂ । ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ୟୁଏଇରେ ଶାହରୁଖ ଖାନଙ୍କ 'ପଠାନ' ପାଇଁ ଟିକେଟ୍ ଆଗୁଆ ବୁକିଂ ଚାଲିଛି ।

Pathaan Advance Booking:ସାରା ବିଶ୍ୱରେ ରହିଛନ୍ତି ବଲିଉଡ ସିନେମାର ସୁପରଷ୍ଟାର ଶାହରୁଖ ଖାନଙ୍କ ଫ୍ୟାନ୍ସ । ଆଜିକା ତାରିଖରେ ପ୍ରଶଂସକ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପଠାନ'କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଯାହାର ପ୍ରମାଣ 'ପଠାନ'ର ଆଡଭାନ୍ସ ବୁକିଂ । ଆଜ୍ଞା ହଁ କିଙ୍ଗ୍ ଖାନଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରଟି ଚଳିତ ମାସ ଜାନୁଆରୀ ୨୫ରେ ରିଲିଜ୍ ହେବାପାଇଁ ଆଉଛି ହେଲେ ଆରମ୍ଭ ହୋଇଯାଇଛି ସିନେମାର ଆଗୁ ବୁକିଂ । ଆଉ ସବୁଠୁ ଆଗରେ ରହିଛି ଭାରତ । ସେହିପରି ବେଦଶରେ ମଧ୍ୟ ଟିକେଟର ଆଡଭାନ୍ସ ବୁକିଂ ଦ୍ରୁତ ଗତିରେ ଚାଲିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପଠାନର ଆୟ ଆପଣଙ୍କୁ ଆଶ୍ଚର୍ଯ୍ୟ ନିଶ୍ଚୟ କରିବ ।

Pathaan

ବିଦେଶରେ ହେଉଛି 'ପଠାନ'ର ଆଡଭାନ୍ସ ବୁକିଂ

ଶାହରୁଖ ଖାନଙ୍କ 'ପଠାନ'ର ଟ୍ରେଲର ସମସ୍ତ ଫ୍ୟାନ୍ସଙ୍କର ହୃଦୟ ଜିଣିଛି । ଖାସ୍ ସେଥିପାଇଁ ସିନେପ୍ରେମୀ 'ପଠାନ୍' ଦେଖିବା ପାଇଁ କରିଛନ୍ତି ଉତ୍ସାହର ସହ ଅପେକ୍ଷା । ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ, ଜର୍ମାନୀ ଏବଂ ୟୁଏଇରେ ଶାହରୁଖ ଖାନଙ୍କ 'ପଠାନ' ପାଇଁ ଟିକେଟ୍ ଆଗୁଆ ବୁକିଂ ଚାଲିଛି । ପ୍ରଥମ ଦିନରେ କିଙ୍ଗ ଖାନଙ୍କ ପଠାନଙ୍କୁ ଦେଖିବା ପାଇଁ କେବଳ ଜର୍ମାନୀରେ ହିଁ ପ୍ରାୟ 4500 ଟିକେଟ୍ ର ଆଡଭାନ୍ସ ବୁକିଂ ସରିଛି ।

ସେହିପରି ଏହି ସପ୍ତାହ ଶେଷରେ ଫିଲ୍ମ 'ପଠାନ' ଦେଖିବା ପାଇଁ ଜର୍ମାନୀରେ ପ୍ରାୟ 9000 ଟିକେଟ୍ ବୁକ୍ ହୋଇସାରିଛି । ଏହା ବ୍ୟତୀତ ଅଷ୍ଟ୍ରେଲିଆରେ ଶାହାରୁଖଙ୍କ ପଠାନ ପାଇଁ 3000 ରୁ ଅଧିକ ଟିକେଟ ବୁକ୍ ହୋଇସାରିଲାଣି । ଏଥି ସହିତ ୟୁଏଇରେ ମଧ୍ୟ 'ପଠାନ'ର 3500ଟି ଟିକେଟ୍ ବିକ୍ରି ହୋଇସାରିଛି ।

ଜାନୁଆରୀ 25 ତାରିଖରେ ରିଲିଜ୍ ହେବ 'ପଠାନ୍'

ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ଶାହରୁଖ ଖାନ ଫିଲ୍ମ 'ପଠାନ' ମାଧ୍ୟମରେ ବକ୍ସ ଅଫିସରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ନଜର ରହିଛି କିଙ୍ଗ୍ ଖାନଙ୍କ ଉପରେ । ଜାନୁଆରୀ 25 ତାରିଖରେ ପ୍ରେକ୍ଷାଳୟରେ ରିଲିଜ୍ ହେବ 'ପଠାନ୍'

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+