ଫିଲ୍ମ 'ଲାଇଗର'ରେ କଣ୍ଠଦାନ କଲେ ବିଜୟ ଦେବରକୋଣ୍ଡା
କରଣ ଜୋହର ନିର୍ମିତ ଫିଲ୍ମ 'ଲାଇଗର'ର ନୂଆ ଗୀତ ରିଲିଜ ହୋଇଛି। 'ୱାଟ ଲଗା ଦେଙ୍ଗେ ' ଗୀତରେ କଣ୍ଠଦାନ କରିଛନ୍ତି ସାଉଥ ହିରୋ ବିଜୟ ଦେବରକୋଣ୍ଡା ଏବଂ ଲେଖିଛନ୍ତି ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ।
ମୁମ୍ବାଇ: କରଣ ଜୋହର ନିର୍ମିତ ଫିଲ୍ମ 'ଲାଇଗର'ର ନୂଆ ଗୀତ ରିଲିଜ ହୋଇଛି। 'ୱାଟ ଲଗା ଦେଙ୍ଗେ ' ଗୀତରେ କଣ୍ଠଦାନ କରିଛନ୍ତି ସାଉଥ ହିରୋ ବିଜୟ ଦେବରକୋଣ୍ଡା ଏବଂ ଲେଖିଛନ୍ତି ନିର୍ଦ୍ଦେଶକ ପୁରୀ ଜଗନ୍ନାଥ । ଏହି ଫିଲ୍ମରର ଟ୍ରେଲର ଗୁରୁବାର ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଅଗଷ୍ଟ 25ରେ ରିଲିଜ ହେବାକୁ ଯାଉଛି ।

ଫିଲ୍ମରେ ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ ଅନନ୍ୟା ପାଣ୍ଡେ । ଦୁହେଁ ଏହି ଫିଲ୍ମରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି । ଗତ ବର୍ଷ ଫେବୃଆରୀ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରରେ ରାମ୍ୟା କୃଷ୍ଣନ୍ ମଧ୍ୟ ନଜର ଆସିବେ । ଦକ୍ଷିଣ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଗୀତଟି ରିଲିଜ ହେବା ପରେ ବିଜୟ ଦେବରକୋଣ୍ଡା ନିଜର ସୋସିଆଲ ମିଡିଆରେ ଗୀତଟିକୁ ସେୟାର କରିବା ପରେ ଦର୍ଶକ ବହୁଳ ମାତ୍ରାରେ ଦେଖିଥିବା ଦେଖାଯାଇଛି। ତେବେ କେବଳ ବିଜୟ ନୁହନ୍ତି ଅଭିନେତ୍ରୀ ସାମନ୍ଥା ମଧ୍ୟ ଗୀତଟିକୁ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରି ଖୁବ ପ୍ରଂଶସା କରିଛନ୍ତି ।
India!
Presenting, The Liger attitude -Podham. Kotladudham.
Sabki #WaatLagaDenge 🤙- https://t.co/WNZJw6dnS4#LIGER #LigerOnAug25th pic.twitter.com/hz9yWRYpob
— Vijay Deverakonda (@TheDeverakonda) July 29, 2022
ଫିଲ୍ମର ପୋଷ୍ଟର ଅତି ସୁନ୍ଦର ରହିଥିବା ବେଳେ ଟ୍ରେଲରକୁ ଖୁବ ପ୍ରଂସଶା କରିଛନ୍ତି ଦର୍ଶକ। ତେବେ ଏହି ଯୋଡିଙ୍କ ଅଭିନୟ ଦର୍ଶକଙ୍କ ମନକୁ କେତେ ଛୁଇଁ ପାରୁଛି ତାହା ଦେଖିବା ବାକି ରହିଲା । । ଫିଲ୍ମଟି ତେଲୁଗୁ, ହିନ୍ଦି, ମାଲାୟଲମ, କନ୍ନଡ ଏବଂ ତାମିଲ ଭାଷାରେ ପ୍ରେକ୍ଷାଳୟକୁ ଆସିବ ।
This is unbelievably cool 🔥#WaatLagaDenge #Liger @TheDeverakonda https://t.co/71U1N8qRcM
— Samantha (@Samanthaprabhu2) July 29, 2022












Click it and Unblock the Notifications