ରିଲିଜ୍ ହେଲା ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର୍'

The Vaccine War First Review: ପ୍ରଶଂସକମାନେ ଉତ୍ସାହର ସହିତ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ ଭ୍ୟାକ୍ସିନ୍ ୱାର୍'ର ରିଲିଜକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି, ଆଜି ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ନାନା ପାଟନେକର, ପଲ୍ଲଭି ଯୋଶୀ, ଅନୁପମ ଖେର, ରାଇମା ସେନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି।

The Vaccine War First Review

କାଶ୍ମୀର ଫାଇଲ ପରେ ବିବେକ ଅଗ୍ନିହୋତ୍ରିଙ୍କ ଫ୍ୟାନ୍ସଙ୍କ ଆଶା ବଢିଯାଇଛି । ତେବେ ଦର୍ଶକଙ୍କ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି ବିବେକ ଅଗ୍ନିହୋତ୍ରି । 'ଦ ଭ୍ୟାକ୍ସିନ୍ ୱାର୍'କୁ ଦର୍ଶକଙ୍କର ବଜେଟିଭ୍ କମେଣ୍ଟ ଆସିବା ଆରମ୍ଭ ହୋଇଯାଇଛି ।

ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ପ୍ରଥମ ସମୀକ୍ଷା ଦେଇଛନ୍ତି । ସେ ଏହି ଚଳଚ୍ଚିତ୍ରକୁ ପାୱରଫୁଲ୍ ବୋଲି ବର୍ଣ୍ଣନା କରିଛନ୍ତି । ତରନ୍ ଆଦର୍ଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି - ଭ୍ୟାକ୍ସିନ୍ ୱାର୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଯାହାକୁ ସମସ୍ତେ ଦେଖିବା ଉଚିତ୍ । ଏହା ପାୱାରଫୁଲ୍ ଏବଂ ପ୍ରେରଣାଦାୟକ, ଏଠି ହିରୋ ଆମ ଦେଶର ବୈଜ୍ଞାନିକ ମାନେ । ବିବେକ ଅଗ୍ନିହୋତ୍ରୀ 2ଘଣ୍ଟା 40 ମିନିଟ୍ ମଧ୍ୟରେ ସେମାନଙ୍କର ବଳିଦାନ ଏବଂ ଶକ୍ତିକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଛନ୍ତି । ଏହି ଫିଲ୍ମକୁ ସମସ୍ତ ଦେଖିବା ଉଚିତ୍ ।

ତରନ ଆଦର୍ଶ ଆହୁରି କହିଛନ୍ତି ଯେ, ଏହି ଚଳଚ୍ଚିତ୍ରରେ ମହିଳା ଶକ୍ତିକୁ ଅତ୍ୟନ୍ତ ସଚ୍ଚୋଟତାର ସହ ସେଲିବ୍ରେଟ୍ କରାଯାଇଛି । ଏହି ଚଳଚ୍ଚିତ୍ର ଜରିଆରେ ଦୀର୍ଘ ଦିନ ପରେ ନାନା ପାଟେକରଙ୍କୁ ବଡ ପରଦାରେ ଦେଖିବା ପାଇଁ ମିଳିବ । ତରନ ଆଦର୍ଶ କହିଛନ୍ତି ଯେ, ତାଙ୍କ ଅଭିନୟ ପାଇଁ ନାନା ପାଟେକରଙ୍କୁ ଜାତୀୟ ପୁରସ୍କାର ମିଳିବା ଉଚିତ୍। ସେ ଏହି ଚଳଚ୍ଚିତ୍ରକୁ 4 ଷ୍ଟାର୍ ଦେଇଛନ୍ତି ।

'ଭ୍ୟାକ୍ସିନ୍ ୱାର୍' ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ପଞ୍ଜାବୀ, ଭୋଜପୁରୀ, କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍, ଗୁଜୁରାତି ଏବଂ ମରାଠୀ ଭାଷାରେ ମୁକ୍ତିଲାଭ କରିଛି । ଏହା ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହାକୁ ପ୍ରଡ୍ୟୁସ୍ ପଲ୍ଲଭି ଯୋଶୀ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+