Get Updates
Get notified of breaking news, exclusive insights, and must-see stories!

ଓଟିଟି'ରେ ଡେବ୍ୟୁ କଲେ କାଜୋଲ,'The Trial'ଜିଣୁଛି ଫ୍ୟାନ୍ସଙ୍କ ମନ

The Trial:ଆଜିକାଲି ବଲିଉଡର ପ୍ରତ୍ୟେକ ବଡ଼ ବଡ଼ କଳାକାର ଓଟିଟି'ରେ ଡେବ୍ୟୁ କରୁଛନ୍ତି ଏବଂ ଦର୍ଶକଙ୍କ ମନ ଜିଣିବାରେ ମଧ୍ୟ ସଫଳ ହେଉଛନ୍ତି । ବର୍ତ୍ତମାନ ଡିଜନି ପ୍ଲସ୍ ହଟଷ୍ଟାରରେ ସିରିଜ୍ 'ଦ ଟ୍ରାଏଲ୍'ଜରିଆରେ OTT'ଜଗତରେ ପାଦ ରଖିଛନ୍ତି ଅଭିନେତ୍ରୀ କାଜୋଲ । କାଜୋଲଙ୍କ ସ୍ୱାମୀ ଅଜୟ ଦେବଗନ, ପାରାଗ ଦେଶାଇ, ଦୀପକ ଧର, ରାଜେଶ ଚଡାଙ୍କ ସହ ମିଶି ଏହି ଫିଲ୍ମକୁ ପ୍ରଡ୍ୟୁସ କରିଛନ୍ତି । ଅଭିନେତା ଅଜୟ ଦାବି କରିଛନ୍ତି ଏହି ସିରିଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ।

kajol

କ'ଣ ରହିଛି କାହାଣୀ
'The Trial'ସରିଜିରେ ନୋୟୋନିକା ସେନଗୁପ୍ତାଙ୍କ କାହାଣୀ ଦେଖିବା ପାଇଁ ମିଳିବ । ଯେଉଁ ଚରିତ୍ରରେ ନଜର ଆସିବେ କାଜୋଲ । ଯିଏ ଓକିଲାତି ଛାଡି ନିଜ ଘରର ଯତ୍ନ ନେଉଛନ୍ତି । ହେଲେ ପରବର୍ତ୍ତି ସମୟରେ ତାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସୁଛି । ତାଙ୍କ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆସିବାରେ ନୋୟୋନିକା ସେନଗୁପ୍ତାଙ୍କ ଜୀବନ ବଦଳିଯାଉଛି । ହେଲେ ସେ ହାର ନ ମାନି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଆଗକୁ କାହାଣୀ ଜାଣିବା ପାଇଁ ଆପଣଙ୍କୁ ଏହି ସିରିଜ୍ ଦେଖିବା ପାଇଁ ପଡିବ । ଏହାର କାହାଣୀ ରୋବର୍ଟ କିଙ୍ଗ ଏବଂ ମିସେଲ କିଙ୍ଗଙ୍କ ପ୍ରସିଦ୍ଧ ଆମେରିକୀୟ ଶୋ "ଦ ଗୁଡ୍ ୱାଇଫ"ରୁ ଅନୁପ୍ରାଣିତ ହୋଇଛି ।

ସୁପର୍ଣ ଭର୍ମାଙ୍କ ନିର୍ଦ୍ଦେଶନା ଖୁବ ଭଲ । ସେ ଫ୍ୟାମିଲି ମ୍ୟାନ୍ ଏବଂ ରାଣା ନାଇଡୁ ଭଳି ସିରିଜର ନିର୍ଦ୍ଦଶନା ଦେଇ ସାରିଛନ୍ତି । ଏହି ସିରିଜରେ ମଧ୍ୟ ତାଙ୍କ କାର୍ଯ୍ୟ ପ୍ରଶଂସା ସାଉଁଟୁଛି । ହେଲେ ଯଦି ସ୍କ୍ରିନ୍ ସ୍କ୍ରିପ୍ ଏବଂ ଲେଖା ଆଉ ଟିକିଏ ଭଲ ହୋଇଥାନ୍ତା ତେବେ ଏହି ୱେବ୍ ସିରିଜ୍ ଅଧିକ ରୋମାଞ୍ଚକ ହୋଇପାରିଥାନ୍ତା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+