ଏଥର ବକ୍ସ ଅଫିସରେ ରାଜ୍ କରିବେ ସଲମାନ ଖାନ, ରିଲିଜ୍ ପୂର୍ବରୁ ଟ୍ରେଣ୍ତରେ Sikandar
ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ସିକନ୍ଦର'ଇଦ ଅବସରରେ ମୁକ୍ତିଲାଭ କରିବ । ହେଲେ ଏପର୍ଯ୍ୟନ୍ତ ନିର୍ମାତା ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍ କରିନାହାଁନ୍ତି ଏବଂ ଏହା ପୂର୍ବରୁ 'ସିକନ୍ଦର'ର ନୂଆ ଫଟୋ ଭାଇରାଲ ହେଉଛି । ଟିଜର ଦେଖିବା ପରେ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା, ଯାହାର ଉତ୍ତର ଫିଲ୍ମର ପ୍ରଥମ ସମୀକ୍ଷାରେ ମଧ୍ୟ ଦେଖିବା ପାଇଁ ମିଳୁଛି ।
'ସିକନ୍ଦର'ର ଟିଜର ଦେଖିବା ପରେ ଅନେକ ସିନେ ପ୍ରେମୀ ଏହାକୁ ସାଉଥ୍ ଫିଲ୍ମର ରିମେକ ବୋଲି କହୁଛନ୍ତି । ହେଲେ 'ସିକନ୍ଦର' ଏକ ଆକ୍ସନ୍-ଥ୍ରୀଲର ଫିଲ୍ମ। ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୟ ଏହା ପ୍ରଥମ ଫିଲ୍ମ ।
#Exclusive ...
Quick Censor review...#Sikandar is explosive, intense & downright thrilling...🔥🔥🔥
And importantly it's 100% original & not a remake of any south movie.. 👍🔥#SalmanKhan𓃵 's swag 🔥..#RashmikaMandanna 's grace 👌..
Full #SikandarReview Soon.. pic.twitter.com/HxHuskd8St
— Always Bollywood (@AlwaysBollywood) March 21, 2025
ଅଲୱେଜ୍ ବଲିଉଡ୍ ନାମକ ଏକ ପୋର୍ଟାଲ୍ ସଲମାନ ଖାନଙ୍କ 'ସିକନ୍ଦର'ର ପ୍ରଥମ ସମୀକ୍ଷା X ରେ ସେୟାର କରିଛି। ଏଥିରେ ଲେଖା ଅଛି- 'କ୍ୱିକ୍ ସେନ୍ସର ରିଭ୍ୟୁ'। 'ସିକନ୍ଦର' ବିସ୍ଫୋରକ, ଜବରଦସ୍ତ ଏବଂ ସମ୍ପୂର୍ଣ୍ଣ ରୋମାଞ୍ଚକର ଭରା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ୧୦୦ ପ୍ରତିଶତ କୌଣସି ସାଉଥର ଚଳଚ୍ଚିତ୍ରର ରିମେକ୍ ନୁହେଁ। ଏହି ସିନେମାରେ ସଲମାନ ଖାନଙ୍କ ଓ ରଶ୍ମିକା କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ନିଶ୍ଚୟ ଜିଣିବ ।

ସାଜିଦ ନାଡିଆଡୱାଲାଙ୍କ ଦ୍ୱାରା ପ୍ରଯୋଜିତ ଏବଂ A.R. Murugadoss ଫିଲ୍ମର ନିର୍ଦ୍ଦେଶକ ଦେଇଛନ୍ତି । ଏହି ଫିଲ୍ମରେ ସଲମାନ ଖାନ ଏବଂ ରଶ୍ମିକାଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ସତ୍ୟରାଜଙ୍କୁ ଏକ ଖଳନାୟକ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ 'ସିକନ୍ଦର'ରେ କାଜଲ ଅଗ୍ରୱାଲ, ଶର୍ମନ ଜୋଶୀ ଏବଂ ଅଞ୍ଜିନୀ ଧାୱନ ମଧ୍ୟ ନଜର ଆସିବେ। ଫିଲ୍ମର ଟ୍ରେଲର ୨୩ ମାର୍ଚ୍ଚରେ ରିଲିଜ୍ ହେବ ଏବଂ ଏହା ୩୦ ମାର୍ଚ୍ଚରେ ସିନେମା ହଲରେ ଆସିବ।












Click it and Unblock the Notifications