ସେନା ଦିବସରେ ରିଲିଜ୍ ହେଲା ଦମଦାର ଫିଲ୍ମ 'ଫାଇଟର'ର ଟ୍ରେଲର, ଫ୍ୟାନ୍ସ ଦେଲେ ଏପରି କମେଣ୍ଟ
Fighter Trailer Out: ଦୀପିକା ପାଦୁକୋଣ, ଅନିଲ କପୁର ଏବଂ ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର'କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବା ପାଇଁ ମିଳୁଛି । ଟିଜର ରିଲିଜ୍ ପରେ ପ୍ରସଂକ ଟ୍ରେଲର ଅପେକ୍ଷାରେ ଥିଲେ । ବର୍ତ୍ତମାନ ସମସ୍ତଙ୍କ ଅପେକ୍ଷାର ଅନ୍ତ ହୋଇଛି । କାରଣ ରିଲିଜ୍ ହୋଇଯାଇଛି ଜବରଦସ୍ତ ଆକ୍ସନରେ ଭରପୁର ଫାଇଟରର ଟ୍ରେଲର । ଟ୍ରେଲରରେ ସମସ୍ତ ଆକ୍ଟରଙ୍କ ଅଭିନୟ ଜିଣୁଛି ଦର୍ଶକଙ୍କ ମନ ଏବଂ ଏଥିରେ ଚାରଚାନ୍ଦ ଲଗାଇଛି ହ୍ରିତିକ୍ ଓ ଦୀପିକାଙ୍କ ରୋମାନ୍ସ ।
ହ୍ରିତିକ ରୋଶନ ଫାଇଟରର ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଟ୍ରେଲର ସେୟାର କରି ସେ ଲେଖିଛନ୍ତି - ହୃଦୟ ଆକାଶ ନାଁରେ ଏବଂ ଜୀବନ ଦେଶ ନାଁ... ଜୟ ହିନ୍ଦ। ହ୍ରିତିକଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ ଲକ୍ଷ ଲକ୍ଷ କମେଣ୍ଟ ଓ ଲାଇକ୍ସର ବର୍ଷା ହେଉଛି ।

'ଫାଇଟର'ରେ ବାୟୁସେନାର ଦମଦାର ଅନ୍ଦାଜ୍ ଦେଖିବା ପାଇଁ ମିଳୁଛି । ଟ୍ରେଲରରେ ସ୍କାୱାର୍ଡ ମେମ୍ବର୍ସ ବିପଦର ସାମ୍ନା କରି ଦେଶକୁ ସୁରକ୍ଷା ଦେଉଥିବା ନଜର ଆସୁଛନ୍ତି । ଟ୍ରେଲରରେ ଯୋଦ୍ଧା ମାନଙ୍କର ବନ୍ଧୁତା, ପ୍ରେମ୍, ସାହସ ଏବଂ ବଳିଦାନର ସୌନ୍ଦର୍ଯ୍ୟ ଦୃଶ୍ୟ ଦେଖିବା ପାଇଁ ମିଳୁଛି । ଏହି ସିନେମାରେ ହ୍ରିତିକ୍ ରୋଶନଙ୍କୁ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ମିଳିବ । ଟ୍ରେଲରରେ ଏପରି କିଛି ଦୃଶ୍ୟ ରହିଛି ଯେହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।
ହ୍ରିତିକ ରୋଶନଙ୍କ ପୋଷ୍ଟରେ ଟ୍ରେଲର ଦେଖିବା ପରେ ପ୍ରଶଂସକ କମେଣ୍ଟ ଓ ଲାଇକ୍ସର ବର୍ଷା ହେଉଛି । ଅନେକ ଏହି ଟ୍ରେଲରକୁ ସେୟାର କରୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଜଣେ ୟୁଜର୍ କମେଣ୍ଟ କରି ଲେଖିଛନ୍ତି - 1000 କୋଟି ଲୋଡିଂ... ତେବେ କହିବା ପାଇଁ ଗଲେ ଫାଇଟରର ଟ୍ରେଲର ଦେଖିବା ପରେ ପ୍ରଶଂସକମାନଙ୍କ ଉତ୍ସାହ ଆହୁରି ବଢିଯାଇଛି ।
ହ୍ରିତିକ ରୋଶନ, ଦୀପିକା ପାଦୁକୋଣଙ୍କ ସହ ଅନିଲ କପୁର, ଅକ୍ଷୟ ଓବରୋଇ, କରଣ ସିଂ ଗ୍ରୋଭର, ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଜାନୁଆରୀ 25 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications