ସଲମାନ ଖାନଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଇଥିଲା ଗୋଲ୍ଡି ବରାର !

Salman Khan: ଭଲିଉଡ ଅଭିନେତା ସଲମାନ ଖାନଙ୍କୁ ମାର୍ଚ୍ଚା ୧୮ ତାରିଖରେ ଏକ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଯାହାକୁ ନେଇ ବର୍ତ୍ତମାନ ମୁମ୍ବାଇ ପୋଲିସ ଏକ ବଡ଼ ଅପଡେଟ୍ ଦେଇଛି । ସୂଚନା ଅନୁସାରେ, ଅଭିନେତାଙ୍କୁ ଆସିଥିବା ମେଲ୍ ବ୍ରିଟେନରେ ଲୁଚି ରହିଥିବା ଗୋଲ୍ଡି ବରାର୍ ପଠାଇଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏହି ପ୍ରସଙ୍ଗରେ ପୋଲିସ ଇଣ୍ଟରପୋଲର ସହାୟତା ନେଇଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ମୁମ୍ବାଇ ପୋଲିସ ଲିଗଲ୍ ଚ୍ୟାନେଲ ମାଧ୍ୟମରେ ବ୍ରିଟେନ ସରକାରଙ୍କୁ ଏକ ଚିଠି ପଠାଇଛି । ଏହି ଚିଠିରେ ମୁମ୍ବାଇ ପୋଲିସ ଇ-ମେଲ୍ ହୋଇଥିବା ସ୍ଥାନ ବିଷୟରେ ସୂଚନା ଦେଇଛି । ଏହା ସହିତ ପୋଲିସ ବ୍ରିଟେନ ସରକାରଙ୍କୁ ଆଇପି ଆଡ୍ରେସ୍ ମଧ୍ୟ ପଠାଇଛି । ପୋଲିସ ସନ୍ଦେହ କରୁଛି ଯେ, ଗୋଲଡି ବରାର ଏହି ଇମେଲ ପଠାଇଛି ବୋଲି । ତେବେ ବ୍ରିଟେନ ସରକାରଙ୍କ ତରଫରୁ ସୂଚନା ମିଳିବା ପରେ ଯଦି ସନ୍ଦେହ ସତ ହୋଇଥାଏ ତେବେ ମୁମ୍ବାଇ ପୋଲିସ ଖୁବ୍ ଶୀଘ୍ର ଗୋଲଡି ବରାର ବିରୋଧରେ ଆକ୍ସନ ନେଇପାରେ ।
ମାର୍ଚ୍ଚ ୧୮ରେ ସଲମାନ ଖାନଙ୍କ ଧମକପୂର୍ଣ୍ଣ ଇମେଲ ମିଳିଥିଲା । ଯାହା ପରେ ସଲମାନଙ୍କ ଟିମ୍ ତରଫରୁ ମୁମ୍ବାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଥିଲା । ପୋଲିସଠାରୁ ମିଳିଥିବା ସୂଚନା ଅନୁସାର, ପ୍ରଶାନ୍ତଙ୍କୁ ରୋହିତ ଗର୍ଗଙ୍କଠାରୁ ଏକ ଇମେଲ ମିଳିଥିଲା । ଇ-ମେଲରେ ସଲମାନ ଖାନଙ୍କୁ ଗୋଲ୍ଡିଙ୍କ ସହ କଥା ହେବା ପାଇଁ କୁହାଯାଇଥିଲା ଏବଂ ଏହା ସହ ଲରେନ୍ସ ବିଷ୍ଣୋଇଙ୍କ ଇଣ୍ଟରଭିୟୁ ଦେଖିବା ପାଇଁ ମଧ୍ୟ କୁହାଯାଇଥିଲା ।
ପ୍ରଶାନ୍ତ ଗୁଞ୍ଜାଲକରଙ୍କ ଅଭିଯୋଗ ପରେ ପୋଲିସ ଗୋଲ୍ଡି ବରାର୍ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିରୋଧରେ ଆଇପିସିର ଧାରା ୧୨୦ (B), ୩୪ ଏବଂ ୫୦୬(୨) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ।












Click it and Unblock the Notifications