ସ୍ତ୍ରୀ-2ର ସଫଳତା ପରେ ଅଭିନେତାଙ୍କୁ ମିଳିଲା ୩ଟି ସିନେମାର ଅଫର
Stree 2: ହରର କମେଡି ଚଳଚ୍ଚିତ୍ର ସ୍ତ୍ରୀ-2 ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ବକ୍ସଅଫିସରେ ଏହି ସିନେମା କରୁଛି ଜବରଦସ୍ତ ଆୟ । ସେହିପରି ଫିଲ୍ମର ସଫଳତା ନେଇ ଷ୍ଟାରକାଷ୍ଟ ମଧ୍ୟ ବେଶ ଖୁସ ଅଛନ୍ତି । ଇନଷ୍ଟାଗ୍ରାମରେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ 91.9 ନିୟୁତ ଫଲୋର୍ସ ଅଛନ୍ତି ଏବଂ ସେ ଇନଷ୍ଟାଗ୍ରାମରେ ସର୍ବାଧି ଫଲୋର୍ସ ସହ ଦ୍ୱିତୀୟ ଷ୍ଟାର ହୋଇପାରିଛନ୍ତି । ତେବେ ସ୍ତ୍ରୀ-2 ର ପରେ ଅଭିନେତା ଅଭିଷେକ ବାନାର୍ଜୀଙ୍କ ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏବେ ତାଙ୍କୁ ମୁଖ୍ୟ ଭୂମିକା ଅଫର୍ କରାଯାଉଛି ।

News 18 Showsha ସହ ଆଲୋଚନା ବେଳେ ସେ କହିଛନ୍ତି , ମୋତେ ପୂର୍ବରୁ ଏହି ସବୁ ଭୂମିକାର ପାଇଁ ଅଫର୍ ମିଳୁ ନଥିଲା । ଯେଉଁ ଅଫର ମିଳୁଥିଲା ତାହା କମ ବଜେଟର ଥିଲା । ହେଲେ ଗତ ସପ୍ତାହରେ ମୋତେ 3ଟି ଫିଲ୍ମର ଅଫର ମିଳିଛି । ମୁଁ ସ୍କ୍ରିପ୍ଟ ପଢିବି ଏବଂ ନିଶ୍ଚିତ କରିବି ଆଗକୁ କ'ଣ କରିବାର ଅଛି ।












Click it and Unblock the Notifications