ରାଜକୁମାର ରାଓଙ୍କ ଫିିଲ୍ମ 'ହିଟ୍' ର ସଫଳତା ,ଦେଖନ୍ତୁ ଦ୍ୱିତୀୟ ଦିନରେ କେତେ ରହିଛି ଫିଲ୍ମର ଆୟ
The success of film 'Hit', see how much the film has earned in the second dayରାଜକୁମାର ରାଓଙ୍କ ଫିିଲ୍ମ 'ହିଟ୍' ର ସଫଳତା ,ଦେଖନ୍ତୁ ଦ୍ୱିତୀୟ ଦିନରେ କେତେ ରହିଛି ଫିଲ୍ମର ଆୟ
ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ପ୍ରତ୍ୟେକ ଥର ନିଜ ଅଭିନୟରେ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି । ଏହି ସପ୍ତାହରେ ରାଜକୁମାର ଅଛନ୍ତି ଟପରେ । ତାଙ୍କର ଥ୍ରୀଲର ଚଳଚ୍ଚିତ୍ର 'Hit The First Case'ଶୁକ୍ରବାର ସିନେମା ଘରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ରାଜକୁମାରଙ୍କ ସହ ମୁଖ୍ୟ ଭୂମିକାରେ ସାନିଆ ମଲହୋତ୍ରା ନଜର ଆସିଛନ୍ତି। ପ୍ରଥମ ଦିନରେ ଫିଲ୍ମଟି ବକ୍ସ ଅଫିସରେ ଆଭେରେଜ୍ ରୋଜଗାର କରିଥିଲା ହେଲେ ୱିକେଣ୍ତରେ ଏହି ଫିଲ୍ମର ଆୟ ବଢିଥିବାର ଦେଖିବା ପାଇଁ ମିଳିଥିଲା ।

ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ସେୟାର କରି 'ହିଟ୍' ର ବକ୍ସ ଅଫିସ୍ ଆୟ ବିଷୟରେ ସୂଚନା ଦେଇଛନ୍ତି । ଏହାକୁ ଦେଖି ଅନୁମାନ କରାଯାଉଛି ଯେ ଆସନ୍ତା ସପ୍ତାହରେ ଫିଲ୍ମ ଅଧିକ ଆୟ କରିବ ।ତରନ ଆଦର୍ଶ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ ଯେ ଦ୍ୱୀତିୟ ଦିନରେ ହିଟ୍ ୨.୦୧ କୋଟିର ବ୍ୟବସାୟ କରିଛି ,ପ୍ରଥମ ଦିନରେ ୧.୩୫କୋଟି ଆୟ କରିଥିଲା ଫିଲ୍ମ । ଯାହା ପରେ ଫିଲ୍ମକ ମୋଟ୍ ଆୟ ୩.୩୬ ରହିଛି ।ତେବେ ଆଜି ରବିବାର ଥିବାରୁ ଫିଲ୍ମର ଆୟରେ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ତେବେ ଫିଲ୍ମରେ ରାଜକୁମାର ରାଓ ହିଟ୍ ଅର୍ଥାତ୍ Homicide intervention teamରେ ଜଣେ ସଦସ୍ୟ ଭାବେ କାମ କରନ୍ତି । ସହରରୁ ଏକ ଝିଅ ହଜିଯିବା ପରେ ତାକୁ ଖୋଜି ବାହାର କରିବା ପାଇଁ ରାଜକୁମାରଙ୍କୁ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିବା ପାଇଁ ପଡୁଛି ଓ ତାଙ୍କୁ ଏହି କେସ ପାଇଁ କ'ଣ କରିବା ପାଇଁ ପଡୁଛି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶିଳ । ଫିଲ୍ମରେ ରାଜକୁମାର ଦମଦାର ଲୁକରେ ନଜର ଆସୁଛନ୍ତି ।ଏହି ଫିଲ୍ମରେ ପ୍ରଥମ ଥର ରାଜକୁମାର ଓ ସାନିଆ ମଲହୋତ୍ରାଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ଉଭୟଙ୍କ କେମେଷ୍ଟ୍ରିକୁ ମଧ୍ୟ ପ୍ରଶଂସଙ୍କର ଭଲ ପାଇବା ମିଳୁଛି । ଏହି ଫିଲ୍ମଟି ଏକ ତେଲୁଗୁ ଫିଲ୍ମର ରିମେକ୍ ଅଟେ ।












Click it and Unblock the Notifications