ପୂରଣ ହେବ ପ୍ରଶଂସକଙ୍କ ସ୍ୱପ୍ନ, ଶେଷ ଥର ପାଇଁ ବଡପରଦାରେ ନଜର ଆସିବେ ଇରଫାନ ଖାନ
ମୁମ୍ବାଇ: ପୂରଣ ହେବ ପ୍ରଶଂସକଙ୍କ ସ୍ୱପ୍ନ । ଶେଷ ଥର ପାଇଁ ବଡ ପରଦାରେ ବଲିଉଡ ସୁପରଷ୍ଟାର ଇରଫାନ ଖାନଙ୍କୁ ଦେଖିବା ପାଇଁ ମିଳିବ । ଇରଫାନ ଖାନଙ୍କ ଚଳଚ୍ଚିତ୍ର 'The Song Of Scorpions'ରିଜିଜ୍ ହେବା ପାଇଁ ଯାଉଛି । ଏହାର ଟ୍ରେଲର ଆଜି ଅର୍ଥାତ୍ ୧୯ ଏପ୍ରିଲରେ ମୁକ୍ତିଲାଭ କରିଛି । ଚାଲନ୍ତୁ ଜାଣିବା ଏହି ଫିଲ୍ମ କେବେ କେଉଁଠି ହେବ ରିଲିଜ୍ ।
ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ସୋସିଆଲ ମିଡିଆରେ ଫିଲ୍ମ 'The Song Of Scorpions'ର ପୋଷ୍ଟର ସେୟାର କରିଛନ୍ତି। ଏହା ସହିତ ସେ ଫିଲ୍ମର ଟ୍ରେଲର ଲଞ୍ଚ୍ କରିବା ସହ ରିଲିଜ୍ ତାରିଖ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ଏହି ଫିଲ୍ମ ୨୮ ଏପ୍ରିଲ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ୨୯ ଏପ୍ରିଲ ୨୦୨୩ରେ ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା ।

ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଅଭିନେତାଙ୍କ ପୁଅ ବାବିଲ କ୍ୟାପସନରେ ଲେଖିଛନ୍ତି, 'ପ୍ୟାର, ଧୋକା ଔର ଏକ ଗାନା'। ଏହି ଚଳଚ୍ଚିତ୍ରଟି ୨୮ ଏପ୍ରିଲ ୨୦୨୩ରେ ମୁକ୍ତିଲାଭ କରିବ। ପୋଷ୍ଟରରେ ଇରଫାନଙ୍କୁ ପୁଣି ସିନେ ପରଦାରେ ଦେଖି ଦର୍ଶକ ମାନେ ଖୁବ ଉତ୍ସାହିତ ଅଛନ୍ତି ।
'The Song Of Scorpions' ୨୦୧୭ ରେ ମୁକ୍ତିଲାଭ କରିସାରିଥିଲା । ଏହି ଚଳଚ୍ଚିତ୍ରଟି Swiss-French Singaporean ଏବଂ ରାଜସ୍ଥାନୀ ଭାଷାରେ ନିର୍ମିତ ହୋଇଥିଲା । ଏବେ ଏହି ଫିଲ୍ମ ଇରଫାନଙ୍କ ପ୍ରଶଂସଙ୍କ ପାଇଁ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ । ସୂଚନାଥାଉ ଯେ, ୨୯ ଏପ୍ରିଲ୍ ୨୦୨୦ରେ କର୍କଟ ରୋଗ କାରଣରୁ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା












Click it and Unblock the Notifications