Get Updates
Get notified of breaking news, exclusive insights, and must-see stories!

ଖୁବ ଶୀଘ୍ର ଆସିବା ପାଇଁ ଯାଉଛି '୩ ଇଡିଏଟ୍ସ'ର ସିକ୍ୱେଲ୍, କରୀନା କପୁର ଦେଲେ ସୂଚନା

3 Idiots

ମୁମ୍ବାଇ: ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଫିଲ୍ମ '୩ ଇଡିଏଟ୍ସ' ବଲିଉଡର ମୋଷ୍ଟ ଆଇକନିକ୍ ଫିଲ୍ମ ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ର ୨୦୦୯ ମସିହାରେ ମୁକ୍ତିଲାଭ କରିଥିଲା ​​ଏବଂ ବକ୍ସ ଅଫିସରେ ଅନେକ ରେକର୍ଡ ବ୍ରେକ କରିଥିଲା । ଏହି ଚଳଚ୍ଚିତ୍ରରେ ଆମୀର ଖାନ, ଆର ମାଧବନ, ଶର୍ମନ ଯୋଶୀ, ବମନ ଇରାନୀ ଏବଂ କରୀନା କପୁର ଖାନଙ୍କୁ ଦେଖିବା ପାଇଁ ମିଳିଥିଲା । ଏହି ଷ୍ଟାରଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିବା ସହ ଧେର୍ ପ୍ରଶଂସା ମଧ୍ୟ ସାଉଁଟିଥିଲା ।

ଏହି ଚଳଚ୍ଚିତ୍ରର ସିକ୍ୱେଲ ପାଇଁ ଦୀର୍ଘ ସମୟ ଧରି ଦାବି କରାଯାଉଥିଲା । ଏହାରି ମଧ୍ୟରେ କରୀନା କପୁର ଖାନଙ୍କ ଇନଷ୍ଟା ଭିଡିଓ ଏବେ ଚହଳ ସୃଷ୍ଟି କରିଛି । ଅଭିନେତ୍ରୀ ଏକ ଭିଡିଓ ସେୟାରା କରି ଫିଲ୍ମର ସିକ୍ୱେଲ ଖୁବ ଶୀଘ୍ର ଆସିବା ପାଇଁ ଯାଉଛି ବୋଲି ସୁଚନା ଦେଇଛନ୍ତି । ଭିଡିଓରେ ଏକ ସାମ୍ବାଦିକ ସମ୍ମିଳନୀରେ ବସିଥିବା ଆମୀର, ଆର ମାଧବନ ଏବଂ ଶର୍ମନ ଯୋଶୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ '୩ ଇଡିଅଟ୍ସ' ଲେଖାଯାଇଥିବାର ଦେଖିବା ପାଇଁ ମିଳୁଛି । କରୀନା ବେଶ୍ ମଜାଳିଆ ଅନ୍ଦାଜରେ ଫିଲ୍ମର ପାର୍ଟ ୨ ବିଷୟରେ ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ରାଜକୁମାର ହିରାନୀ ମଧ୍ୟ ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ ଏହି ଖବରକୁ ନିଶ୍ଚିତ କରିଥିଲେ । ସେ କହିଥିଲେ ଖୁବ୍ ଶୀଘ୍ର '୩ ଇଡିଅଟ୍ସ' ପାର୍ଟ ୨ ଆସିବା ପାଇଁ ଯାଉନ୍ତି । ଏହି ଫିଲ୍ମର ସ୍କ୍ରିପ୍ଟିଂ ବର୍ତ୍ତମାନ ଚାଲିଛି । ଏଥିପାଇଁ ସେ ତାଙ୍କ ସହ ଲେଖକ ଅଭିଜିତ ଯୋଶୀଙ୍କ ସହ କାମ କରୁଛନ୍ତି। ନିର୍ଦ୍ଦେଶକ ଫିଲ୍ମର କାଷ୍ଟ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି । ୨୦୦୯ର ବ୍ଲକବଷ୍ଟର ଫିଲ୍ମ '୩ ଇଡିଅଟ୍ସ' ପ୍ରାୟ ୫୫ କୋଟି ବଜେଟରେ ନିର୍ମିତ ହୋଇଥିଲା ଯାହା ୪୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା । ଏହି ଚଳଚ୍ଚିତ୍ରରେ ଆମୀର ଖାନ-କରୀନା କପୁରଙ୍କ ଯୋଡିକୁ ମଧ୍ୟ ବେଶ୍ ପ୍ରଶଂସା କରାଯାଇଥିଲା । ଏବେ ଫ୍ୟାନ୍ସ ଉତ୍ସାହର ସହ '୩ ଇଡିଅଟ୍ସ'ର ପାର୍ଟ ୨କୁ ଅପେକ୍ଷା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+