ସଲମାନ ଖାନଙ୍କୁ ଧମକ ଦେଇଥିବା ବ୍ୟକ୍ତି କର୍ଣ୍ଣାଟକରୁ ଗିରଫ, ଡିମାଣ୍ତ କରିଥିଲେ ୨ କୋଟି
Salman Khan Threat News: ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତକୁ କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ନାମ ବିକାରାମ ଜଲାରାମ ବିଷ୍ଣୋଇ । ଏହି ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

ତେବେ ଧମକ ଦେଇ କୁହାଯାଇଥିଲା ଯେ ଯଦି ସଲମାନ ଖାନ ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ସୂଚନାନୁସାରେ, ସଲମାନଙ୍କ ଠାରୁ 2 କୋଟି ଟଙ୍କା ଡିମାଣ୍ତ କରିବା ସହ ଅଭିନେତାଙ୍କୁ ତାଙ୍କ ମନ୍ଦିରକୁ ଯାଇ କ୍ଷମା ମାଗିବାକୁ ପଡ଼ିବ ବୋଲି ମଧ୍ୟ କୁହାଯାଇଥିଲା।
ଧମକପୂର୍ଣ୍ଣ ବାର୍ତ୍ତା ଆଧାରରେ ମୁମ୍ବାଇର ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ଜଣାପଡିଲା ଯେ ଏହି ଧମକପୂର୍ଣ୍ଣ କଲ୍ କର୍ଣ୍ଣାଟକରୁ ଆସିଥିଲା । ଏହା ପରେ ମୁମ୍ବାଇ ପୋଲିସ କର୍ଣ୍ଣାଟକରେ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ଏବଂ ପରେ ଗିରଫ କରାଯାଇଛି ।












Click it and Unblock the Notifications