ହମାସ-ଇଶ୍ରାଏଲ ଯୁଦ୍ଧ: ଗାଜାର ସବୁଠୁ ବଡ଼ ଡାକ୍ତରଖାନା ହେଲା ବନ୍ଦ
Israel-Palestine War: ଗାଜାର ସବୁଠୁ ବଡ଼ ଡାକ୍ତରଖାନା ହେଲା ବନ୍ଦ । ରବିବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏନେଇ ଦେଲା ସୂଚନା । ଗାଜା ଷ୍ଟ୍ରିପ୍ର ସର୍ବବୃହତ ଡାକ୍ତରଖାନା ଅଲ-ଶିଫା ବନ୍ଦ କରିଦିଆଯାଇଛି ଏବଂ ଗାଜାର ଉତ୍ତର ଇଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ।

ଉତ୍ତର ଗାଜାର ଅଲ-ଶିଫା ଡାକ୍ତରଖାନା ପୂର୍ବରୁ ବିଦ୍ୟୁତ କାଟ ସହ ଆଖପାଖ ଅଞ୍ଚଳରେ ଲଢେଇ ଜାରି ରହିଛି । ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଛି । ଯାହା ପରେ ଅଲ-ଶିଫା ହସ୍ପିଟାଲରେ ଅତ୍ୟାବଶ୍ୟକ ସେବା ବନ୍ଦ କରି ରହିଥିଲା । ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଦାବି କରିଛନ୍ତି ଯେ, ଗାଜାର ଡାକ୍ତରଖାନାଗୁଡ଼ିକ ପାଇଁ ତୈଳ ବିତରଣ କରିବାକୁ ଇସ୍ରାଏଲ୍ ପ୍ରସ୍ତାବ ଦେଇଛି, କିନ୍ତୁ ହାମାସ ଏହି ତେଲ ଗ୍ରହଣ କରିବାକୁ ମନା କରି ଦେଇଥିଲା ।
ଗାଜାରେ ଡାକ୍ତରଖାନା ବନ୍ଦ ହେବା ପରେ WHO ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ପରିସ୍ଥିତି ବର୍ତ୍ତମାନ ଗୁରୁତର ଏବଂ ବିପଜ୍ଜନକ ଅଟେ ।
ଶନିବାର ଗାଜାରେ ହମାସ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଲ-ଶିଫା ହସ୍ପିଟାଲର ନବଜାତକ ୟୁନିଟ୍ ସେବା ବନ୍ଦ ହେବା ପରେ ତିନି ଶିଶୁଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲର ଏକ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଉପରେ ହୋଇଥିବା ଆକ୍ରମଣରେ ଅନ୍ୟ ଜଣେଙ୍କର ମୃତ୍ୟୁ ଘଟିଛି।
ତେବେ ଏହି ସମୟ ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ରବିବାର କହିଛନ୍ତି ଯେ, ସେମାନେ ଉତ୍ତର ଗାଜାର ଶିଫା, ରାଣ୍ଟିସି ଏବଂ ନାସିର ହସ୍ପିଟାଲରୁ ସାଧାରଣ ନାଗରିକ ଏବଂ ଶିଶୁମାନଙ୍କୁ ଦକ୍ଷିଣ ଦିଗକୁ ସ୍ଥାନାନ୍ତର କରିବା ପାଇଁ ଏକ ନିର୍ଣ୍ଣୟ ନିଆଯାଇଛି । ଇସ୍ରାଏଲର ସାମରିକ ମୁଖପାତ୍ର ନିଶ୍ଚିତ କରିଛନ୍ତି ଯେ ଶିଶୁମାନଙ୍କୁ ସ୍ଥାନାନ୍ତର କରିବାରେ ଯବାନମାନେ ସାହାଯ୍ୟ କରିବେ।
ଗାଜାରେ ହାମାସ ନିୟନ୍ତ୍ରିତ ପ୍ରଶାସନର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଅଲ-ଶିଫା ଡାକ୍ତରଖାନାର ଡାକ୍ତରଖାନା କର୍ମଚାରୀମାନେ ଅତୀତରେ ଅତି କମରେ 100 ଜଣଙ୍କ ମୃତଦେହକୁ କବର ଦେଇଥିଲେ । ଏହି ଅଞ୍ଚଳରେ ରବୋମା ବିସ୍ଫୋରଣ ହେବା ପରେ ବହୁ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ପରିସ୍ଥିତି ହସ୍ପିଟାଲ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ସେଠାରେ ଆଶ୍ରୟ ନେଉଥିବା ହଜାର ହଜାର ଶରଣାର୍ଥୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବର୍ତ୍ତମାନ ନୂତନ ରୋଗୀଙ୍କ ପାଇଁ ଦ୍ୱାର ବନ୍ଦ କରିସାରିଛି।












Click it and Unblock the Notifications