Get Updates
Get notified of breaking news, exclusive insights, and must-see stories!

ବିବାଦିୟ ଫିଲ୍ମ 'The Kerala Story'ର ବଡ଼ ସଫଳତା, ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତର ଆୟ

The Kerala Story Box Office Collection Day 17:ଅନେକ ବିବାଦ ସତ୍ତ୍ୱେ 'The Kerala Story'ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ମଝିରେ ଫିଲ୍ମର ବ୍ୟବସାୟ କିଛି ଖାସ୍ ନଥିଲା ହେଲେ ଦ୍ୱିତୀୟ ସପ୍ତାହ ଶେଷରେ 'କେରଳ ଷ୍ଟୋରି'ର ଆୟ ପୁଣି ଟ୍ରାକକୁ ଫେରିଥିଲା ।

ଶନିବାର ଏବଂ ରବିବାର ଦିନ ଫିଲ୍ମର କଲେକ୍ସନ୍ ଖୁବ୍ ଅଧିକ ରହିଛି । ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଖୁବ୍ ଶିଘ୍ର ୨୦୦ କୋଟି ଅତିକ୍ରମ କରିବା ପାଇଁ ଯାଉଛି । ତେବେ ଚାଲନ୍ତୁ ଜାଣିବା ଚଳଚ୍ଚିତ୍ର ରିଲିଜ୍ ହେବାର 17 ତମ ଦିନରେ ଅର୍ଥାତ୍ ତୃତୀୟ ରବିବାରରେ କେତେ କୋଟି ଟଙ୍କାର ବ୍ୟବସାୟ କରିଛି ।

The Kerala Story

ଅଦା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର 'The Kerala Story' ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ଫିଲ୍ମ ରିଲିଜ ହେବାର 17 ଦିନ ବିତିଗଲାଣି, ହେଲେ ଏବେ ବି କମ୍ ହୋଇ ନାହିଁ ଫିଲ୍ମର କ୍ରେଜ୍ । ଦ୍ୱିତୀୟ ସପ୍ତାହ ଶେଷରେ ମଧ୍ୟ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ସିନେପ୍ରେମୀଙ୍କ ଭିଡ଼ ଦେଖିବା ପାଇଁ ମିଳିଥିଲା । ଏଥି ସହିତ ଫିଲ୍ମର ତୃତୀୟ ରବିବାର ରୋଜଗାରର ଆନୁମାନିକ ଆକଳନ ମଧ୍ୟ ପ୍ରକାଶ ପାଇଛି ।

ସେକାନିକଲ୍ ଆର୍ଲି ଟ୍ରେଡର୍ସ ରିପୋର୍ଟ ଅନୁସାରେ, 'The Kerala Story' 17 ତମ ଦିନରେ ଅର୍ଥାତ୍ ରିଲିଜ୍ ହେବାର ତୃତୀୟ ରବିବାରରେ 11 କୋଟି ଟଙ୍କାର ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 198.47 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

'The Kerala Story'ରିଲିଜ୍ ହେବାର ଦ୍ୱିତୀୟ ସପ୍ତାହର ଶେଷରେ ଜବରଦସ୍ତ ବ୍ୟବସାୟ କରିଛି । ଫିଲ୍ମର ବ୍ୟବସାୟ ଦେଖି ଆକଳନ କରାଯାଉଛି ଯେ, ଖୁବ ଶୀଘ୍ର ଏହି ବିବାଦୀୟ ଲୋକପ୍ରିୟ ସିନେମାଟି ୨୦୦କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି । ରିଲିଜ୍ ର 18 ତମ ଦିନରେ, ଫିଲ୍ମ ନିଶ୍ଚିତ ଭାବରେ ଏହି ମ୍ୟାଜିକ୍ ସଂଖ୍ୟା ଅତିକ୍ରମ କରିବ ବୋଲି ମେକର୍ସ ଆଶା ରଖିଛନ୍ତି । 20 ରୁ 30 କୋଟି ବଜେଟରେ ନିର୍ମିତ ଏକ ଚଳଚ୍ଚିତ୍ର ପାଇଁ, ଏତେ ପରିମାଣର ରୋଜଗାର କରିବା ଏକ ବଡ଼ ସଫଳତାଠାରୁ କମ୍ ନୁହେଁ । ଯେଉଁଥି ପାଇଁ ନିର୍ମାତା ଏବଂ ଷ୍ଟାର କାଷ୍ଟ ମଧ୍ୟ ବେଶ୍ ଖୁସ ଅଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+