ତାମିଲନାଡୁରେ ବ୍ୟାନ୍ ହେଲା 'The Kerala Story'
The Kerala Story: ଫିଲ୍ମ 'The Kerala Story' କୁ ନେଇ ବିବାଦ ଥମିବାର ନାନେଉ ନାହିଁ । ବର୍ତ୍ତମାନ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଆଜି ୦୭ ମଇ ରବିବାର ଠାରୁ ସମସ୍ତ ମଲ୍ଟିପ୍ଲେକ୍ସ ପ୍ରେକ୍ଷାଳୟ, ସିନେମା ହଲରେ 'The Kerala Story'ନ ଦେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଯଦି ସିନେମା ରିଲିଜ୍ ହୁଏ ତେବେ ସିନେମା ଘରକୁ ଘେରାଯାଇ ବିକ୍ଷୋପ ପ୍ରଦର୍ଶନ କରାଯିବ ବୋଲି ଧମକ ଲଗାତାକ ଧମକ ଦେଉଛି ବିଭିନ୍ନ ରାଜନୈତିକ ଦଳ । ଶନିବାର ଦିନ 'The Kerala Story' ରିଲିଜକୁ ବିରୋଧ କରି 'The Naam Tamilar Katchi' ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଚେନ୍ନାଇର ସ୍କାଏୱାଲ୍ ମଲ୍ ନିକଟ ଚେନ୍ନାଇ ଆନ୍ନା ନାଗର ଆର୍ଚରେ ଅଭିନେତା-ଅଭିନେତ୍ରୀ, ନିର୍ଦ୍ଦେଶକ ତଥା ନିର୍ମାତା ଏବଂ ଫିଲ୍ମକୁ ବିରୋଧ କରିଥିଲେ। ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି । ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ଦଳ ମଧ୍ୟ ଦାବି କରୁଛି ।
'The Kerala Story'ର କାହାଣୀ ଆତଙ୍କବାଦୀ ସଂଗଠନରେ ଯୋଗଦେବା ପାଇଁ କେରଳରେ ଧର୍ମର ରୂପାନ୍ତର ଉପରେ ଆଧାରିତ। ତେବେ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ମହିଳାମାନଙ୍କର ମାଇଣ୍ତୱାସ କରାଯାଇଥିଲା । ପରେ 32,000 ବାଳିକା ନିଖୋଜଥିଲେ ପରେ ସେମାନେ ଆତଙ୍କବାଦୀ ଗୋଷ୍ଠୀ ଆଇଏସଆଇଏସରେ ଯୋଗ ଦେଇଥିଲେ ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ଅନ୍ୟପଟେ ଅଦା ଶର୍ମାଙ୍କ ଅଭିନୀତ 'The Kerala Story' ଶୁକ୍ରବାର ଦିନ ପ୍ରେକ୍ଷାଳୟରେ ହିଟ୍ ପ୍ରମାଣିତ ହୋଇଛି ।












Click it and Unblock the Notifications