Get Updates
Get notified of breaking news, exclusive insights, and must-see stories!

'The Kerala Story'ର ଅଭିନେତ୍ରୀ ଅଦା ଶର୍ମା ଓ ନିର୍ଦ୍ଦେଶକଙ୍କର ହେଲା ଆକ୍ସିଡେଣ୍ଟ, ଜାଣନ୍ତୁ କିପରି ଅଛି ସ୍ୱାସ୍ଥ୍ୟ

ମୁମ୍ବାଇ:ବଲିଉଡ ବ୍ଲକବଷ୍ଟର ଓ ବିବାଦୀୟ ଚଳଚ୍ଚିତ୍ର 'The Keral Story'ର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ମେ ୧୪ ତାରିଖରେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

Adah Sharma

ଭାଇରାଲ ହେବା ମାତ୍ରେ ଅଭିନେତ୍ରୀ ଅଦା ଶର୍ମା ନିଜେ ଟ୍ୱିଟ୍ କରି ଫ୍ୟାନ୍ସଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ଅଦା ଶର୍ମା ତାଙ୍କ ପ୍ରଶଂସକମାନଙ୍କୁ ସୂଚନା ଦେଇ କହିଛନ୍ତି, ଦୁର୍ଘଟଣା ପରେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ଭଗବାନଙ୍କ କୃପାରୁ ତାଙ୍କ ସହ କୌଣସି ବଡ଼ ଦୃଘଟଣା ଘଟି ନାହିଁ । ଅଦା ଶର୍ମା ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଠିକ୍ ଅଛି । ମୋର ଦୁର୍ଘଟଣା ବିଷୟରେ ଖବର ପ୍ରସାରିତ ହେବା ପରେ , ମୋତେ ଅନେକ ମ୍ୟାଚେଜ୍ ଆସୁଛି । ଆମର ପୁରା ଟିମ୍ ଠିକ୍ ଅଛନ୍ତି । କିଛି ଗମ୍ଭୀର ହୋଇ ନାହିଁ ।

'The Keral Story'କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଜୀବନରୁ ମାରିବାର ଧମକ ମଧ୍ୟ ମିଳିଥିଲା । କିଛି ଲୋକେ ଦାବି କରିଛନ୍ତି ଯେ, ଏହି ଚଳଚ୍ଚିତ୍ର ସଠିକ୍ ତଥ୍ୟ ଉପରେ ଆଧାରିତ ନୁହେଁ ଏବଂ ମୁସଲମାନ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣାଭାବ ପ୍ରଚାର କରୁଛି । ଏହି ଫିଲ୍ମକୁ ବିରୋଧ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତାଙ୍କ ରାଜ୍ୟରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସୁଦୀପ୍ତୋ ସେନ୍ ମଧ୍ୟ ନିଜ ସ୍ୱାସ୍ଥ୍ୟକୁ ନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି - ଆଜି ଆମେ କରିମନଗର ଏକ ଯୁବ
ସମାବେଶରେ ଯୋଗ ଦେବା ପାଇଁ ଯାଇଥାନ୍ତୁ ହେଲେ ଦୁର୍ଭାଗ୍ୟବଶତଃ ଏକ ଦୁର୍ଘଟଣା ପାଇଁ ଆମେ ଯାତ୍ରା କରିପାରି ନାହୁଁ । କରିମନଗରବାସୀଙ୍କୁ ହୃଦୟରୁ କ୍ଷମା ପ୍ରାର୍ଥନା । ଆମ ଝିଅ ମାନଙ୍କୁ ବଞ୍ଚାଇବା ପାଇଁ ଆମେ ଚଳଚ୍ଚିତ୍ର ନିର୍ମାଣ କରୁଛି ।
ଦୟାକରି ଆମର #HinduEkthaYatraକୁ ସମର୍ଥନ କରନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+