Get Updates
Get notified of breaking news, exclusive insights, and must-see stories!

'The Keral Story'କୁ ମିଳିଲା ବଡ଼ ସଫଳତା: ଏପରି ଅନ୍ଦାଜରେ ନଜର ଆସିଲେ ଅଭିନେତ୍ରୀ ଅଦା ଶର୍ମା

Adah Sharma Viral Video: ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ 'The Keral Story'କୁ ନେଇ ସାରା ଦେଶରେ ଚାଲିଛି ବିବାଦ । ଅନ୍ୟପଟେ ଫିଲ୍ମଟି ବକ୍ସ ଅଫିସରେ କରୁଛି ଜବରଦସ୍ତ ଆୟ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଅଭିନେତ୍ରୀ ଅଦା ଶର୍ମାଙ୍କର ଭିଡିଓ ଫଟୋ ଭାଇରାଲ ହେବାରେ ଲାଗିଛି ।

ଅଦା ଶର୍ମା କଲେ ଶିବ ତାଣ୍ତବ ଜପ
ଅଦା ଶର୍ମା ଆଜି ତାଙ୍କର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଉତ୍ସବରେ ଅଭିନେତ୍ରୀ ଶିବ ମନ୍ଦିରରେ ପହଞ୍ଚି ଭଗବାନ ଶିବଙ୍କର ପୂଜାର୍ଚ୍ଚନ କରିଥିଲେ । ଅଭିନେତ୍ରୀ ସୋସିଆଲ ମିଡିଆରେ ଏହାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଦା ଶର୍ମା ଶିବଲିଙ୍ଗଙ୍କ ସମ୍ମୁଖରେ ବସି ଶିବ ତାଣ୍ଡବ ଜପ କରୁଥିବାର ଦେଖିବାକୁ ମିଳୁଛି ।

The Kerala Story

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରି ଅଦା ଶର୍ମା କ୍ୟାପସନରେ ଲେଖିଛନ୍ତି, "ମୋ ଶକ୍ତିର ରହସ୍ୟ । ଯେଉଁ ଶକ୍ତି ମୋତେ ପ୍ରତିବନ୍ଧକର ସାମ୍ନା କରିବାକୁ ଶକ୍ତି ଦେଇଥାଏ । ମୋତେ ନିଜର କରିଥିବାରୁ ଧନ୍ୟବାଦ।" ଅଭିନେତ୍ରୀ ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର କରିବା ମାତ୍ରେ, ଏହା ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ଅଭିନେତ୍ରୀଙ୍କର ପ୍ରଶଂସା କରି ଲାଇକ୍ ଓ କମେଣ୍ଟର ବର୍ଷା କରୁଛନ୍ତି ।

ଅଭିନେତ୍ରୀ ଅଦା ଶର୍ମା ୧୫ ବର୍ଷ ଧରି ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । 1920 ଚଳଚ୍ଚିତ୍ରରେ ଅଭିନେତ୍ରୀ ଭୂତ ଭୂମିକାରେ ଅଭିନୟ କରିଥିଲେ । ଅଭିନେତ୍ରୀଙ୍କ ଏହି ଚରିତ୍ରକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ହେଲେ ନିଜ ବଲିଉଡ ଯାତ୍ରାରେ ଅଭିନେତ୍ରୀ ଗୋଟେ ସୁପରହିଟ୍ ଫିଲ୍ମ ଦେଇପାରି ନଥିଲେ । ହେଲେ ବର୍ତ୍ତମାନ 'The Keral Story'କୁ ନେଇ ଅଦା ଖୁବ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରୁଛନ୍ତି ।

ବିବାଦୀୟ ଫିଲ୍ମ 'The Keral Story' ବକ୍ସ ଅଫିସରେ ବିପୁଳ ଟଙ୍କା ରୋଜଗାର କରୁଛି । ଏହି ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ 68 କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିସାରିଲାଣି । ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହି ଫିଲ୍ମକୁ ବ୍ୟାନ୍ କରାଯାଇଛି । ଆଗାମୀ ଦିନରେ ଫିଲ୍ମଟି ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+