Get Updates
Get notified of breaking news, exclusive insights, and must-see stories!

the kerala story ଫିଲ୍ମକୁ ମିଳିଲା 'A'ସାର୍ଟିଫିକେଟ୍, ରୋକ ଲଗାଇବାକୁ ମନାକଲା ସୁପ୍ରିମକୋର୍ଟ

ମୁମ୍ବାଇ: ଗତ ବର୍ଷ ଟିଜର ଲଞ୍ଚ ହେବା ପରଠାରୁ ହିଁ ନିର୍ଦ୍ଦେଶକ ସୁଦୀପତୋ ସେନଙ୍କ ହିନ୍ଦୀ ଚଳଚ୍ଚିତ୍ର 'the kerala story'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମ ମେ'୫ ତାରିଖରେ ରିଲିଜ ହେବାକୁ ଯାଉଛି । ସେପଟେ ସେନ୍ସର ବୋର୍ଡ ଏହାକୁ ଏକ ପ୍ରମାଣପତ୍ର ଦେଇଛି।

ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଫିଲ୍ମରୁ ୫ଟି ଦୃଶ୍ୟ ଡିଲିଟ୍ କରିଥିବା ସୂଚନା ରହିଛି । ଯେଉଁଥିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସାକ୍ଷାତକାର ଅନ୍ତର୍ଭୁକ୍ତ ଥିଲା ।

the kerala story

ଫିଲ୍ମରୁ ଯେଉଁ ଦୃଶ୍ୟ ଡିଲଟ୍ କରାଯାଇଛି ସେଥିରେ ହିନ୍ଦୁ ଦେବା-ଦେବୀଙ୍କ ବିଷୟରେ ଆଲୋଚନା ଏବଂ କିଛି ଭୁଲ ତଥ୍ୟ ବ୍ୟାଖ୍ୟା କରାଯାଇଥିଲା। ଅନେକ ସଂଳାପ ମଧ୍ୟ ଏକ ବିକୃତ ଉପାୟରେ ଉପସ୍ଥାପନା କରାଯାଇଥିଲା । ଫିଲ୍ମର ଏକ ଡାଇଲଗରେ କୁହାଯାଇଥିଲା ଯେ, ଭାରତୀୟ କମ୍ୟୁନିଷ୍ଟମାନେ ସବୁଠାରୁ କପଟୀ । ବର୍ତ୍ତମାନ ଏଥିରୁ କମ୍ୟୁନିଷ୍ଟ ଶବ୍ଦକୁ ହଟାଯାଇଛି।

ଏହି ଚଳଚ୍ଚିତ୍ରରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ସାକ୍ଷାତକାର ରହିଥିଲା ​​ଯେଉଁଥିରେ ସେ କହିଥିଲେ ଯେ, ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ କେରଳ ମୁସଲମାନ ରାଷ୍ଟ୍ରରେ ପରିଣତ ହେବ, କାରଣ ଯୁବକମାନେ ଇସଲାମ ଧର୍ମ ଗ୍ରହଣ କରିବାରେ ପ୍ରଭାବିତ ହେଉଛନ୍ତି । ଏହା ପରେ ସିବିଏଫସି ନିର୍ଦ୍ଦେଶ ଦେଇଥିଲା ଯେ ପୁରା ଟିଭି ସାକ୍ଷାତକାରକୁ ଫିଲ୍ମରୁ ଡିଲିଟ କରାଯାଉ ।

ବିବାଦ କ'ଣ?
'the kerala story'କୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଶାଲିନା ଉନିକ୍ରିଷ୍ଣନ୍ ଆକା ଫାତିମା ନାମକ ଜଣେ ମହିଳା ଚରିତ୍ର ଟିଜରରେ କହିଥିଲେ ଯେ 32,000 ମହିଳାଙ୍କୁ କେରଳରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ନିଯୁକ୍ତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ସେ ଜଣେ ଥିଲେ।

ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି
ବର୍ତ୍ତମାନ କେରଳ ସରକାର ଏବଂ ବିରୋଧୀଦଳର ନେତାମାନେ ରାଜ୍ୟରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ସିପିଏମ୍ ଏବଂ କଂଗ୍ରେସ ଏହି ଫିଲ୍ମକୁ ରିଲିଜ ନ କରିବା ପାଇଁ ମଧ୍ୟ ଦାବି କରୁଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+