ନୂତନ କୀର୍ତ୍ତିମାନ ସ୍ଥାପନ କଲା ଦି କାଶ୍ମୀର ଫାଇଲ୍ସ , ବକ୍ସ ଅଫିସରେ ସ୍ଥାପନ କଲା ଏହି ନୂତନ ରେକର୍ଡ
ମୁମ୍ବାଇ: କାଶ୍ମୀର ପଣ୍ଡିତଙ୍କ ଦୁଖ ଦୁର୍ଦ୍ଦଶା ଉପରେ ଆଧାରିତ ଚଳଚିତ୍ର ଦି କାଶ୍ମୀର ଫାଇଲସକୁ ନେଇ ସମଗ୍ର ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଥିବା ବେଳେ ଏହାକୁ ତାଳ ଦେଇ ବକ୍ସ ଅଫିସରେ କମାଲ ଦେଖାଇଛି ଏହି ଫିଲ୍ମ। ବହୁବଳୀ ପରେ ଦ୍ଵିତୀୟ ସର୍ବାଧିକ ପ୍ରଦର୍ଶନ ହୋଇଛି ଏହି ଚଳଚିତ୍ର। ସାରାଦେଶରେ ଏହି ଫିଲ୍ମର କାରବାର ଭଲ ହୋଇଛି। ତେବେ ଗତ ଶନିବାର କାଶ୍ମୀର ଫାଇଲ୍ସ ବକ୍ସ ଅଫିସରେ ସଫଳତାର ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। ସିନେମା ହଲରେ ଲାଗିଥିବା ଲମ୍ବା ଭିଡ ସହ ଏହି ଚଳଚିତ୍ର ସାମିଲ ହୋଇଛି ଶହେ କୋଟିର କ୍ଲବରେ।

କେବଳ ଶନିବାର ଗୋଟିଏ ଦିନରେ ଫିଲ୍ମଟି 141 କୋଟି ତାଙ୍କ ରୋଜଗାର କରି ନୂତନ ରେକର୍ଡ କରିଛି। ଏଥିସହିତ କରୋନା ମହାମାରୀ ସମୟରେ ସିନେମାଘରରେ ପ୍ରଦର୍ଶିତ ହୋଇଥିବା କୌଣସି ଫିଲ୍ମ ଏହିଭଳି ସଫଳ ହେବ ମଧ୍ୟ ଏକ ନୂତନ ରେକର୍ଡ ବୋଲି କହିଛନ୍ତି ଫିଲ୍ମ ସମୀକ୍ଷକମାନେ। ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲେ ଏହି ଚଳଚିତ୍ରର ପ୍ରମୋଶନ ପାଇଁ ପ୍ରଯୋଜକ କୌଣସି ବିଶେଷ ଖର୍ଚ କରି ନାହାନ୍ତି। କାଶ୍ମୀର ଫାଇଲ୍ସ ଚଳଚିତ୍ରକୁ ଦେଶରେ ମିଳିଛି ସମର୍ଥନ। ଦମଦାର ଅଭିନୟ ତଥା ସତ୍ୟ କାହାଣୀ ଉପରେ ନିର୍ମିତ ଏହି ଚଳଚିତ୍ରର କଥାବସ୍ତୁ, ସିନେମାଟୋଗ୍ରାଫୀ ଏବଂ ଅଭିନୟ ଅତ୍ୟନ୍ତ ଉଚ୍ଚକୋଟିର ହୋଇଥିବା ନେଇ ରିଭ୍ୟୁ ପ୍ରକାଶ ପାଇଛି।
ଫିଲ୍ମକୁ ନେଇ ଏମିତି କହିଲେ ଶିବସେନାର ସଞ୍ଜୟ ରାଉତ
ଏହି ଚଳଚିତ୍ର ଉପରେ ପ୍ରତିକ୍ରିୟା ଦେଇ ଶିବସେନାର ଫାୟାର ବ୍ରାଣ୍ଡ ନେତା କହିଛନ୍ତିଯେ ନିର୍ବାଚନ ଆସିବା ବେଳକୁ ଏହି ଚଳଚିତ୍ର ଲୋକ ଦେଖିବା ସହ ଭୁଲି ଯାଇଥିବେ। ତେଣୁ ଏହି ଚଳଚିତ୍ର ଫଳରେ ବିଜେପିକୁ କୌଣସି ଫାଇଦା ହେବ ନାହିଁ। ତେବେ କାଶ୍ମୀର ପଣ୍ଡିତମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଉତ।

ସେ କହିଛନ୍ତି କାଶ୍ମୀର ପଣ୍ଡିତ ଭାଇମାନେ କିପରି ସୁରକ୍ଷିତ ନିଜ ଘରକୁ ଫେରିବେ ସେଥିପାଇଁ ସରକାର ଚିନ୍ତା କରନ୍ତୁ। ସୂଚନା ଯୋଗ୍ୟଯେ, ଶିବ ସେନାର ପ୍ରତିଷ୍ଠାତା ସ୍ଵର୍ଗତ ବାଲ ଥାକରେ କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ବିରୋଧରେ ସ୍ଵର ଉତ୍ତୋଳନ କରିବା ସହିତ ସେମାନଙ୍କ ଥଇଥାନ ପାଇଁ ଅନେକ ଚେଷ୍ଟା କରିଥିଲେ।












Click it and Unblock the Notifications