The Kashmir Files Controversy: ମୁଁହ ଖୋଲିଲେ ନାଦଭ ଲାପିଡ, କହିଲେ IFFI 2022 ରେ କାହିଁକି ଏପରି ବିବୃତ୍ତି ଦେଲେ
The Kashmir Files Controversy: ମୁଁହ ଖୋଲିଲେ ନାଦଭ ଲାପିଡ, କହିଲେ IFFI 2022 ରେ କାହିଁକି ଏପରି ବିବୃତ୍ତି ଦେଲେ
ମୁମ୍ବାଇ: ନିକଟରେ ଗୋଆରେ ଆୟୋଜିତ ହୋଇଥିବା ଭାରତର ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI 2022) ଶେଷ ହୋଇଛି । ହେଲେ IFFIର ସମାପ୍ତ ସମାରୋହରେ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ' ପ୍ରୋପାଗଣ୍ତା ଫିଲ୍ମ କହି ସମାଲୋଚନା କରିଥିଲେ ଇସ୍ରାଏଲର ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡ । ନାଦଭଙ୍କ ବିବୃତ୍ତି ପରେ ସବୁଆଡେ ଚର୍ଚ୍ଚା ଜୋରଧରିଥିଲା ଏବଂ ଏହି ଇସ୍ରାଏଲ୍ ନିର୍ଦ୍ଦେଶକଙ୍କୁ ସମାଲୋଚନା କରାଯାଇଥିଲା । ଏହାରି ମଧ୍ୟରେ ନାଦଭ ଲାପିଡ ତାଙ୍କର ବିବାଦୀୟ ବିବୃତ୍ତିର ପ୍ରକୃତ କାରଣ ଦେଇଛନ୍ତି ।

ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡ ନିକଟରେ ସ୍ଥାନୀୟ ପ୍ରେସ Ynet ଦେଇଥିବା ଏକ ସାକ୍ଷାତକାରରେ IFFI 2022 ସମୟରେ 'କାଶ୍ମୀର ଫାଇଲ'କୁ ନେଇ ଦେଇଥିବା ବିବୃତ୍ତି ବିଷୟରେ କହିଛନ୍ତି । ନାଦଭ ଲାପିଡ କହିଛନ୍ତି ଯେ- 'ମୁଁ ଜାଣିଥିଲି ଯେ ଏହା ଏପରି ଏକ ଘଟଣା, ଯାହା ଏକ ଦେଶ ସହ ଜଡିତ । ଏପରି ମତ ରଖିବା ସହଜ ନଥିଲା । ମୁଁ ଯେତେବେଳେ ଏହି ଚଳଚ୍ଚିତ୍ର ଦେଖିଲି, ମୁଁ ଏହାକୁ ଇସ୍ରାଏଲ୍ ଭାବରେ କଳ୍ପନା କରିନେଇଥିଲି । ଏହି ପ୍ରସଙ୍ଗରେ କେହି କଥା ହେବା ପାଇଁ ଚାହୁଁନାହିଁନ୍ତି, ତେଣୁ ମୋତେ ଏପରି ହିଁ କଥା ଉଠାଇବା ପାଇଁ ପଡିଲା । ମୋର ଭାଷଣ ପରେ ଏହି ସମାରୋହରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ମୋତେ ଧନ୍ୟବାଦ ଦେଇଥିଲେ ।
“All of us were disturbed and shocked by the film #KashmirFiles, which felt to us as a propaganda vulgar movie, inappropriate for the artistic competitive section of such a prestigious film festival.” - IFFI Jury Head Nadav Lapid.
Kudos to the Jury for calling a spade a spade 🙌 pic.twitter.com/YU6ddw4lQ1
— Siddharth (@DearthOfSid) November 28, 2022
ସମାଲୋଚନାର ଶିକାର ହେଲେ ନାଦଭ ଲାପିଡ
'କାଶ୍ମୀର ଫାଇଲ' ଉପରେ ବିବାଦୀୟ ବିବୃତ୍ତି ଦେବା ପରେ ସୋସିଆଲ ମିଡିଆରେ ଫିଲ୍ମ ନିର୍ମାତା ନାଦଭ ଲାପିଡଙ୍କୁ ତୀବ୍ର ସମାଲୋଚନା କରାଯାଉଛି । ସମସ୍ତ ବଲିଉଡ ସେଲିବ୍ରିଟି ନାଦଭ ଲାପିଡଙ୍କୁ ନିନ୍ଦା କରୁଛନ୍ତି । କେବଳ ଏତିକି ନୁହେଁ, ଇସ୍ରାଏଲର ଭାରତରେ ରାଷ୍ଟ୍ରଦୂତ ନାଓର ଗିଲନ୍ ମଧ୍ୟ ଏହି ଇସ୍ରାଏଲ୍ ଚଳଚ୍ଚିତ୍ର ନିର୍ମାତାଙ୍କୁ ନିନ୍ଦା କରି ତାଙ୍କ ବିରୋଧରେ ଚିଠି ମଧ୍ୟ ଲେଖିଛନ୍ତି ।












Click it and Unblock the Notifications