The Kashmir Files Controversy:ସତ୍ୟ ତୁଳନାରେ ମିଛ ସର୍ବଦା ଛୋଟ: ଅନୁପମ ଖେର
ସତ୍ୟ ତୁଳନାରେ ମିଛ ସର୍ବଦା ଛୋଟ: ଅନୁପମ ଖେର
The Kashmir Files Controversy: ଗୋଆରେ ଆୟୋଜିତ ହୋଇଥିବା ଭାରତର 53 ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ଶେଷ ହୋଇଛି । ହେଲେ IFFIର ସମାପ୍ତ ସମାରୋହରେ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ' ପ୍ରୋପାଗଣ୍ତା ଫିଲ୍ମ କହି ସମାଲୋଚନା କରାଯିବା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି ହୋଇଯାଇଛି । ଇସ୍ରାଏଲର ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡ "କାଶ୍ମୀର ଫାଇଲ" କୁ ନେଇ ଏକ ବଡ଼ ଏବଂ ବିବାଦିୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଏହି ଚଳଚ୍ଚିତ୍ର ଅଶ୍ଳୀଳ ଏବଂ ପ୍ରଚାର ପାଇଁ କରାଯାଇଛି । ତାଙ୍କର ଏହି ବୟାନ ପରେ ଏବେ ଗୋଟେ ପରେ ଗୋଟେ ସେଲିବ୍ରିଟିଙ୍କର ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ଅଭିନେତା ଅନୁପମ ଖେରଙ୍କ ସୋସିଆଲ ମିଡିଆରେ ମନ ଖୋଲିକି ନିଜ ପ୍ରତିକ୍ରିୟା ଦେଇଛନ୍ତି ।

झूट का क़द कितना भी ऊँचा क्यों ना हो..
— Anupam Kher (@AnupamPKher) November 28, 2022
सत्य के मुक़ाबले में हमेशा छोटा ही होता है.. pic.twitter.com/OfOiFgkKtD
ବାସ୍ତବରେ ୨୦୨୨ର ସୁପରହିଟ୍, ଲୋକପ୍ରିୟ, ଚଳଚ୍ଚିତ୍ର 'କାଶ୍ମୀର ଫାଇଲ'କୁ ପ୍ରୋପାଗଣ୍ତା ଫିଲ୍ମ କହି ସମାଲୋଚନା କରାଯିବା ପରେ ବଲିଉଡ ଅଭିନେତା ଅନୁପମ ଖେର ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା, ନିଜ ଅନୁଭୁତି ପ୍ରକାଶ କରିଛନ୍ତି । ସେ ନିଜ ଟ୍ୱିଟରେ ଲେଖିଛନ୍ତି- ମିଛର ପଦ ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ସର୍ବଦା ଛୋଟ । ଏହା ସହିତ ଅଭିନେତା ଫିଲ୍ମ 'କାଶ୍ମୀର ଫାଇଲ'ରୁ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ବ୍ୟତୀତ ଏକ ସାକ୍ଷାତକାରରେ ଅଭିନେତା ଅନୁପମ ଖେର ନିଜ ଫିଲ୍ମକୁ ନେଇ ଦିଆଯାଇଥିବା ଟିପ୍ପଣୀ ଉପରେ ମଧ୍ୟ ନିଜ ମତ ରଖିଛନ୍ତି ସେ କହିଛନ୍ତି ' ଭଗବାନ ସେମାନଙ୍କୁ ଜ୍ଞାନ ଦେବା ଉଚିତ୍ । ଯଦି ' Holocaust'ସତ ହୋଇପାରୁଛି, ତେବେ କାଶ୍ମୀରୀ ପଣ୍ଡିତଙ୍କ ସ୍ଥାନାନ୍ତରଣ ମଧ୍ୟ ସତ ଏବଂ ଯାହା କୁହାଯାଇଛି ତାହା ମଧ୍ୟ ପ୍ରିପ୍ଲାଣ୍ଟ ମଧ୍ୟ ।
‘कश्मीर फ़ाइल्स’ का सच कुछ लोगो के गले में एक काँटे की तरह अटक गया है।वो ना उसे निगल पा रहे है ना उगल! इस सच को झूठा साबित करने के लिए उनकी आत्मा,जो मर चुकी है, बुरी तरह से छटपटा रही है।पर हमारी ये फ़िल्म अब एक आंदोलन है फ़िल्म नहीं।तुच्छ #Toolkit गैंग वाले लाख कोशिश करते रहें।🙏 pic.twitter.com/ysKwCraejt
— Anupam Kher (@AnupamPKher) November 29, 2022
ଇସ୍ରାଏଲର ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡ ''କାଶ୍ମୀର ଫାଇଲ'' ପ୍ରୋପାଗଣ୍ତା ବୋଲି କହିଛନ୍ତି
53 ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ସମାପ୍ତ ସମାରୋହରେ ତାଙ୍କ ଅଭିଭାଷଣରେ ଜୁରି ମୁଖ୍ୟ ନାଦଭ ଲାପିଡ କହିଛନ୍ତି ଯେ କାଶ୍ମୀର ଫାଇଲ ଏକ ପ୍ରଚାର ଏବଂ ଅଶ୍ଳୀଳ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ମହୋତ୍ସବରେ ଫିଲ୍ମର ସ୍କ୍ରିନିଂ ଦେଖି ମୁଁ ବିବ୍ରତ ଓ ଚକିତ । ଏହି ଚଳଚ୍ଚିତ୍ର ଉତ୍ସବର କଳା ପ୍ରତିଯୋଗିତା ପାଇଁ ଅନୁପଯୁକ୍ତ ଥିଲା । ଏହା ପରେ, ନାଦଭ ଲାପିଡଙ୍କ ଏହି ବିବୃତ୍ତି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
ଅଭିନେତା ଦର୍ଶନ କୁମାରଙ୍କ ପ୍ରତିକ୍ରିୟା
ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡଙ୍କର ଏହି ବିବୃତ୍ତି ପରେ ହିଁ ଫିଲ୍ମ 'କାଶ୍ମୀର ଫାଇଲ' ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । ଯାହା ପରେ ଫିଲ୍ମର ନିର୍ମାତା, କଳାକାର, ଏବଂ ସାଧାରଣ ଲୋକଙ୍କର ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ଅଭିନେତା ଦର୍ଶନ କୁମାର ମଧ୍ୟ ପ୍ରତିକ୍ରିୟା ଦେଇ ନାଦଭ ଲାପିଡଙ୍କର ସମାଲୋଚନା କରିଛନ୍ତି ସେ କହିଛନ୍ତି 'କାଶ୍ମୀର ଫାଇଲ' ଏଭଳି ଏକ ଚଳଚ୍ଚିତ୍ର ଯାହା ସାଧାରଣ କଶ୍ମୀର ପଣ୍ଡିତଙ୍କ ଦୁଃଖକୁ ଦର୍ଶାଉଛି।
ବିବେକ ଅଗ୍ନିହୋତ୍ରୀଙ୍କ ପ୍ରତିକ୍ରିୟା
'କାଶ୍ମୀର ଫାଇଲ'ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ଘଟଣଆର ନିନ୍ଦା କରିଛନ୍ତି । ମଙ୍ଗଳବାର ସକାଳେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି 'ଶୁଭ ସକାଳ, ସତ୍ୟ ସବୁଠାରୁ ବିପଦପୂର୍ଣ୍ଣ ବିଷୟ । ଏହା ଲୋକମାନଙ୍କୁ ମିଥ୍ୟାବାଦୀ କରିଦେଇଥାଏ । ଏହିପରି ଭାବରେ ବିବେକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଫ୍ ଇଣ୍ଡିଆ ଜୁରି ଇସ୍ରାଏଲର ଚଳଚ୍ଚିତ୍ର ନିର୍ମାତା ନାଦଭ ଲାପିଡଙ୍କୁ ଟାର୍ଗେଟ୍ କରିଛନ୍ତି ।












Click it and Unblock the Notifications