ଶୋ' ଛାଡିଲେ ଚନ୍ଦୁ, ଚିନ୍ତାରେ କପିଲ !
ବଢିବାରେ ଲାଗିଛି କମେଡି କିଙ୍ଗ କପିଲଙ୍କ ଚିନ୍ତା ,ଶୋ' ଛାଡିଲେ ଚନ୍ଦୁ, ଚିନ୍ତାରେ କପିଲ !
The Kapil Sharma Show: ବଢିବାରେ ଲାଗିଛି କମେଡି କିଙ୍ଗ କପିଲଙ୍କ ଚିନ୍ତା । ଖୁବ ଶିଘ୍ର ଶୋ'ଆରମ୍ଭ ହେବା ପାଇଁ ଯାଉଥିବା ବେଳେ ଭାଙ୍ଗିବାରେ ଲାଗିଛି ତାଙ୍କ ଟିମ୍ । ଗୋଟେ ପରେ ଗୋଟେ କଳାକାର ଏବେ ଛାଡ଼ିବାରେ ଲାଗିଛନ୍ତି କପିଲଙ୍କ ଶୋ'। ପୂର୍ବରୁ କୃଷ୍ଣା ଅଭିଷେକ ଓ ଭାରତୀ କପିଲଙ୍କ ଶୋ'ରୁ ଦୂରାଇଯାଇଥିବା ଖବର ଚର୍ଚ୍ଚାରେ ରହିଥିଲା ଏବେ ଆଉ ଜଣେ ଅଭିନେତା ଛାଡିଛନ୍ତି ସୋନି ଟିଭିର ଏହି ଶୋ' । ଶୋ'ରେ ଚନ୍ଦୁ ସାଜି ଦର୍ଶକଙ୍କୁ ଏଣ୍ଟରଟେନ୍ କରୁଥିବା ଚନ୍ଦୁ ଓରଫ୍ ଚନ୍ଦନ ପ୍ରଭାକର ଛାଡିଛନ୍ତି କପିଲଙ୍କ ସାଥ୍ । ଏନେଇ ଚନ୍ଦନ ଅଫିସିଆଲି ଘୋଷଣା କରି ସାରିଛନ୍ତି। ଏହି ଖବର ସୁଣିବା ପରେ ଏବେ ଦର୍ଶକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଆସନ୍ତା ୧୦ ତାରିଖରେ ନିଜ ନୂଆ ଟିମ୍ ସହ ଟିଭି ପରଦାକୁ ଫେରିବେ କପିଲ୍ ଶର୍ମା । ହେଲେ ଏଥର ଶୋ'ରେ ଅନେକ କଳାକାରଙ୍କ କମେଡି ଆଉ ଦେଖିବା ପାଇଁ ମିଳିବ ନାହିଁ । ସେହିପରି ଅନେକ ନୂଆ ମୁହଁ ଦେଖିବା ପାଇଁ ମିଳିବ ଶୋ'ରେ ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ କପିଲ ଓ ଚନ୍ଦୁ ପିଲା ଦିନର ବନ୍ଧୁ । ଉଭୟ ଏକାଠି ଅନେକ ଦିନରୁ କାମ କରି ଆସୁଥିଲେ ଏବେ ଚନ୍ଦୁଙ୍କ ଏପରି ନିଷ୍ପତ୍ତି ଅନେକ ଫ୍ୟାନ୍ସଙ୍କୁ ନିରାସ କରିଛି । ସୋସିଆଲ ମିଡିଆରେ ଫ୍ୟାନ୍ସ କମେଣ୍ଟ କରି ଶୋ"ନ ଛାଡିବା ପାଇଁ ଚନ୍ଦୁଙ୍କୁ ଅନୁରୋଧ ମଧ୍ୟ କରୁଛନ୍ତି । ଚନ୍ଦୁଙ୍କ ଚୁଟକଲି ବା ଜୋକ୍ ଦର୍ଶକଙ୍କ ମନୋରଞ୍ଜନ କରିଥାଏ ।
ସୂଚନା ଅନୁସାରେ କପିଲ ଓ ଚନ୍ଦୁଙ୍କ ମଧ୍ୟରେ କୌଣସି ଝଗଡ଼ା ହୋଇ ନାହିଁ । ସେ କେବଳ ବ୍ରେକ୍ ନେବା ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଶୋ'ରେ ସେ ନିଜ କ୍ୟାରେକ୍ଟରକୁ ନେଇ ଖୁବ ବୋର୍ ହୋଇଯାଇଛନ୍ତି । ତେବେ ଏଥର ଶୋ'ରେ ଅର୍ଚ୍ଚାନା ପୂରନସିଂ,ସିଦ୍ଧାର୍ଥ ସାଗର ,ସୁମୋନ ଚର୍କବର୍ତ୍ତୀ ,କିକୁ ସାରଦା ,ସୃଷ୍ଟି,ଆଦି କଳାକାରଙ୍କୁ ଦେଖିବା ପାଇଁ ମିଳିବ । ସୂଚନା ଏହା ମଧ୍ୟ ରହିଛି ଯେ ପ୍ରଥମ ଅଧ୍ୟାୟରେ ଅକ୍ଷୟ କୁମାର ନଜର ଆସିପାରନ୍ତି ।












Click it and Unblock the Notifications