କପିଲ ଶର୍ମାଙ୍କ ଶୋ'କୁ ଫେରିଲେ ଗୁଥୀ, ଏହି OTT' ପ୍ଲାଟଫର୍ମରେ ଦେଖିପାରିବେ କମେଡିର ତଡକା
The Great Indian Kapil Show Trailer Out: କଲର୍ସ ଏବଂ ସୋନି ଚ୍ୟାନେଲ, କପିଲ ଶର୍ମାଙ୍କ ଶୋ'ବେଶ୍ ଲୋକପ୍ରିୟତା ହାସଲ କରିଥିଲା । ଦୀର୍ଘ ବର୍ଷ ଧରି ଟେଲିଭିଜନରେ ଏହା ଲୋକଙ୍କୁ ମନୋରଞ୍ଜନ କରିଆସୁଥିଲା । ବର୍ତ୍ତମାନ ଏହାର ନୂଆ ଏପିସୋଡ୍ ନେଟଫ୍ଲିକ୍ସରେ ଦେଖିବା ପାଇଁ ମିଳିବ ଏବଂ ଏହି ଶୋ'ର ନାଁ ରଖାଯାଇଛି, 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ' ଯାହାର ଟ୍ରେଲର ରିଲିଜ୍ ହୋଇଛି ।
ଖାସ୍ କଥା ହେଲା ଦୀର୍ଘ ୭ ବର୍ଷ ପରେ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ଜରିଆରେ ସୁନୀଲ ଗ୍ରୋଭରଙ୍କ ଏଣ୍ଟ୍ରି ହେବା ପାଇଁ ଯାଉଛି । ଅନ୍ୟ ଶୋ'ରେ ସୁନିଲ ଗ୍ରୋଭରଙ୍କୁ 'ଗୁଥୀ' ଭୂମିକାରେ ଦେଖିବା ପାଇଁ ମିଳିଥିଲା ହେଲେ ଯେଉଁ ଶୋ'ରେ ସେ ଏହି ଭୂମିକାରେ ପ୍ରଥମ ଥର ନଜର ଆସିଥିଲେ ଅର୍ଥାତ କପିଲଙ୍କ ଶୋ"ରେ, ସେଥିରେ ପୁଣି ତାଙ୍କୁ ନିଜ ପୁରୁଣା ଟିମ୍ ସହ ଦେଖିବା ପାଇଁ ମିଳିବ । ଏହି ଖବର ପ୍ରକାଶ ପାଇବା ପରେ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢିଯାଇଛି । ଏବେ କେବଳ ଅପେକ୍ଷା ଟେଲିକାଷ୍ଟ ତାରିଖକୁ ।

ନେଟଫ୍ଲିକ୍ସ ଇଣ୍ଡିଆର ଇନଷ୍ଟାଗ୍ରାମ ପେଜରେ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ'ର ଟ୍ରେଲର ରିଲିଜ୍ ହୋଇଯାଇଛି । କପିଲ ଶର୍ମା ମଧ୍ୟ ନିଜ ସୋସିଆଲ ମିଡିଆ ସାଇଟରେ ଏହି ଟ୍ରେଲର ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, 'ଏ ସମୟ ହେଉଛି ପୂର୍ବ ପରି ହସିବାର, କାରଣ ଏଥର ଗ୍ୟାଙ୍ଗ ଫେରି ଆସିଛି। ଆମେ ଆନ୍ତର୍ଜାତୀୟ ସ୍ତରରେ ପରିଚିଚ । ଟ୍ରେଲର ରିଲିଜ୍ ହୋଇଯାଇଛି ଏବଂ ପ୍ରଥମ ଏପିସୋଡ୍ ମାର୍ଚ୍ଚ 30 ରୁ ରାତି 8 ଟାରୁ ନେଟଫ୍ଲିକ୍ସରେ ଦେଖିବା ପାଇଁ ମିଳିବ ।












Click it and Unblock the Notifications