ଏହି ଶୋ'ର ଗୋଟିଏ ଏପିସୋଡ୍ ପାଇଁ କପିଲ୍ ନିଅନ୍ତି ୫୦ ଲକ୍ଷ ଟଙ୍କା
The Great Indian Kapil Sharma Show: ବର୍ତ୍ତମାନ ଓଟିଟି 'ପ୍ଲାଟଫର୍ମରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ 'କପିଲ ଶର୍ମା ଶୋ'ଆସିବା ପାଇଁ ଯାଉଛି । ଏଥର ସୋ'ର ନାଁ ବଦଳି ଯାଇଛି ଏବଂ 'ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ଶୋ'ରଖାଯାଇଛି । ଏହା 30 ମାର୍ଚ୍ଚ 2024ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ କରାଯିବ ।
ଏଥର ହାସ୍ୟ ଅଭିନେତା କପିଲ ଶର୍ମା ନିଜେ ଏହି ଶୋ'ର ଆୟୋଜନ କରିବାକୁ ଯାଉଛନ୍ତି । ହେଲେ ଏଥର 'କପିଲ୍ ଶର୍ମା ଶୋ' ଟିଭିରେ ବରଂ OTT' ପ୍ଲାଟଫର୍ମରେ ଦେଖାଯିବ । ତେବେ ଅଧିକାଂଶ ପୁରୁଣା କଳାକାରଙ୍କୁ ଏହି ଶୋ'ରେ ଦେଖିବାକୁ ମିଳିବ । ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ଏହି ସୋ'ରେ ଏଣ୍ଟ୍ରି କରିଛନ୍ତି ।

କପିଲ ଶର୍ମାଙ୍କ କମେଡି ରିଆଲିଟି ଶୋ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ମନୋରଞ୍ଜନ କରି ଆସୁଥିଲା । ଏହି ଶୋ ଦୁନିଆର ଅନେକ ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲା । ଶୋ'ର ହୋଷ୍ଟ କପିଲ ଶର୍ମା ମଧ୍ୟ ଏହି ଶୋ ଜରିଆରେ ବେଶ୍ ଭଲ ପାଇବା ସାଉଁଟିବା ଏକ ନୂଆ ପରିଚୟ ପାଇଥିଲେ । ଏପରିକି ଶୋ'ର ଅନ୍ୟ ସମସ୍ତ କଳାକାର ମଧ୍ୟ ବହୁତ ଲୋକପ୍ରିୟ ହୋଇପାରିଛନ୍ତି । ଏହି ଶୋ'ରେ କାମ କରୁଥିବା ସମସ୍ତ କଳାକାରଙ୍କ ଫି"ଖୁବ୍ ଅଧିକ ।
ଶର୍ମା ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା କପିଲ ଶର୍ମା ଗତ 10 ବର୍ଷ ଧରି ଏହି ଶୋ'କୁ ହୋଷ୍ଚ କରି ଆସୁଛନ୍ତି । ସେ ଏହି ଶୋ'ର ଗୋଟିଏ ଏପିସୋଡ୍ ପାଇଁ ଖୁବ୍ ଅଧିକ ଟଙ୍କା ଚାର୍ଜ କରନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ କପିଲ ଶର୍ମା ଗୋଟେ ଏପିସୋଡ ପାଇଁ ପ୍ରାୟ 50 ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଯଦି ଏକ ମାସରେ 8ଟି ଏପିସୋଡ୍ କରନ୍ତି ତେବେ କେବଳ ଗୋଟିଏ ମାସରେ ତାଙ୍କ ଆୟ 4କୋଟି ।
ଚନ୍ଦନ ପ୍ରଭାକର କପିଲଙ୍କ ଶୋ"ର ଜଣେ ପୁରୁଣା କଳାକାର ଏବଂ କପିଲଙ୍କର ପୁରୁଣା ବନ୍ଧୁ ମଧ୍ୟ । ଏହି ନୂଆ ସିଜିନରେ ଚନ୍ଦନଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ରିପୋର୍ଟ ଅନୁସାରେ ଗୋଟିଏ ଏପିସୋଡ ପାଇଁ ସେ 7 ଲକ୍ଷ ଟଙ୍କାର ଚାର୍ଜ କରନ୍ତି ଏବଂ ଏକ ମାସରେ ସେ ପ୍ରାୟ 56 ଲକ୍ଷ ଆୟ କରନ୍ତି ।
ଦି କପିଲ ଶର୍ମା ସୋ'ରେ କପିଲ ଶର୍ମାଙ୍କ ପତ୍ନୀ ଭୂମିକାରେ ସୁମୋନା ଚକ୍ରବର୍ତ୍ତୀଙ୍କୁ ଦେଖିବା ପାଇଁ ମିଳେ । ପୁରୁଣା କଳାକାରମାନଙ୍କ ମଧ୍ୟରୁ ସେ ଜଣେ । ସୁମୋନା ଚକ୍ରବର୍ତ୍ତୀ ଏକ ଏପିସୋଡ୍ ପାଇଁ 5 ଲକ୍ଷ ଟଙ୍କା ନିଅନ୍ତୁ ଏବଂ ଏକ ମାସରେ 40 ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିକୁ ଶାରଦା ପ୍ରତି ଏପିସୋଡ୍ ପାଇଁ 7 ଲକ୍ଷ ଟଙ୍କା ନିଅନ୍ତୁ ଏବଂ ତାଙ୍କର ମାସକର ଆୟ 56 ଲକ୍ଷ ଟଙ୍କା ।
ସେହିପରି ଜଜ୍ ଚେୟାର ବସିଥିବା ଅର୍ଚ୍ଚନା ପୁରଣ ସିଂ ଏପିସୋଡ ପିଛା 10 ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏପରି ସ୍ଥିତିରେ ଅର୍ଚ୍ଚନା ମାସକୁ ପ୍ରାୟ 80 ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ହୋଇଥାନ୍ତି । ବଲିଉଡ ଅଭିନେତା କୃଷ୍ଣା ଅଭିଷେକ ଏକ ଏପିସୋଡ୍ ପାଇଁ 12 ଲକ୍ଷ ଟଙ୍କା ଡିମାଣ୍ତ କରିଛନ୍ତି ଯଦି ଏହି ରିପୋର୍ଟ ସତ ତେବେ ସେ ମାସକୁ 96 ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ।
ଅଭିନେତା ସୁନୀଲ ଗ୍ରୋଭର ମଧ୍ୟ ଏଥର 'ଦ ଗ୍ରେଟ ଇଣ୍ଡିଆନ କପିଲ ଶୋ'ରେ ନଜର ଆସିବେ । ସେ ଏକ ଏପିସୋଡ ପାଇଁ 10 ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏଭଳି ପରିସ୍ଥିତିରେ ସେ ମାସକୁ 80 ଲକ୍ଷ ଟଙ୍କା ରୋଜଗାର କରନ୍ତି ।












Click it and Unblock the Notifications