Tiger 3 First Show: ଦିପାବଳୀ ଅବସରରେ ରିଲିଜ୍ ହେବ ଟାଇଗର୍-୩, ଏହି ତାରିଖଠୁ ଆରମ୍ଭ ହେବ ଆଡଭାନ୍ସ ବୁକିଂ
Tiger 3 First Show: ଦୀର୍ଘ ସମୟ ପରେ ବଡ଼ ପରଦାରେ ପୁଣି ଦେଖିବା ପାଇଁ ମିଳିବ ଭାଇଜାନଙ୍କ ଜଲୱା । ଦିପାବଳୀ ଅବସରରେ ଅଭିନେତାଙ୍କ ଫିଲ୍ମ 'ଟାଇଗର 3' ରିଲିଜ ହେବାକୁ ଯାଉଛି। 'ଟାଇଗର 3'ର ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର, କାରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ । ଫିଲ୍ମର ପ୍ରଥମ ଶୋ' ଦୀପାବଳି ଦିନ ସକାଳ 7 ଟାରୁ ଆରମ୍ଭ ହେବାକୁ ଯାଉଛି । ଆଜ୍ଞା ହଁ ସକାଳ 7ଟାରୁ ହିଁ ସିନେମା ଘରେ ଦର୍ଶକ ଫିଲ୍ମ ଦେଖିପାରିବେ ।
'ଟାଇଗର 3' ରେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଭିଲେନ୍ ଭୂମିକାରେ ଇମ୍ରାନ୍ ହାଶମୀ ନଜର ଆସିବେ। ନକାରାତ୍ମକ ଭୂମିକାରେ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଫିଲ୍ମର ପ୍ରଥମ ଶୋ' ଏବଂ ଆଡଭାନ୍ସ ବୁକିଂ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି- ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3'ର ପ୍ରଥମ ଶୋ ସକାଳ 7 ଟାରୁ ଆରମ୍ଭ ହେବ । 12 ନଭେମ୍ବର ରବିବାର ଦିନ ସକାଳ 7 ଟାରେ ଶୋ 'ଦେଖାଇବାକୁ ୟଶ ରାଜ ଫିଲ୍ମସ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଏବଂ ଏହାର ଆଡଭାନ୍ସ ବୁକିଂ 5 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।
'ଟାଇଗର 3' ହେଉଛି ୟଶ ରାଜ ଫିଲ୍ମସ୍ ସ୍ପାଇ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏହାପୂର୍ବରୁ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହୈ, ୟୁଦ୍ଧ ଏବଂ ପଠାନ ପରି ଫିଲ୍ମ ତିଆରି ହୋଇସାରିଛି । ଟାଇଗର 3 ର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା। ଟାଇଗର ଏବଂ ଜୋୟାଙ୍କ ହିଟ୍ ଯୋଡି ଟାଇଗର-3ରେ ପୁଣି ଥରେ ଦେଖିବାକୁ ମିଳିବ । ଏବେ ଦେଖିବା ବାକି ରହିଲା ପଠାନ୍ ପରି ଟାଇଗର 3, ଦର୍ଶକଙ୍କ ମନ ଜିଣିବାରେ ସଫଳ ହେଉଛି ନା ନାହିଁ ।












Click it and Unblock the Notifications