Kesari 2 Online Leaked: ରିଲିଜ୍ ହେବା ମାତ୍ରେ ଅନଲାଇନ୍ ଲିକ୍ ହେଲା ଫିଲ୍ମ 'କେସରୀ ଚାପ୍ଟର ୨'
ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ 'କେସରୀ ଚାପ୍ଟର 2 - ଦି ଅନଟୋଲ୍ଡ ଷ୍ଟୋରୀ ଅଫ୍ ଜାଲିଆନୱାଲା ବାଗ' ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମଟି ଆଜି ଅର୍ଥାତ୍ ୧୮ ଏପ୍ରିଲ ୨୦୨୫ (ଶୁକ୍ରବାର)ରେ ସିନେମା ହଲରେ ମୁକ୍ତିଲାଭ କରିଛି।
ଅକ୍ଷୟ କୁମାର, ଆର ମାଧବନ ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'କେସରୀ ଚାପ୍ଟର 2' ଏହି ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ଥିଲା। ରିଲିଜ୍ ହେବା ମାତ୍ରେ ଏହି ଫିଲ୍ମଟି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଲୋକମାନେ ଫିଲ୍ମର କାହାଣୀକୁ ପସନ୍ଦ କରୁଛନ୍ତି।
ହେଲେ ଏହି ଫିଲ୍ମଟି ରିଲିଜ୍ ହେବା ମାତ୍ରେ ଏକ ବଡ଼ ଝଟକା ଲାଗିଛି। ଏହି ଫିଲ୍ମଟି ରିଲିଜ୍ ହେବାର କିଛି ସମୟ ପରେ ପାଇରେସିର ଶିକାର ହୋଇଛି । ରପୋର୍ଟ ଅନୁଯାୟୀ, ଫିଲ୍ମଟି ଥିଏଟରରେ ଆନୁଷ୍ଠାନିକ ଭାବରେ ରିଲିଜ୍ ହେବାର ମାତ୍ର କିଛି ଘଣ୍ଟା ପରେ, ଏହା ଅନେକ ପାଇରେଟେଡ୍ ମୁଭି ପ୍ଲାଟଫର୍ମରେ ଅନଲାଇନରେ ଲିକ୍ ହୋଇଯାଇଛି।

ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ଫିଲ୍ମ 'କେସରୀ ଚାପ୍ଟର 2' ଫିଲ୍ମିଜିଲା, ମୁଭିରୁଲ, ଟେଲିଗ୍ରାମ, ତାମିଲରକର୍ସ ଏବଂ ଅନେକ ୱେବସାଇଟ ଭଳି ଅନେକ ଟୋରେଣ୍ଟ ସାଇଟରେ 1080p, 720p, 480p, 360p, 240p ଏବଂ HD ପ୍ରିଣ୍ଟରେ ଲିକ୍ ହୋଇଛି।
ଏହି ପ୍ଲାଟଫର୍ମଗୁଡ଼ିକରେ 'କେସରୀ 2 ମୁଭି ଡାଉନଲୋଡ୍', 'କେସରୀ 2 ମୁଭି HD ଡାଉନଲୋଡ୍', 'କେସରୀ 2 ତାମିଲରକର୍ସ', 'କେସରୀ 2 ଫିଲ୍ମିଜିଲା', 'କେସରୀ 2 ଟେଲିଗ୍ରାମ ଲିଙ୍କ୍ସ' ଏବଂ 'କେସରୀ 2 ମୁଭି ମାଗଣା HD ଡାଉନଲୋଡ୍' ଭଳି ଫିଲ୍ମ ସହିତ ଜଡିତ କୀୱାର୍ଡଗୁଡ଼ିକ ଶୀର୍ଷ ଟ୍ରେଣ୍ଡରେ ଅଛନି ।
'କେସରୀ ଚାପ୍ଟର 2' ଲିକ୍ ହେବା ଯୋଗୁଁ, ଏହାର ଆୟ ଉପରେ ବଡ଼ ପ୍ରଭାବ ପଡ଼ିପାରେ। ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ସଲମାନ ଖାନଙ୍କ ଫିଲ୍ମ 'ସିକନ୍ଦର' ମଧ୍ୟ ରିଲିଜ୍ ହେବା ମାତ୍ରେ ଅନଲାଇନରେ ଲିକ୍ ହୋଇଥିଲା ଏବଂ ଏହା ସଲମାନଙ୍କ ଫିଲ୍ମ ଉପରେ ବହୁତ ଖରାପ ପ୍ରଭାବ ପକାଇଥିଲା।












Click it and Unblock the Notifications