ରିଲିଜ୍ ପୂର୍ବରୁ ଆମେରିକାରେ ରେକର୍ଡ ସୃଷ୍ଟି କଲା 'Pushpa 2'
Pushpa 2: ପ୍ରଶଂସକମାନଙ୍କ ମଧ୍ୟରେ ଆଲ୍ଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା 2: ଦ ରୁଲ୍'କୁ ନେଇ ଚର୍ଚ୍ଚା ଲାଗି ରହିଛି । ଫିଲ୍ମର ପ୍ରତ୍ୟେକ ଅପଡେଟ୍ ଉପରେ ରହିଛି ସିନେପ୍ରେମୀଙ୍କ ନଜର । ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଗୀତ ଏବଂ ଟିଜର ପ୍ରଶଂସକଙ୍କୁ ଅଧିକ ଉତ୍ସାହିତ କରିଛି। 'ପୁଷ୍ପା 2' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଏବଂ ଏହାର ରିଲିଜ୍ ପୂର୍ବରୁ ଏହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚହଳ ସୃଷ୍ଟି କରିଛି ।
2021 ବ୍ଲକବଷ୍ଟର ପୁଷ୍ପାର ବହୁ ପ୍ରତୀକ୍ଷିତ ସିକ୍ୱେଲ୍ ହେଉଛି ଏହାର ପାର୍ଟ-2 । 4 ଡିସେମ୍ବର 2024'ରେ ଏହି ସିନେମା ରିଲିଜ୍ ହେବା ନେଇ ସୂଚନା ରହିଛି । ଏହି ଫିଲ୍ମ 5 ଡିସେମ୍ବର 2024 ରେ worldwide ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । 'ପୁଷ୍ପା ୨ ଏହାର ଅଫିସିଆଲ୍ ରିଲିଜ୍ ପୂର୍ବରୁ ମଧ୍ୟ ଅନେକ ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ରର 15,000 ରୁ ଅଧିକ ଟିକେଟ ଆମେରିକାରେ ବିକ୍ରି ହୋଇସାରିଛି ।

'ପୁଷ୍ପା ୨' ରିଲିଜ୍ ପୂର୍ବରୁ ଆମେରିକାର ବଜାରରେ ଟିକେଟ୍ ବିକ୍ରି ସହିତ ଅନେକ ଗୁଜବ ସୃଷ୍ଟି କରିସାରିଛି। ଏହି ଚଳଚ୍ଚିତ୍ରର ବିଦେଶୀ ଫ୍ୟାନଙ୍କୁ ମଧ୍ୟ ପାଗଳ କରିଛି । ଗତକାଲି ଫିଲ୍ମର ଏକ ପୋଷ୍ଟକ ରିଲିଜ୍ ହୋଇଥିଲା, ଯାହାକୁ ଫ୍ୟାନ୍ସଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ବର୍ତ୍ତମାନ ଆମେରିକାରେ 15 ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି । ଡିସେମ୍ବର 4 ରେ ଆମେରିକାର ରିଲିଜ୍ ହେବ ।












Click it and Unblock the Notifications