ଏହି ବର୍ଷ ରିଲିଜ୍ ହେବ ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍ 3'
The Family Man Season 3 Release Date: ମନୋଜ ବାଜପେୟୀଙ୍କ ୱେବ୍ ସିରିଜ୍ 'ଦ ଫ୍ୟାମିଲି ମ୍ୟାନ୍'ର କ୍ରେଜ୍ ଜବରଦସ୍ତ ଦେଖିବାକୁ ମିଳିଥିଲା । ଏପର୍ଯ୍ୟନ୍ତ, ଶୋ'ର ଦୁଇଟି ଭାଗ ରିଲିଜ୍ ହୋଇଛି । ଏହି ସିରିଜର ତୃତୀୟ ପାର୍ଟକୁ ପ୍ରଶଂସକ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଖାସ କରି ଏହାର କାହାଣୀ ଲୋକଙ୍କ ମନ ଜିଣିଥିଲା । ବର୍ତ୍ତମାନ ନିର୍ମାତାମାନେ ସିରିଜକୁ ନେଇ ଏକ ଖୁସି ଖବର ଦେଇଛନ୍ତି । ଆଜ୍ଞା ହଁ, ବର୍ତ୍ତମାନ ପାର୍ଟ ୩'ର ସୁଟିଂ ଆରମ୍ଭ ହୋଇଯାଇଛି । ତେବେ ଚାଲନ୍ତୁ ଜାଣିବା ଏହି ସିରିଜ୍ କେବେ ରିଲିଜ୍ ହେବ ।
ପ୍ରାଇମ୍ ଭିଡିଓ ସିରିଜ୍ ମଧ୍ୟରୁ ଫ୍ୟାମିଲି ମ୍ୟାନ୍ ସବୁଠାରୁ ଲୋକପ୍ରିୟ ରହିଥିଲା । ଏହାର ଦ୍ୱିତୀୟ ସିଜିନକୁ ମଧ୍ୟ ବଡ଼ ସଫଳତା ମିଳିଥିଲା । ପରେ ପ୍ରଶଂସକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫ୍ୟାମିଲି ମ୍ୟାନର ତୃତୀୟ ସିଜିନକୁ ନେଇ ନିର୍ମାତାମାନେ ଏକ ଖୁସି ଖବର ସେୟାର କରିଛନ୍ତି । ଏହାର ଏକ ପୋଷ୍ଟର ସେୟାର କରି ସୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ।

ତୃତୀୟ ସିଜିନ ବିଷୟରେ ଆଲୋଚନା କରି ମନୋଜ ବାଜପେୟୀ ଏକ ସାକ୍ଷାତକାରରେ କହିଛନ୍ତି, ସିଜନ 3 ଉତ୍ତର-ପୂର୍ବରେ ସୁଟିଂ । ଦ୍ୱିତୀୟ ଭାଗର ଅନ୍ତ ଯେଉଁଠି ହୋଇଥିଲା ସେଠୁ ହିଁ ତୃତୀୟ ଭାଗ ଆରମ୍ଭ ହେବ । ହେଲେ ଗତ ଥର ଅପେକ୍ଷା ଏଥର ସିଜିନ୍ ଅଧିକ ସମୟ ପର୍ଯ୍ୟନ୍ତ ରହିବ । ଏଥିରେ ଶ୍ରୀକାନ୍ତ ତିୱାରୀ ତାଙ୍କ ଜୀବନର ସେହି ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କ ପିଲାମାନେ ବଡ଼ ହେଉଛନ୍ତି ଏବଂ ଶ୍ରୀକାନ୍ତ ମଧ୍ୟ ବୃଦ୍ଧ ହୋଇଯାଇଛନ୍ତି। କିନ୍ତୁ ସେ ନିଜ ଅଭ୍ୟାସ ଛାଡି ନାହାଁନ୍ତି ।
ବିଳମ୍ବ ହେବା କାରଣ ପଚାରିବାରୁ ଅଭିନେତା କହିଥିଲେ, ପ୍ରଥମ ସିଜିନ ପରେ ଦ୍ୱିତୀୟ ସିଜିନ ଆସିବା ପାଇଁ ତିନି ବାର୍ଷ ଲାଗିଥିଲା । ସେହିପରି ସିରିଜର ତୃତୀୟ ଭାଗ ଆସିବା ପାଇଁ ମଧ୍ୟ ସମାନ ସମୟ ଲାଗିବ । GQ ଇଣ୍ଡିଆ ଅନୁଯାୟୀ, ଫ୍ୟାମିଲି ମ୍ୟାନ୍ ଟିମ୍ ସୂଚନା ଅନୁସାରେ ତୃତୀୟ ସିଜନ୍ 2025 ସୁଦ୍ଧା ମୁକ୍ତିଲାଭ କରିବ ।












Click it and Unblock the Notifications