Get Updates
Get notified of breaking news, exclusive insights, and must-see stories!

ନୂଆ ଲୁକରେ କରୀନା: ଏହି ଫିଲ୍ମରେ ଆସିବେ ନଜର, ରିଲିଜ୍ ହେଲା ପୋଷ୍ଟର

The Buckingham Murders: 'କ୍ରୁ'ପରି ସଫଳ ଚଳଚ୍ଚିତ୍ର ପରେ କରୀନା କପୁର ଖାନ ଏବଂ ଏକତା କପୁର ପୁଣିଥରେ ଏକାଠି ଏକ ପ୍ରୋଜେକ୍ଟରେ କାମ ଆରମ୍ଭ କରିଛନ୍ତି । ଫିଲ୍ମ ନିର୍ମାତା ହନସଲ ମେହେତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'The Buckingham Murders' ରେ ଏହି ଯୋଡ଼ି ପୁଣି ଏକାଠି କାମ କରିବା ପାଇଁ ଯାଉଛି । ପୂର୍ବରୁ କମେଡି ଡ୍ରାମା ଜରିଆରେ ଲୋକଙ୍କ ମନ ଜିଣିଥିବା ଏକତା କପୁର ଏବଂ କରିନା କପୁର ଖାନା ବର୍ତ୍ତମାନ ଏକ ହତ୍ୟା ଏବଂ ରହସ୍ୟ ଭରା ସିନେମା ଦର୍ଶକଙ୍କୁ ଭେଟି ଦେବା ପାଇଁ ଯାଉଛନ୍ତି ।

The Buckingham Murders

କରୀନା କପୁର ଖାନ ମଧ୍ୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ସହ-ନିର୍ମାତା ଭାବରେ କାମ କରିବେ । କରୀନା କପୁର ଗତ ବର୍ଷ 'ଜାନେ-ଜାନା' ନାମକ ଏକ ହତ୍ୟା ଏବଂ ସସପେନ୍ସ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର କାହାଣୀ, କରାନୀଙ୍କ ଅଭିନୟ ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା ।

ବର୍ତ୍ତମାନ ତାଙ୍କ ନୂଆ ଚଳଚ୍ଚିତ୍ରର ଏକ ନୂଆ ଏବଂ ଆକର୍ଷଣୀୟ ପୋଷ୍ଟର ରିଲିଜ୍ ହୋଇଛି । ଯେଉଁଥିରେ ଅଭିନେତ୍ରୀ କିରୀନାଙ୍କୁ ଏକଦନ ସିରିଅସ୍ ଲୁକରେ ଦେଖିବା ପାଇଁ ମିଳୁଛି । ତେବେ ଏହି ପୋଷ୍ଟର ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢାଇଦେଇଛି । ତେବେ ଫ୍ୟାନ୍ସ ଏହି ଫିଲ୍ମ ବିଷୟରେ ଅଧିକ ଜାଣିବା ପାଇଁ ଉତ୍ସାହିତ ଅଛନ୍ତି ।

ଫେଷ୍ଟିଭାଲ୍ 2023 ରେ ସ୍କ୍ରିନିଂ ହୋଇ ଜିଓ MAMI ଚଳଚ୍ଚିତ୍ର ମହୋତ୍ସବ 2023 ରେ ପ୍ରଦର୍ଶିତ ହୋଇଥିବା ପ୍ରଥମ ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ଚଳଚ୍ଚିତ୍ର ଏକ ଜବରଦସ୍ତ ଥ୍ରୀଲର ଦେଖିବା ପାଇଁ ମିଳିବ । ଏହି ସିନେମାରେ ଏକ ରୋମାଞ୍ଚକ ହତ୍ୟା କାହାଣୀ ଦେଖିବା ପାଇଁ ମିଳିବ ।

ଏଭଳି ପରିସ୍ଥିତିରେ ନିର୍ମାତାମାନେ ଫିଲ୍ମର ଏକ ଆକର୍ଷଣୀୟ ପୋଷ୍ଟର ସେୟାର କରି ଏହାର ରିଲିଜ୍ ତାରିଖ ଘୋଷଣା କରି ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇଛନ୍ତି । ପୋଷ୍ଟର ସେୟାର କରିବା ସହ କ୍ୟାପସନରେ ଲେଖାଯାଇଛି, ' 13 ସେପ୍ଟେମ୍ବର 2024 ରେ 'The Buckingham Murders' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ' । କରୀନା କପୁର ଖାନ, ଐଶ ଟଣ୍ଡନ, ରଣଭୀର ବରାରଙ୍କ ପରି ଅଭିନେତାଙ୍କୁ ଦେଖିବା ପାଇଁ ମିଳିବ । ଶୋଭା କପୁର, ଏକତା ଆର କପୁର ଏବଂ କରୀନା କପୁର ଖାନଙ୍କ ସହ ଏହି ଚଳଚ୍ଚିତ୍ରଟି ବାଲାଜୀ ଟେଲିଫିଲ୍ସ ଏବଂ ଟିବିଏମ୍ ଫିଲ୍ମ ଦ୍ୱାରା ନିର୍ମିତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+