ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ 'The Archies' ଟ୍ରେଲର୍, ଦେଖିବାକୁ ମିଳିଲା ଷ୍ଟାରକିଡଙ୍କ ଜବରଦସ୍ତ ଅଭିନୟ
The Archies Trailer Out: 2023 ବର୍ଷର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର 'The Archies'ର ଟ୍ରେଲର ଆଜି ମୁକ୍ତିଲାଭ କରିଛି । ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ନୂଆ ନୂଆ ଚେହେରା ଦେଖିବା ପାଇଁ ମିଳୁଛି । ରୋମାଞ୍ଚକର କଥା ହେଉଛି ଯେ, ଫିଲ୍ମ 'The Archies'ଜରିଆରେ ଅନେକ ବଲିଉଡ ତାରକାଙ୍କ ପିଲା ମାନେ ବଲିଉଡରେ ଡେବ୍ୟୁ କରିଛନ୍ତି ।
ଏଥିମଧ୍ୟରେ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦଙ୍କ ନାମ ରହିଛି। 'ଦି ଆର୍କିଜ୍'ର ଅନ୍ୟ ତାରକାମାନଙ୍କ ମଧ୍ୟରେ ମିହିର ଅହୁଜା, ଆଦିତ୍ୟ ସେହଗଲ୍, ଯୁବରାଜ ମେନ୍ଦା ଏବଂ ବେଦଙ୍ଗ ରାଇନା ସାମିଲ ଅଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଲୁକ୍, ପୋଷ୍ଟର ଏବଂ ଗୀତ ମଧ୍ୟ ରିଲିଜ୍ ହୋଇଥିଲା ।

ତେବେ ଏହି ଫିଲ୍ମଟି 1950 ଏବଂ 1960 ଦଶକର କାହାଣୀ ଉପରେ ଆଧାରିତ । ଶେଷରେ ଜୋୟା ଅଖତର ମଧ୍ୟ 'ଦି ଆର୍କିଜ୍'ର ବହୁ ପ୍ରତୀକ୍ଷିତ ଟ୍ରେଲର ରିଲିଜ୍ କରିଛନ୍ତି । ଯାହା ଆଜି ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ତ ଏବଂ ଦର୍ଶକଙ୍କ ମନ ଜିଣୁଛି ଷ୍ଟାର କିଡଙ୍କ ଅଭିନୟ ।
ଏହି ଦମଦାର ଟ୍ରେଲର ଦର୍ଶକଙ୍କୁ ଇମପ୍ରେସ୍ କରୁଛି । ଖାସ୍ କରି ସୁହାନା, ଖୁସି ଏବଂ ଅଗସ୍ତ୍ୟଙ୍କ ଅଭିନୟ ଖୁବ ପ୍ରଭାବଶାଳୀ ରହିଛି । ଟ୍ରେଲରରେ ଡ୍ୟାନ୍ସ ସହିତ ବନ୍ଧୁତା, ରୋମାନ୍ସ ସହ ଇମୋସନସର ଝଲକ ଦେଖିବାକୁ ମିଳୁଛି । ଦି ଆର୍କିଜ୍ ର ଟ୍ରେଲରରେ ଦର୍ଶାଯାଇଛି ଯେ ଚଳଚ୍ଚିତ୍ରଟି ବହୁତ ଆକର୍ଷଣୀୟ ଏବଂ ରୋମାଞ୍ଚକରେ ପରିପୂର୍ଣ୍ଣ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଜୋୟା ଅଖତରଙ୍କ ଦ୍ୱାରା ଏହି ଫିଲ୍ମର ନିର୍ଦ୍ଦେଶନା ଦିଆଯାଇଛି । ଏହି ଚଳଚ୍ଚିତ୍ରଟି ପୁସ୍ତକ 'ଦ ଆର୍କିଜ୍' ଉପରେ ଆଧାରିତ । ଫିଲ୍ମଟି ଡିସେମ୍ବର 7 ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି । ଏବେ ଦେଖିବା ବାକି ରହିଲା ଟ୍ରେଲର ପରି ସିନେମାଟି ଦର୍ଶକଙ୍କ ମନ ଜିଣିବାରେ ସଫଳ ହେଉଛି ନା ନାହିଁ ।












Click it and Unblock the Notifications