ବିବାଦରେ 'Thank God', ସୁପ୍ରିମକୋର୍ଟରେ ପହଁଚିଲା ମାମଲା

ବିବାଦରେ 'Thank God', ସୁପ୍ରିମକୋର୍ଟରେ ପହଁଚିଲା ମାମଲା

ମୁମ୍ବାଇ: ବିବାଦରେ ଅଜୟ ଦେବଗନଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ୍‌' । ଫିଲ୍ମ ରିଲିଜ୍ ଉପରେ ରୋକ ଲଗାଇବା ପାଇଁ କରାଯାଉଛି ଦାବି । ଅକ୍ଟୋବର ୨୫ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏହି ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗରେ ଚିତ୍ରଗୁପ୍ତ ୱେଲଫେଆର୍ ଟ୍ରଷ୍ଟ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରିଛି । ଏପରିକି ଫିକୁ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ ନ କରାଯାଉ ବୋଲି ଦାବି କରାଯାଉଛି ।

 Thank God
ଆବଦେନରେ ଅଭିନେତା ଅଜୟ ଦେବଗନ୍, ସିବିଏଫସି, ନିର୍ଦ୍ଦେଶକ ଇନ୍ଦର କୁମାର, ନିର୍ମାତା ଭୂଷଣ କୁମାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ଫିଲ୍ମ ଭଗବାନ ଚିତ୍ରଗୁପ୍ତଙ୍କୁ ପୂଜା କରୁଥିବା ସମଗ୍ର ବିଶ୍ୱରେ କୋଟି କୋଟି ଲୋକଙ୍କ ଭାବନାକୁ କ୍ଷତି ପହଞ୍ଚାଉଛି । ଚଳଚ୍ଚିତ୍ରଟି ସେନ୍ସର ସାର୍ଟିଫିକେଟ୍ ପାଇବା ଉଚିତ୍ ନୁହେଁ ବୋଲି ଟ୍ରଷ୍ଟ ପକ୍ଷରୁ ଦାବି କରାଯାଉଛି । ସୂଚନା ମୁତାବକ, କାୟସ୍ତ ସମ୍ପ୍ରଦାୟ ଭଗବାନ ଚିତ୍ରଗୁପ୍ତଙ୍କୁ ପୂଜା କରନ୍ତି। ଏହା ପୂର୍ବରୁ ଏହି ଫିଲ୍ମ ବିରୋଧରେ ଏକ ଏଫ୍‌ଆଇଆର୍ ମଧ୍ୟ ରୁଜୁ ହୋଇଥିଲା। ଫିଲ୍ମରେ ଭଗବାନ ଚିତ୍ରଗୁପ୍ତଙ୍କୁ କଦର୍ଥ କରି ଦେଖାଯିବା ସହ ଅସଭ୍ୟ ଭାଷାର ପ୍ରୟୋଗ କରାଯାଇଥିବା ନେଇ ଅଭିଯୋଗ କରାଯାଇଥିଲା ।

ସେପ୍ଟେମ୍ବର ୯ରେ ମେକର୍ସଙ୍କ ପକ୍ଷରୁ ଫିଲ୍ମ 'Thank God'ର ଟ୍ରେଲର ଲଞ୍ଚ କରାଯାଇଥିଲା । ଯାହା ପରେ ବିବାଦ ଦେଖିବା ପାଇଁ ମିଳିଛି । ହିନ୍ଦୁ ଧର୍ମର ଲୋକଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଉଥିବା ନେଇ ଅଭିଯୋଗ କରାଯାଇଛି । ପ୍ରଥମେ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ବିରୋଧରେ ଉତ୍ତର ପ୍ରଦେଶରେ ଏକ ମାମଲା ରୁଜୁ କରାଯାଇଥିଲା । ସେହିପରି କର୍ଣ୍ଣାଟକାରେ ହିନ୍ଦୁ ସଂଗଠନ ପକ୍ଷରୁ ମଧ୍ୟ ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଦାବି କରାଯାଇଥିଲା ।
ତେବେ ଏହି ଫିଲ୍ମର ଟ୍ରେଲରରେ ଭଗବାନ ଚିତ୍ରଗୁପ୍ତ ଓ ଭଗବାନ ଯମଙ୍କୁ ଆଧୁନିକ ପୋଷାକରେ ଦେଖିବା ପାଇଁ ମିଳୁଛି । ସେଥିପାଇଁ ହିନ୍ଦୁ ଜନଜାଗୃତ ସମିତି କର୍ଣ୍ଣାଟକରେ ବ୍ୟାନ କରିବା ପାଇଁ ଦାବି କରିଥିଲା । ଏପରିକି ଏହି ଫିଲ୍ମକୁ ରିଲିଜ୍ ପାଇଁ ପ୍ରମାଣପତ୍ର ନ ଦେବା ପାଇଁ ମଧ୍ୟ ସେନସର ବୋର୍ଡ ନିକଟରେ ଦାବି କରାଯାଇଛି ।
ଅଜୟ ଦେବଗନ୍‌, ରକୁଲ ପ୍ରିତ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଏହି ଫିଲ୍ମ ଆସନ୍ତା ଅକ୍ଟୋବର ୨୫ରେ ରିଲିଜ ହେବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+