ଅଜୟଙ୍କ ଫିଲ୍ମ 'Thank God'କୁ ଲାଗିଲା ବଡ଼ ଝଟକା , ପୂରଣ କରିପାରିଲା ନାହିଁ ନିର୍ମାତାଙ୍କ ଆଶା

ଅଜୟଙ୍କ ଫିଲ୍ମ 'Thank God'କୁ ଲାଗିଲା ବଡ଼ ଝଟକା , ପୂରଣ କରିପାରିଲା ନାହିଁ ନିର୍ମାତାଙ୍କ ଆଶା

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଥ୍ୟାଙ୍କ୍ ଗଡ୍' ବକ୍ସ ଅଫିସରେ ବିଶେଷ କିଛି ପ୍ରଭାବ ପକାଇ ପାରିନାହିଁ । ଫିଲ୍ମ ରିଲିଜ ହେବାର ପାଞ୍ଚ ଦିନରୁ ଅଧିକ ସମୟ ବିତିଯାଇଛି ଏହା ପରେ ମଧ୍ୟ ସିନେମା ହଲ୍ ସିଟ୍ ଖାଲି ପଡି ରହିଛି । ଦର୍ଶକଙ୍କ ଅପେକ୍ଷାକେ ଟିକେଟ୍ କାଉଁଟର । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍, ସିଦ୍ଧାର୍ଥ ମଲହୋତ୍ରା ଏବଂ ରକୁଲ ପ୍ରୀତ ସିଂଙ୍କ ଭଳି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବଡ ଷ୍ଟାରକାଷ୍ଟ ଥିବା ସତ୍ୱେ ଫିଲ୍ମଟି ଦର୍ଶକଙ୍କୁ ଇମପ୍ରେସ କରି ପାରି ନାହିଁ ।

Thank God
ଚଳଚ୍ଚିତ୍ରର ଆୟ
ଖବର ଅନୁଯାୟୀ, ଫିଲ୍ମ'Thank God' ୫୦ କୋଟି ବଡ ବଜେଟରେ ନିର୍ମାଣ କରାଯାଇଥିଲା । ଏହା ସହିତ ଦୀପାବଳି ମାହୋଲକୁ ନଜରରେ ରଖି ଚଳଚ୍ଚିତ୍ରଟିକୁ ରିଲିଜ୍ କରାଯାଇଥିଲା । । ହେଲେ ଏହାର ମଧ୍ୟ କିଛି ଖାସ୍ ପ୍ରଭାବ ଫିଲ୍ମର ଆୟ ଉପରେ ପଡି ନଥିଲା । 'Thank God' ପ୍ରଥମ ଦିନରେ ୭.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ ୫.୭୫ କୋଟି ସଂଗ୍ରହ କରିଥିଲା । ଚଳଚ୍ଚିତ୍ରଟି ତୃତୀୟ ଦିନରେ ୪ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ମାତ୍ର ୩ କୋଟି ଟଙ୍କା ଆୟ କରିପାରିଥିଲା ଏହି ଫିଲ୍ମଟି । ସେହିପରି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ ୩.୮୦ କୋଟି ରୋଜଗାର କରିଥିଲା ​​ଏବଂ ଷଷ୍ଠ ଦିନରେ ଅର୍ଥାତ୍ର ବିବାର ଦିନ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଖୁବ କମ ଦର୍ଶକ ହିଁ ସିନେମା ହଲରେ ନଜର ଆସିଥିଲେ । ରବିବାର ଦିନ ମାତ୍ର ୪ କୋଟି ଟଙ୍କା ହିଁ ଆୟ କରିପାରିଛି ଏହି ମଲଟି ଷ୍ଟାରର ଫିଲ୍ମ ।ଯଦି ଫିଲ୍ମର ମୋଟ୍ ଆୟ ଉପରେ ନଜର ପକାଇବା ତେବେ ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ୨୯.୪ କୋଟି ଟଙ୍କା ଆୟ କରି ପାରିଛି । 'Thank Godର ଏହି ଆୟ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ ଏବଂ ନିର୍ମାତାଙ୍କ ଆଶା ପୂରଣ କରିପାରି ନାହିଁ । ଏପରିକି ଫିଲ୍ମର ବଜେଟକୁ ମଧ୍ୟ କ୍ରସ୍ କରିପାରି ନାହିଁ ।

ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍ 'ପ୍ରଭୁ ଚିତ୍ରଗୁପ୍ତ'ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏହି ଚଳଚ୍ଚିତ୍ର ମାଧ୍ୟମରେ ମୃତ୍ୟୁର କାହାଣୀକୁ ପରଦାରେ ଦେଖାଇବା ପାଇଁ ଚେଷ୍ଟା କରିଥିଲେ । ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ସହିତ କ'ଣ ଘଟେ ଏବଂ ମନୁଷ୍ୟ ଜୀବନର ପୁରା ହିସାବ କରାଯାଏ । ସେହି ସମସ୍ତ କଥା ଏକ କାହଣୀ ଆକାରରେ ପରଦାକୁ ଅଣାଯାଇଛି । ହେଲେ ଫିଲ୍ମ 'Thank God'କୁ ଦର୍ଶକଙ୍କର କିଛି ଖାସ୍ ଭଲ ପାଇବା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+