ରିଲିଜ୍ ହେଲା 'THANK GOD'ର ଫାଷ୍ଟ ଲୁକ୍
ଫିଲ୍ମଟି ସିନେମା ହଲରେ ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ରିଲିଜ୍ ହେବ । ଆସନ୍ତ କାଲି ଏହାର ଟ୍ରେଲର ଲଞ୍ଚ ହେବା ପାଇଁ ଯାଉଛି । ତେବେ ଅଜୟଙ୍କ ସୂଚନା ଅନୁସାରେ ଅଜୟ ଏହି ଚଳଚ୍ଚିତ୍ରେରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ନଜର ଆସିବେ ।
ମୁମ୍ବାଇ: ଦମଦାର୍ ଅନ୍ଦାଜ୍ ,ରାଜକିୟ ଠାଣିରେ ନିଜ ପ୍ରଶଂସକଙ୍କ ମନ ଜିଣୁଛନ୍ତି ବଲିଉଡ ସିଘଂମ ଅଜୟ ଦେବଗନ । ପୁଣି ସିନେପ୍ରେମୀଙ୍କ ପାଇଁ ଏକ ଦମଦାର କାହାଣୀ ସହ ଆସୁଛନ୍ତି ଅଜୟ । ଯାହା ପୋଷ୍ଟର ଗୁରୁବାର ଅର୍ଥାତ୍ ଆଜି ରିଲିଜ୍ ହୋଇଛି । ଫିଲ୍ମ'THANK GOD'ର ଫାଷ୍ଟଲୁକ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଜୟଙ୍କ ଲୁକକୁ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି ଦର୍ଶକ । ଅଜୟ ନିଜ ସୋସିଆଲ ମିଡିଆରେ ଏହି ପୋଷ୍ଟର ରିଲିଜ୍ କରିଛନ୍ତି । ଯେଉଁଥିରେ ଦର୍ଶକଙ୍କର ଲାଇକ୍ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇ ଯାଇଛି । ଏହି ଫିଲ୍ମରେ ଅଜୟଙ୍କ ସହ ପୁଣି ନଜର ଆସିବେ ରକୁଲ ପ୍ରୀତ୍ । ଏହା ସହ ସିଦ୍ଧାର୍ଥଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ ।

ନିର୍ଦ୍ଦେଶକ ଇନ୍ଦ୍ର କୁମାର ନିର୍ଦ୍ଦେଶିତ 'THANK GOD'ଏକ ରୋମାଣ୍ଟିକ୍ କମେଡି ଫିଲ୍ମ । ଚଳଚ୍ଚିତ୍ରରେ ନିଜ ଫାସ୍ଟଲୁକ୍ ସେୟାର କରିବା ସହ ଅଜୟ ଲେଖିଛନ୍ତି ଏହି ଦିୱାଲୀ ଆପଣ ଏବଂ ଆପଣଙ୍କ ପରିବାର ସହିତ ଚିତ୍ରଗୁପ୍ତ ଖେଳ ଖେଳିବା ପାଇଁ ଆସୁଛନ୍ତି 'ଏହି ରୋମାଞ୍ଚକ କ୍ୟାପସନ୍ ଫ୍ୟାନ୍ସଙ୍କୁ ଇମପ୍ରେସ କରିଛି ।
କେଉଁ ଦିନ ରିଲିଜ୍ ହେବ ଫିଲ୍ମ 'THANK GOD'
ଫିଲ୍ମଟି ସିନେମା ହଲରେ ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ରିଲିଜ୍ ହେବ । ଆସନ୍ତ କାଲି ଏହାର ଟ୍ରେଲର ଲଞ୍ଚ ହେବା ପାଇଁ ଯାଉଛି । ତେବେ ଅଜୟଙ୍କ ସୂଚନା ଅନୁସାରେ ଅଜୟ ଏହି ଚଳଚ୍ଚିତ୍ରେରେ ଚିତ୍ରଗୁପ୍ତଙ୍କ ଚରିତ୍ରରେ ନଜର ଆସିବେ । ଯିଏକି ପ୍ରତ୍ୟକ ମନୁଷ୍ୟ ଜୀବନର ହିସାବ ରଖନ୍ତି ।

'THANK GOD'ଷ୍ଟାରକାଷ୍ଟ
'THANK GOD'ରେ ପ୍ରଥମ ଥର ସିଦ୍ଧାର୍ଥ ମଲହୋତ୍ରା ଅଜୟଙ୍କ ସହ ବଡପରଦାରେ ନଜର ଆସିବେ । ଫିଲ୍ମରେ ରକୁଲ ପ୍ରୀତଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳିବ । ପୂର୍ବରୁ 'ରନ୍ ୱେ'ରେ ଅଭିନେତା ଅଜୟଙ୍କ ରକୁଲଙ୍କୁ ଦେଖିବା ପାଇଁ ମିଳିଥିଲା । ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଦିପାବଳୀରେ ଅକ୍ଷୟଙ୍କ ଫିଲ୍ମ 'ରାମ ସେତୁ ମଧ୍ୟ' ରିଲିଜ୍ ହେବା ପାଇଁ ଯାଉଛି ।












Click it and Unblock the Notifications