ବକ୍ସ ଅଫିସରେ ଫିକା ପଡିଲା ଅଜୟଙ୍କ 'Thank God', ରବିବାର ବି ଖାଲି ପଡିଲା ସିନେମା ହଲ୍
ବକ୍ସ ଅଫିସରେ ଫିକା ପଡିଲା ଅଜୟଙ୍କ 'Thank God', ରବିବାର ବି ଖାଲି ପଡିଲା ସିନେମା ହଲ୍
Thank God Box Office Collection: ଅଜୟ ଦେବଗନ୍ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର 'Thank God' ଦର୍ଶକଙ୍କୁ କିଛି ଖାସ୍ ପ୍ରଭାବିତ କରିପାରି ନାହିଁ । ଯଦିଓ ଦୀପାବଳି ପର ଦିନ ମୁକ୍ତିଲାଭ କରିଥିବା ବଡ ଷ୍ଟାରକାଷ୍ଟଙ୍କ ଫିଲ୍ମ 'ଥ୍ୟାଙ୍କ ଗଡ୍'ଠୁ ସିନେପ୍ରେମୀଙ୍କର ଆଶା ଅଧିର ରହିଥିଲା କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କୁ ନିରାଶ କରିଛି । ଫଳସ୍ୱରୂପ, ଚଳଚ୍ଚିତ୍ରର ରୋଜଗାର କ୍ରମାଗତ ଭାବେ ହ୍ରାସ ପାଉଛି । ଆସନ୍ତୁ ଜାଣିବା ଷଷ୍ଠ ଦିନରେ ଫିଲ୍ମ 'Thank God'କେତେ ଆୟ କରିଛି ।

ଷଷ୍ଠ ଦିନରେ ଫିଲ୍ମ 'Thank God'ର ଆୟ
ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଥ୍ୟାଙ୍କ୍ ଗଡ'କୁ ଦୀପାବଳି ଅବସରରେ ରିଲିଜ୍ କରାଯାଇଥିଲା ହେଲେ ଫିଲ୍ମକୁ ଏହି ପର୍ବର କୌଣସି ଫଳ ମିଳିପାରିଲା ନାହିଁ । ପ୍ରଥମ ଦିନରୁ ଫିଲ୍ମର ରୋଜଗାର ହ୍ରାସ ପାଉଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅଜୟ ଦେବଗନଙ୍କ ଅଭିନୀତ ଚଳଚ୍ଚିତ୍ର 'Thank God' ପ୍ରଥମ ଦିନରେ ୭.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମ ୫.୭୫ କୋଟି ସଂଗ୍ରହ କରିଥିଲା । ଚଳଚ୍ଚିତ୍ରଟି ତୃତୀୟ ଦିନରେ ୪ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ମାତ୍ର ୩ କୋଟି ଟଙ୍କା ଆୟ କରିପାରିଥିଲା ଏହି ଫିଲ୍ମଟି । ସେହିପରି ଚଳଚ୍ଚିତ୍ରଟି ପଞ୍ଚମ ଦିନରେ ୩.୮୦ କୋଟି ରୋଜଗାର କରିଥିଲା ଏବଂ ଷଷ୍ଠ ଦିନରେ ଅର୍ଥାତ୍ର ବିବାର ଦିନ ମଧ୍ୟ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଖୁବ କମ ଦର୍ଶକ ହିଁ ସିନେମା ହଲରେ ନଜର ଆସିଥିଲେ । ରବିବାର ଦିନ ମାତ୍ର ୪ କୋଟି ଟଙ୍କା ହିଁ ଆୟ କରିପାରିଛି ଏହି ମଲଟି ଷ୍ଟାରର ଫିଲ୍ମ । ଯଦି ଫିଲ୍ମର ମୋଟ୍ ଆୟ ଉପରେ ନଜର ପକାଇବା ତେବେ ଏପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ୨୯.୪ କୋଟି ଟଙ୍କା ଆୟ କରି ପାରିଛି ।
'ଥ୍ୟାଙ୍କ ଗଡ୍' ବକ୍ସ ଅଫିସ୍ କଲେକ୍ସନ
ପ୍ରଥମ ଦିନରେ ୭.୭୫
ଦ୍ୱିତୀୟ ଦିନରେ ୫.୭୫ କୋଟି
ତୃତୀୟ ଦିନରେ ୪ କୋଟି ଟଙ୍କା
ଚତୁର୍ଥ ଦିନରେ ୩ କୋଟି
ପଞ୍ଚମ ଦିନରେ ୩.୮୦ କୋଟି
ଷଷ୍ଠ ଦିନ ମାତ୍ର ୪ କୋଟି ଟଙ୍କା












Click it and Unblock the Notifications