ଭାଙ୍ଗିବ ଥଲ୍ଲାପତି ବିଜୟଙ୍କ ଘର, ଛାଡ଼ପତ୍ର ଆବେଦନ କଲେ ପତ୍ନୀ ସଙ୍ଗୀତା
ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମ ଅଭିନେତାଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଚେଙ୍ଗାଲପଟୁ ପରିବାର କୋର୍ଟରେ ଦାୟର ହୋଇଥିବା ଛାଡପତ୍ର ଆବେଦନରେ ବ୍ୟଭିଚାର, ମାନସିକ ନିଷ୍ଠୁରତା ଏବଂ ପରକୀୟାପ୍ରୀତିର ଅଭିଯୋଗ ଉଲ୍ଲେଖ କରାଯାଇଛି। ସଙ୍ଗୀତାଙ୍କ ଏହି ଅଭିଯୋଗ ରାଜ୍ୟ ରାଜନୀତି ଓ ଚଳଚ୍ଚିତ୍ର ଜଗତରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ବିଜୟଙ୍କ ତରଫରୁ ଏ ନେଇ କୌଣସି ବୟାନ ଜାରି ହୋଇନି। ଥଲାପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ ଲଣ୍ଡନରେ ବଢିଛନ୍ତି। ୧୯୯୬ରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ୨୫ ଅଗଷ୍ଟ ୧୯୯୯ ରେ ଉଭୟ ବିବାହ କରିଥିଲେ। ତାଙ୍କର ୨ ସନ୍ତାନ ଅଛନ୍ତି। ପ୍ରଥମ ପୁଅ ଜେସନ ସଞ୍ଜୟ ବିଜୟ ୨୦୦୦ ରେ ଜନ୍ମ ଗ୍ରହଣ କରିଥିଲେ। ଝିଅ ଦିବ୍ୟା ସାଶା ୨୦୦୫ରେ ଜନ୍ମ ଗ୍ରହଣ କରିଥିଲେ। ସେ ଚଳଚ୍ଚିତ୍ର ଥେରୀରେ ନଜର ଆସିସାରିଛନ୍ତି। ବିଜୟ ୨ ଫେବୃଆରୀ ୨୦୨୪ରେ ନିଜ ଦଳ ଗଠନ କରିଥିଲେ।












Click it and Unblock the Notifications