ପଠାନ୍ ସହ ରିଲିଜ୍ ହୋଇପାରେ ଥଲପଥି ବିଜୟଙ୍କ ଏହି ଫିଲ୍ମର ଟିଜର୍, ଟ୍ୱିଟରେ କରୁଛି ଟ୍ରେଣ୍ତ୍
ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ସହିତ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କି ଜାନ'ର ଟିଜର ରିଲିଜ୍ ହେବ । ସେହିପରି ଥଲପଥି ବିଜୟଙ୍କ ଫିଲ୍ମ'Thalapathy 67ର ଟିଜର ମଧ୍ୟ ଆସନ୍ତା କାଲି ରିଲିଜ୍ ହୋଇପାରେ ।

Pathaan: ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ବକ୍ସ ଅଫିସରେ ନିଜ କମାଲ୍ ଦେଖାଇବା ପାଇଁ ପ୍ରସ୍ତୁତ ଅଛି । ଜାନୁଆରୀ ୨୫ରେ ଏହି ଚଳଚ୍ଚିତ୍ର ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ସମଗ୍ର ବିଶ୍ୱରେ ଏହି ଚଳଚ୍ଚିତ୍ରକୁ ରିଲିଜ୍ କରିବା ପାଇଁ ୟସ୍ ରାଜ ଫିଲ୍ମ ଚେଷ୍ଟା ଜାରି ରଖିଛି । ଶାହାରୁଖ ଖାନଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଆସନ୍ତା କାଲି ରିଲିଜ୍ ହେବ ଫିଲ୍ମ ପଠାନ୍ । ଏହି ଫିଲ୍ମକୁ ତେଲେଙ୍ଗାନା ଏବଂ ତାମିଲନାଡୁ ଭଳି ରାଜ୍ୟରୁ ମଧ୍ୟ ଏକ ଭଲ ପ୍ରତିକ୍ରିୟା ମିଳିଛି । ବର୍ତ୍ତମାନ ଟ୍ୱିଟରରେ ଏକ ନୂଆ ଗୁଜବ ଟ୍ରେଣ୍ତ୍ କରିବା ଆରମ୍ଭ କରିଛି । କୁହାଯାଉଛି ଯେ 'ପଠାନ' ସହିତ 'Thalapathy 67' ର ଏକ ଛୋଟ ଟିଜର ମଧ୍ୟ ମୁକ୍ତିଲାଭ କରିପାରେ ।
Recent Buzz: T67 Promo 🔜!!💥❤️🔥🥴#Varisu @actorvijay #Thalapathy67 pic.twitter.com/iZ4QoG5cRt
— × Itz_Arul ×⚡️😎 (@ArulNithish__7) January 24, 2023
ସୂଚନା ଅନୁସାରେ ଶାହରୁଖ ଖାନଙ୍କ ଫିଲ୍ମ 'ପଠାନ' ସହିତ ସଲମାନ ଖାନଙ୍କ ଫିଲ୍ମ 'କିସି କା ଭାଇ କି ଜାନ'ର ଟିଜର ରିଲିଜ୍ ହେବ । କିଛି ଦିନ ପୂର୍ବରୁ ଦବଙ୍ଗ ଖାନ ସୋସିଆଲ ମିଡିଆରେ ଏହି ସୂଚନା ଦେଇଥିଲେ । ଏହାରି ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି ଯେ, ଥଲପଥି ବିଜୟଙ୍କ ଫିଲ୍ମ'Thalapathy 67'ର ଟିଜର ମଧ୍ୟ ଆସନ୍ତା କାଲି ମୁକ୍ତିଲାଭ କରି ପାରେ । ତେବେ ଏପର୍ଯ୍ୟନ୍ତ ଫିଲ୍ମ ମେକର୍ସଙ୍କ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ ।
#Thalapathy67 - Official Announcement Expected by this Weekend..⭐
Update likely MASS & CLASS Teaser on way 🔥🔥🔥🔥🔥🔥🔥🔥@actorvijay pic.twitter.com/FUYOlR4yqJ
— #Thalapathy67 (@Vijay67OffI_) January 24, 2023
ନିକଟରେ ଶାହରୁଖ ଖାନ ଫିଲ୍ମ 'ଜୱାନ'ର ସୁଟିଂ ପାଇଁ ଚେନ୍ନାଇରେ ପହଞ୍ଚିଥିଲେ ଯେଉଁଠି ସେ ଥଲପଥି ବିଜୟଙ୍କୁ ଭେଟିଥିଲେ। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବେଶ୍ ଉତ୍ସାହିତ ଥିଲେ । ଏହି ସମୟରେ ଥଲପଥି 'ପଠାନ'ର ତାମିଲ ଟ୍ରେଲର ମଧ୍ୟ ରିଲିଜ୍ କରିଥିଲେ ।












Click it and Unblock the Notifications