ରାଜନୀତି ପାଇଁ ନିଜ ଅଭିନୟ କ୍ୟାରିୟରରୁ ବିଦାୟ ନେଇଛନ୍ତି ଥଲାପତି ବିଜୟ
ଅଭିନୟ ଜଗତରୁ ସନ୍ନ୍ୟାସ ନେଇଛନ୍ତି ସାଉଥ ସୁପରଷ୍ଟାର ଥଲାପତି ବିଜୟ । ସେ କାହିଁକି ହଠାତ୍ ଏଭଳି ନିଷ୍ପତ୍ତି ନେଇଛନ୍ତି, ତାହାର କାରଣ ମଧ୍ୟ ସେ ନିଜେ କହିଛନ୍ତି। ଥଲାପତି ନାଁ ଶୁଣିଲେ ପ୍ରଶଂସକଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳେ। ଦୀର୍ଘ ଦଶନ୍ଧି ଧରି ସେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ। କିନ୍ତୁ ହଠାତ୍ ବିଜୟଙ୍କର ଏଭଳି ନିଷ୍ପତ୍ତି ଫ୍ୟାନ୍ସ ମାନଙ୍କର ହୃଦୟ ଭାଙ୍ଗି ଦେଇଛି।
ଅଭିନୟ ପରେ ରାଜନୀତିରେ ପାଦ ଥାପିଛନ୍ତି ବିଜୟ । ଏବେ ସେ କେବଳ ରାଜନୀତି ଉପରେ ଗୁରୁତ୍ବ ଦେଇ ସେଥିରେ ସକ୍ରିୟ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନୀତି ପାଇଁ ନିଜ ଅଭିନୟ କ୍ୟାରିୟରରୁ ସେ ବିଦାୟ ନେଇଛନ୍ତି। ତେବେ ଆଗକୁ ଆସୁଛି ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ।

ଶନିବାର ମାଲେସିଆରେ ଫିଲ୍ମ 'ଜନ ନାୟଗନ୍'ର ଅଡିଓ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୟ ତାଙ୍କର ଏହି ବଡ଼ ଘୋଷଣା କରିଛନ୍ତି । 'ଜନ ନାୟଗନ୍' ୫୧ ବର୍ଷୀୟ ଥଲାପତି ବିଜୟଙ୍କ ଶେଷ ଫିଲ୍ମ ହେବ । ଅଭିନୟ ଛାଡ଼ି ସେ ପୂରାପୂରି ରାଜନୀତି ଉପରେ ଫୋକସ୍ କରିବାକୁ ସ୍ପଷ୍ଟ କରିଛନ୍ତି ।












Click it and Unblock the Notifications