ଚର୍ଚ୍ଚାରେ ବିଜୟ ଥଲାପଥିଙ୍କ ଇନଷ୍ଟା ଡେବ୍ୟୁ
thalapathy vijay: ସେ ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ତାରକା । ପୁରା ନାଁ ଜୋସେଫ ବିଜୟ ଚନ୍ଦ୍ରଶେଖର । ଶିଶୁ କଳାକାର ଭାବେ ସିନେମା ଜଗତରେ ପାଦ ଦେଇଥିଲେ । ଯାହା ପରେ ନିଜ କ୍ୟାରିୟରରେ ସେ ଅନେକ ସୁପରହିଟ୍ ଫିଲ୍ମ ଚଳଚ୍ଚିତ୍ର ଜଗତକୁ ଭେଟି ଦେଇଛନ୍ତି । ଜଣେ ଦକ୍ଷ ଅଭିନେତା ସହ ଥଲାପାଥି ବିଜୟ ଜଣେ ଉତ୍ତମ ଡ୍ୟାନ୍ସର ଏବଂ ଗାୟକ ମଧ୍ୟ ।
୨୦୨୧ରେ ଚଳଚ୍ଚିତ୍ର 'ମାଷ୍ଟରର' ଗୀତ 'ୱାଥୀ କମିଙ୍ଗ୍ 'ଗୀତଟି ବେଶ୍ ଚର୍ଚ୍ଚା ସାଉଁଟିଥିଲା । ଏହି ଗୀତର ହୁକଷ୍ଟେପ୍ ଏତେ ପ୍ରସିଦ୍ଧ ହୋଇଥିଲା ଯେ ଏହା ୨୦୨୧ ଆଇପିଏଲ୍ ରେ ଏହି ଗୀତଟି ସେଲିବ୍ରେସନ୍ ଟ୍ୱୁନ୍ ରଖାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସର ଅଲରାଉଣ୍ଡର କ୍ରିକେଟର ବ୍ରାଭୋ ୱିକେଟ୍ ନେଲା ପରେ ଏହି ଷ୍ଟେପ୍ କରି ଦେଖାଇଥିଲେ ।
ବର୍ତ୍ତମାନ ଅଭିନେତା ନିଜ ଇନଷ୍ଟା ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ତଳେ ଅଭିନେତା ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଛନ୍ତି । ଓପନ୍ କରିବାର କିଛି ଘଣ୍ଟା ମଧ୍ୟରେ ତାଙ୍କର ୪ ମିଲିୟନରୁ ଅଧିକ ଫଲୋର୍ସ ହୋଇସାରିଛନ୍ତି ଯାହାକୁ ନେଇ ଏବେ ମନୋରଞ୍ଜନ ଜଗତରେ ଚର୍ଚ୍ଚା ଜୋର ଧରିଛି ।

ସେଟକୁ ଭେଟିବାକୁ ଆସିଥିବା ଫ୍ୟାନକୁ ବିବାହ କରିଛନ୍ତି ବିଜୟ
ଅଭିନେତା ବିଜୟଙ୍କ ପତ୍ନୀଙ୍କ ନାମ ସଂଗୀତା । ତାଙ୍କ ଦେଖା ବିଜୟଙ୍କ ସହ ଏକ ସେଟରେ ହୋଇଥିଲା । ୧୯୯୬ରେ ଚେନ୍ନାଇରେ ଏକ ସୁଟିଂ ସମୟରେ ସଂଗୀତା ସୋରଲିଙ୍ଗମ୍ ବିଜୟଙ୍କୁ ଜଣେ ପ୍ରଶଂସକ ଭାବରେ ଭେଟିବାକୁ ଆସିଥିଲେ । ଖାସ କଥା ହେଲା ଯେ ସେ ବିଜୟଙ୍କୁ ଭେଟିବା ପାଇଁ ବ୍ରିଟେନରୁ ଆସିଥିଲେ । ବିଜୟ ସଂଗୀତାଙ୍କୁ ତାଙ୍କ ଘରକୁ ଆଣିଥିଲେ ଏବଂ ନିଜ ପରିବାର ସହ ଦେଖାକରାଇଥିଲେ । ଯାହା ପରେ ଉଭୟ ଅଗଷ୍ଟ ୨୫, ୧୯୯୯ରେ ବିବାହ କରିଥିଲେ। ବିଜୟ ଏବଂ ସଂଗୀତାଙ୍କର ଦୁଇଟି ସନ୍ତାନ ଅଛନ୍ତି ।












Click it and Unblock the Notifications