ଥଲାଇଭା@ 74: ଜାଣନ୍ତୁ କେତେ କୋଟିର ମାଲିକ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ
Rajinikanth Birthday: ଆଜି ସାଉଥ୍ ସୁପରଷ୍ଚାର ରଜନୀକାନ୍ତ ନିଜ ୭୪ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳୁଛି, ଦେଶ ବିଦେଶରୁ ଫ୍ୟାନ୍ସ ନିଜ ପ୍ରିୟ ଷ୍ଟାରଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ଦୀର୍ଘ ୪ ଦଶକରୁ ଅଧିକ ସମୟ ହେଲା ଥଲାଇବା ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ୧୯୫୦ ମସିହା ଆଜିର ଦିନରେ ବେଙ୍ଗାଲୁରୁ ଜନ୍ମଗ୍ରହଣ କରିଥିଲେ ।
ରିପୋର୍ଟ ଅନୁଯାୟୀ, ରଜନୀକାନ୍ତଙ୍କ ମୋଟ ସମ୍ପତ୍ତି ମୂଲ୍ୟ 430 କୋଟି ଟଙ୍କା। ଏହି ଅଭିନେତା କେବଳ ଦକ୍ଷିଣରେ ନୁହେଁ ବଲିଉଡରେ ମଧ୍ୟ ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ବଲିଉଡର ସବୁଠାରୁ ଦାମୀ ତାରକାମାନଙ୍କ ମଧ୍ୟରେ ଗଣନା କରାଯାଏ ।

ରଜନୀକାନ୍ତଙ୍କ ପ୍ରକୃତ ନାମ ଥିଲା ଶିବାଜୀ ରାଓ ଗାଇକୱାଡ । ପିଲାଦିନ ତାଙ୍କର ଅନେକ ଅଭାବ ଅନାଟନ ଦେଇ ଗତି କରିଥିଲା । ପିଲାଦିନେ ତାଙ୍କ ମାଙ୍କର ମୃତ୍ୟୁ ହୋଇଥିଲା । ରଜନୀକାନ୍ତ ଘର ଚଳାଇବା ପାଇଁ ଜଣେ କୁଲି ଭାବରେ କାମ କରୁଥିଲେ । ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ ରଜନୀକାନ୍ତ ପୂର୍ବରୁ ବସ୍ କଣ୍ଡକ୍ଟର ଭାବରେ କାମ କରୁଥିଲେ । ରଜନୀକାନ୍ତ କନ୍ନଡ ନାଟକରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ମହାଭାରତର ଦୁର୍ଯ୍ୟୋଧନ ଭାବରେ ତାଙ୍କର ପ୍ରଦର୍ଶନ ପାଇଁ ପ୍ରଶଂସିତ ହୋଇଥିଲା ।
ରଜନୀକାନ୍ତ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ତାମିଲ ଭାଷା ଅଧ୍ୟୟନ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଆପୋରଭା ରାଗନାଗଲ୍ । ଏହି ଫିଲ୍ମରେ କମଲ ହାସନ ମଧ୍ୟ ଥିଲେ । ୯୭୫ ରୁ ୧୯୭୭ ମଧ୍ୟରେ ସେ ଅଧିକାଂଶ ଚଳଚ୍ଚିତ୍ରରେ କମଲ ହାସନଙ୍କ ସହ ଭିଲେନ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ପ୍ରଥମ ତାମିଲ ଚଳଚ୍ଚିତ୍ର 'ଭୈରବୀ' ୧୯୭୮ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରଜନୀକାନ୍ତ ବିଲା ନାମକ ଏକ ଫିଲ୍ମରୁ ସବୁଠୁ ବଡ଼ ସଫଳତା ପାଇଥିଲେ । ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ଡନ୍ ବିଲାର ରିମେକ୍ ଥିଲା । ୩୧ ବର୍ଷ ବୟସରେ, ରଜନୀକାନ୍ତ ୨୬ ଫେବୃଆରୀ ୧୯୮୧ ରେ ଲାଥାଙ୍କୁ ବିବାହ କରିଥିଲେ।
ଅନ୍ଧା କାନୁନ ଫିଲ୍ମ ଥିଲା ରଜନୀକାନ୍ତଙ୍କ ପ୍ରଥମ ହିନ୍ଦୀ ଫିଲ୍ମ। ଏହି ଫିଲ୍ମରେ ଅମିତାଭ ବଚ୍ଚନ, ହେମା ମାଳିନୀ ଓ ରେନା ରୟ ମଧ୍ୟ ଅଭିନୟ କରିଥିଲେ । 'ହମ' ଫିଲ୍ମରେ ରଜନୀକାନ୍ତ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ନଜର ଆସିଥିଲେ । ରଜନୀକାନ୍ତ କେବଳ ତାମିଲ ଓ ହିନ୍ଦୀରେ ନୁହେଁ ମାଲାୟାଲମ୍, କନ୍ନଡ, ତେଲୁଗୁ ଓ ବଙ୍ଗଳା ଫିଲ୍ମରେ ମଧ୍ୟ କାମ କରିଛନ୍ତି । ରଜନୀକାନ୍ତଙ୍କୁ ୨୦୦୦ ମସିହାରେ ପଦ୍ମ ଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଅମିତାଭ୍ଙ୍କ ସହ ହମ୍, ବାଦଶାହ୍, ଜନ୍ ଜୋନି ଜନାଦ୍ରନ୍, ଫୁଲ୍ ଓର୍ ଅଙ୍ଗାରେ ଭଳି ଫିଲ୍ମରେ ରଜନୀଙ୍କ ସାନଦାର ଅଭିନୟ ଦେଖିଛନ୍ତି ଦର୍ଶକ ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications