ସାହିଦଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କଲେ କ୍ରିତି, ଏହି ଫିଲ୍ମରେ ଦେଖିବା ପାଇଁ ମିଳିବ ଦୁଇ ଷ୍ଟାରଙ୍କ ଜଲୱା
ସାହିଦ କପୁର ଏବଂ କ୍ରିତି ସେନଙ୍କ ଅଭିନୀତ ଚଳଚ୍ଚିତ୍ର 'Teri Baaton Mein Aisa Uljha Jiya'ର ଟ୍ରେଲର ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରରେ ଡ୍ରାମା, ସସପେନ୍ସ ଏବଂ ରୋମାନ୍ସର ଭରପୂର ତଡକା ଦେଖିବା ପାଇଁ ମିଳିବ ।
ଏହି ଚଳଚ୍ଚିତ୍ର ମାଧ୍ୟମରେ ସାହିଦ ଏବଂ କ୍ରିତି ପ୍ରଥମ ଥର ପରଦାରେ ଏକାଠି ନଜର ଆସିବେ । ସିନେ ପରଦାରେ ଏହି ଦୁଇ ତାରକାଙ୍କ ଯୋଡିକୁ ଏକାଠି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ସହ ଅପେକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ଟ୍ରେଲରରେ ଚାରଚାନ୍ଦ ଲଗାଇଛି ରୋମାନ୍ସ ଏବଂ ଡ୍ରାମାରେ ।

ଟ୍ରେଲର ଦେଖି ପରେ ଫିଲ୍ମର କାହାଣୀ ବିଷୟରେ କିଛି କିଛି ଆଭାସ ଦର୍ଶକଙ୍କୁ ମିଳିସାରିଲାଣି । ଫିଲ୍ମରେ କ୍ରିତି ସାନନ୍ ସହିଦ କପୁରଙ୍କ ପ୍ରେମରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ଆମେରିକାର ଝିଅ ସିଫ୍ରା ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଯିଏ ବୋହୂ ଭାବରେ ଭାରତୀୟ ପରିବାରରେ ଏଣ୍ଟ୍ରି କରିଛନ୍ତି ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଟ୍ରେଲରର ଶେଷରେ ଦେଖିବା ପାଇଁ ମିଳୁଛି ଯେ କ୍ରିତି ଏକ ରୋବଟ୍ ।
ସାହିଦ କପୁର ଏବଂ କ୍ରିତି ସାନନଙ୍କ ଅନସ୍କ୍ରିନ ରୋମାନ୍ସରୁ ଆରମ୍ଭ କରି ଗୀତ ପର୍ଯ୍ୟନ୍ତ ସବୁ କିଛି ଦର୍ଶକଙ୍କୁ ଇମପ୍ରେସ୍ କରିଛି । ଶାହିଦ କପୁର ଏବଂ କ୍ରିତି ସାନନଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଡିମ୍ପଲ କାପଡିଆ ଏବଂ ରାକେଶ ବେଦୀଙ୍କ ସହ ଅନେକ ଭେଟେରାନ ଅଭିନେତା ନିର୍ଦ୍ଦେଶକ ଅମିତ ଯୋଶୀ ଏବଂ ଅରଧା ଶାହଙ୍କ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ଫେବୃଆରୀ ୯ରେ ରିଲିଜ୍ ହେବ ।












Click it and Unblock the Notifications