ସାହିଦ୍-କ୍ରିତିଙ୍କ ପ୍ରେମ କାହାଣୀ ଜିଣୁଛି ଦର୍ଶକଙ୍କ ମନ
Bollywood News: ବଲିଉଡ ଅଭିନେତା ସାହିଦ କପୁରଙ୍କ ଫିଲ୍ମ 'Teri Baaton Mein Aisa Uljha Jiya' 9 ଫେବୃଆରୀ 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ସାହିଦ କପୁର ପ୍ରଥମ ଥର ପାଇଁ ପ୍ରସିଦ୍ଧ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଏବଂ ପ୍ରଶଂସକମାନେ ଏହି ଅନସ୍କ୍ରିନ ଯୋଡିକୁ ଏକାଠି ଦେଖିବା ପାଇଁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।
ଭାଲେଣ୍ଟାଇନ୍ ସପ୍ତାହରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ୍ ଚଳଚ୍ଚିତ୍ର ପ୍ରଶଂସକଙ୍କଠୁ ଭଲ ପ୍ରତିକ୍ରିୟା ସାଉଁଟୁଛି । ରିପୋର୍ଟ ଅନୁଯାୟୀ, ଫିଲ୍ମ 'Teri Baaton Mein Aisa Uljha Jiya'ଦ୍ୱିତୀୟ ଦିନରେ 9.5 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ଏହି ଫିଲ୍ମ ପ୍ରଥମ ଦିନରେ 7.02 କୋଟି ଟଙ୍କା ବ୍ୟବସାୟ କରିଥିଲା। ସେହି ଅନୁଯାୟୀ, ଦ୍ୱିତୀୟ ଦିନରେ ରୋଜଗାରରେ ବୃଦ୍ଧି ଘଟିଛି । ଏହି ଚଳଚ୍ଚିତ୍ରର ମୋଟ ଆୟ 16.52 କୋଟି ଟଙ୍କା ହୋଇଥିବା ନେଇ ଖବର ରହିଛି ।

ଦେଶ ବ୍ୟତୀତ ବିଦେଶରେ ମଧ୍ୟ ଏହି ଫିଲ୍ମର କ୍ରେଜ୍ ଦେଖିବା ପାଇଁ ମିଳିଛି । Worldwide ସଂଗ୍ରହ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରଥମ ଦିନରେ 14 କୋଟି ଟଙ୍କା ବ୍ୟବସାୟ କରିଥିଲା । ଦ୍ୱିତୀୟ ଦିନରେ ଏହି ଫିଲ୍ମଟି 25 କୋଟି ଟଙ୍କା ରୋଜଗାର କରିଥିଲା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଏହି ଚଳଚ୍ଚିତ୍ର ପାଇଁ 75 କୋଟି ଟଙ୍କା ବଜେଟ୍ ପ୍ଲାନ୍ କରାଯାଇଥିଲା, ତେଣୁ ଆଗାମୀ ଦିନରେ ଫିଲ୍ମଟି କେତେ କୋଟି ଆୟ କରିବାରେ ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।
ଏହି ଫିଲ୍ମ ଅର୍ଥାତ୍ 'Teri Baaton Mein Aisa Uljha Jiya'ରେ ସାହିତ କପୁର-କ୍ରିତି ସାନନଙ୍କ ଏକ ସୁନ୍ଦର ପ୍ରେମ କାହାଣୀ ଦେଖିବା ପାଇଁ ମିଳିଛି । ଏହି ଚଳଚ୍ଚିତ୍ରରେ କ୍ରିତି ସାନନ୍ ଏକ ରୋବଟ୍ ଭୂମିକାରେ ଅଭିନୟ କରିଛନ୍ତି ଏବଂ ସାହିଦ କପୁର ତାଙ୍କ ପ୍ରେମର ପଡିଯାଇଛନ୍ତି । ଯାହା ପରେ ଉଭୟଙ୍କ ପ୍ରେମ କାହାଣୀକୁ ଫିଲ୍ମର କାହାଣୀ ଗତିଶିଳ ।












Click it and Unblock the Notifications