ନୋରାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଘଟଣା: ନିଜ ପକ୍ଷ ରଖିଲେ ଟେରେନ୍ସ ଲୁଇସ୍

ନୋରାଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିବା ଘଟଣା: ନିଜ ପକ୍ଷ ରଖିଲେ ଟେରେନ୍ସ ଲୁଇସ୍

ମୁମ୍ବାଇ: ପ୍ରସିଦ୍ଧ ନୃତ୍ୟ କୋରିଓଗ୍ରାଫର୍ ଟେରେନ୍ସ ଲୁଇସ୍ ତାଙ୍କର ଡ୍ୟାନ୍ସ ପାଇଁ ସେ ବେଶ୍ ଜଣାଶୁଣା । ଛୋଟ ପରଦାରେ ଟେରେନ୍ସଙ୍କୁ ଅନେକ ଡ୍ୟାନ୍ସ ରିଆଲିଟି ସୋ'ଜଜ୍ ଭାବେ ଦେଖିବା ପାଇଁ ମିଳିଛି । ହେଲେ ଏତେ ପ୍ରଶଂସା ସାଉଁଟୁଥିବା ବ୍ୟକ୍ତିୁକୁ ମଧ୍ୟ ଦିନେ ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେବା ପାଇଁ ପଡିଥିଲା । 'ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସ'ର ମଞ୍ଚରେ ନୋରା ଓ ଟେରେନ୍ସଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା । ସେହି ଭିଡିଓକୁ ଦେଖିବା ପରେ ଲୋକେ ଅଭିଯୋଗ କରିଥିଲେ ଯେ ଟେରେନ୍ସ ନୋରାଙ୍କୁ ଅଶାଳୀନ ସ୍ପର୍ଶ କରିଛନ୍ତି । ଯେଉଁ ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଟେରେନ୍ସ ।

Nora Fatehi

ସେ ନିଜ ଉପରେ ଲାଗିଥିବା ଏହି ଅଭିଯୋଗ ପଛର ସତ୍ୟ ସମସ୍ତଙ୍କୁ ଜଣାଇବା ପାଇଁ ଚେଷ୍ଟା କରିଛନ୍ତି । ନିକଟରେ ଟେରେନ୍ସ ପ୍ରସିଦ୍ଧ ହୋଷ୍ଟ ତଥା ଅଭିନେତା ମନିଷ ପଲଙ୍କ ଟକ୍ ଶୋ'ରେ ପହଞ୍ଚିଥିଲେ । ଏହି ସୋ'ରେ ଟେରେନ୍ସ ନୋରାଙ୍କୁ ଅଶାଳୀନ ସ୍ପର୍ଶ କରିଥିବା ଘଟଣା ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ଯେ ' ସେ ଦିନ ରାତିରେ ସୋ'କୁ ଶତ୍ରୁଘ୍ନ ଶିହ୍ନା ଓ ତାଙ୍କ ପତ୍ନୀ ଆସିଥିଲେ। ଗୀତା କପୁରଙ୍କ ଲାଗିଲା ଯେ ଆମେ ତାଙ୍କର ଖୁବ୍ ଭଲ ଭାବେ ସ୍ବାଗତ କରିବା ଉଚିତ। ସେହି ସମୟରେ ସୋ'ର ହୋଷ୍ଟ୍‌ ମଲାଇକା ଅରୋରାଙ୍କୁ କରୋନା ହୋଇ ଯାଇଥିଲା । ମଲାଇକାଙ୍କ ସ୍ଥାନ‌ରେ ସୋ'ରେ ନୋରା ଫତେହି ଥିଲେ। ଶତ୍ରୁଘ୍ନ ଶିହ୍ନା ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ ପାଇଁ ଆମକୁ ଆଉ କିଛି ଖାସ କରିବା ଉଚିତ୍ ବୋଲି କହିଥିଲେ ଗୀତ । ଯାହା ପରେ ଗୀତାଙ୍କ କଥା ମାନି ଆମେ ଡ୍ୟାନ୍ସ କରିବାର ନିଷ୍ପତ୍ତି ନେଇଥିଲୁ । ମୋର ଠିକ୍ ସେ ମନେ ନାହିଁ ଯେ ମୋ ହାତ ନୋରାଙ୍କୁ ସ୍ପର୍ଶ କରିଛି ବୋଲି । ମୁଁ କ'ଣ ଏତେ ବୋକା ହୋଇଛି ଯେ କ୍ୟାମେରା ସ‌ାମ୍ନାରେ ଏପରି ବ୍ୟବହାର କରିବି? ଏପରି ଶସ୍ତା କଥା ମୋ ନାଁରେ ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି । ମୋତେ ବହୁତ ଖରାପ ଲାଗିଥିଲା' ।

ଏହା ଏକ ଖରାପ ଅନୁଭୂତି ଥିଲା ।
ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରି ଟେରେନ୍ସ ଲୁଇସ୍ ଆହୁରି କହିଛନ୍ତି ଯେ - ଏହା ମୋ ପାଇଁ ଅତ୍ୟନ୍ତ ଖରାପ ଅନୁଭୂତି ଥିଲା, ମୋତେ ଖୁବ ଟ୍ରୋଲ କରାଯାଇଥିଲା । ସେହି ମଞ୍ଚରେ ଚାରୋଟି କ୍ୟାମେରା ଲଗାଯାଇଥିଲା ଯାହା ମୁଁ ଜାଣିଥିଲି । ଏହା ପରେ ମଧ୍ୟ ମୁଁ ତାଙ୍କ ସହ ଏପରି ବ୍ୟବହାର କ'ଣ ପାଇଁ କରିବି । ମୁଁ କାହା ସହିତ ଏପରି ଭୁଲ କରିବା ବିଷୟରେ କେବେ ଚିନ୍ତା ବି କରିନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+