ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: କୋ-ଷ୍ଟାର୍ ସିଜାନ ଗିରଫ

ଟେଲି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ମାମଲା: କୋ-ଷ୍ଟାର୍ ସିଜାନ ଗିରଫ

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ସୁଟିଂ ସମୟରେ ସେଟରେ ଆତ୍ମହତ୍ୟା କରିଛନ୍ତି । ସୂଚନାନୁସାରେ, ଚା' ବିରତି ସମୟରେ ତୁନିଶା ଶର୍ମା ଶୌଚାଳୟକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନଥିଲେ । ଯାହା ପରେ ତାଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଇଥିଲା । କବାଟ ଖୋଲିବା ପରେ ତାଙ୍କ ମୃତଦେହ ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ତୁନିଶାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି, କେହି କେହି ଆତ୍ମହତ୍ୟା କହୁଥିବା ବେଳେ କିଛି ଲୋକ ଏହାକୁ ହତ୍ୟା ବୋଲି କହିଛନ୍ତି ।

Tunisha Death Case

ସୂତ୍ରରୁ ଜାଣିବାକୁ ମିଳିଛି ଯେ ତୁନିଶା ତାଙ୍କ କୋ-ଷ୍ଟାର ସିଜାନଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ 5 ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ମାମଲାରେ ମୁମ୍ବାଇ ପୋଲିସ ସିଜାନ ମହମ୍ମଦଙ୍କୁ ଗିରଫ ମଧ୍ୟ କରିସାରିଛି । ଅଭିନେତ୍ରୀଙ୍କ ମା'ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଝିଅକୁ ଆତ୍ମହତ୍ୟା କରିବା ପାଇଁ ଉସକାଯାଇଛି । ତେବେ ଶିଜାନଙ୍କୁ ପଚାରାଉଚରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ଏବେ ସୁଟିଂ ସେୟଟରେ ଥିବା ଅନ୍ୟ କୋ-ଷ୍ଟାରଙ୍କୁ ମଧ୍ୟ ପଚରା ଉଚରା କରାଯାଉଛି । ତୁନିଶା ଟିଭି ଇଣ୍ଡଷ୍ଟ୍ରିରେ ଶିଶୁ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ସେ ପ୍ରାୟ ୧୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଆସୁଥିଲେ । ତୁନିଶା ଇଣ୍ଟରନେଟ୍ ୱାଲା ଲଭ୍, ଗୟାବ ଏବଂ ଶୈର-ଏ-ପଞ୍ଜାବ ଭଳି ଅନେକ ଲୋକପ୍ରିୟ ଟିଭି ସିରିଏଲରେ କାମ କରିଥିଲେ ।

ସୂଚନା ଅନୁସାରେ, 'ଅଲ୍ଲି ବାବା, ଦସ୍ତାଏଁ କାବୁଲ' ସୁଟିଂ ଚାଲୁଥିବା ବେଳେ ଅଭିନେତ୍ରୀ ବ୍ରେକ୍ ନେଇଥିଲେ । ହେଲେ ଦୀର୍ଘ ସମୟ ବିତିଯାଇଥିଲେ ବି ସେ ଫେରିନଥିଲେ । ଟଏଲେଟର କବାଟ ଭଙ୍ଗା ଯାଇଥିଲା । କବାଟ ଖୋଲିବା ପରେ ତୁନିଶା ବେହୋସ୍ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ତୁନିଶା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଖୁବ ସ୍ୱଭାବିକ ମଧ୍ୟ ନଜର ଆସିଥିଲେ । ହେଲେ ହଠାତ୍ ସେ କିଭଳି ଆତ୍ମହତ୍ୟା କଲେ ତା ନେଇ ଏବେ ପ୍ରଶ୍ନ ଉଠୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+