ଏ ହେଉଛି ତେଜସ୍ୱୀ ପ୍ରକାଶଙ୍କ ଫିଟନେସ୍ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ'ଣ ରହିଛି ତାଙ୍କ ଜୀବନଚର୍ଯ୍ୟା
ମୁମ୍ବାଇ:ଟେଲିଭିଜର ଲୋକପ୍ରିୟ ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ । ସେ ତାଙ୍କର ଚମତ୍କାର ଅଭିନୟ ଏବଂ ଷ୍ଟାଇଲ୍ ପାଇଁ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଅନସ୍କ୍ରିନ୍ ଓ ଅଫସ୍କ୍ରିନ୍ ବ୍ୟକ୍ତିତ୍ୱକୁ ପ୍ରଶଂସକମାନେ ଖୁବ ପସନ୍ଦ କରକରିଥାନ୍ତି । ତାଙ୍କ ସ୍ଲିମ୍ ଫିଗର ଅନେକଙ୍କୁ ଆକୃଷ୍ଟ କରିଥାଏ । ତେଜସ୍ୱୀ ପ୍ରକାଶ ଖୁବ୍ ହେଲଦି ଲାଇଫଷ୍ଟାଇଲ୍ ଫଲୋ କରନ୍ତି ।

ବ୍ଲାକ୍ କଫି ବା ଫିଲଟର କଫି ପିଇବା ପସନ୍ଦ କରନ୍ତି
ତେବେ ଖୁବ୍ ସିମ୍ପଲ୍ ଡାଏଟ୍ ଫଲୋ କରନ୍ତି ଟେଲି ଅଭିନେତ୍ରୀ । ସକାଳୁ ଖାଲି ପେଟରେ ଅଭିନେତ୍ରୀ 3-4 ଗ୍ଲାସ୍ ଉଷୁମ ପାଣି ଦିନର ଆରମ୍ଭ କରିଥାନ୍ତି । ଯାହା ଶରୀରର ମେଟାବୋଲିଜିମ୍ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ । ଏହା ପରେ, ତେଜସ୍ୱୀ ନିଜର ବ୍ୟାୟାମ ଆରମ୍ଭ କରିବା ପୂର୍ବରୁ ବ୍ଲାକ୍ କଫି ବା ଫିଲଟର କଫି ପିଇବା ପସନ୍ଦ କରନ୍ତି । ଯାହା ଦ୍ୱାରା ତାଙ୍କ ଶରୀରକୁ ଶକ୍ତି ମିଳିଥାଏ ।
ନାଗିନ୍ 6 ଅଭିନେତ୍ରୀ ଶକ୍ତି, ପ୍ରୋଟିନ୍ ଏବଂ ଫାଇବର ପାଇବା ପାଇଁ ତାଜା ଫଳ ଏବଂ ସିଝାଅଣ୍ଡା ବ୍ରକଫାସଟରେ ଖାଇବା ପସନ୍ଦ କରିଥାନ୍ତି । ସେ ସକାଳେ ସେରଲାକ୍ସ ଏବଂ ଓଟ ଖାଇବାକୁ ପସନ୍ଦ କରନ୍ତି ।
ତେଜସ୍ୱୀ ପ୍ରକାଶଙ୍କ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ
ତେଜସ୍ୱୀ ଏକ କମ୍ କାର୍ବ ଏବଂ କମ୍ ଚର୍ବିଯୁକ୍ତ ଖାଦ୍ୟ ଅନୁସରଣ କରନ୍ତି ଯେଉଁଥିରେ ଗ୍ରିଲ୍ ପନିପରିବା, ସାଲାଡ୍, ଡାଲି ମଧ୍ୟାହ୍ନ ଭୋଜନରେ ଖାଇବା ପସନ୍ଦ କରୁଥିବା ବେଳେ ରାତିରେ କେବଳ ସୁପ୍ ହେଉଛି ଅଭିନେତ୍ରୀଙ୍କ ପ୍ରଥମ ପସନ୍ଦ ।
ଚିଟ୍ ଡେ'ରେ କ'ଣ ଖାଆନ୍ତି ଅଭିନେତ୍ରୀ
ତେଜସ୍ୱୀ ଷ୍ଟ୍ରିଟ୍ ଫୁଡର ଖାଇବା ଅଧିକ ପସନ୍ଦ କରନ୍ତି । ସେ ପିଜା, ରୋଡ୍ ସାଇଟ୍ ଖାଦ୍ୟ ଚିଟ୍ ଡେ'ରେ ଖାଇବା ପସନ୍ଦ କରିଥାନ୍ତି ।
ଚକୋଲେଟ୍ ଏବଂ ବଟର ଚିକେନ୍ ମଧ୍ୟ ତାଙ୍କର ପ୍ରଥମ ପସନ୍ଦ ।












Click it and Unblock the Notifications