୧୨ ଦେଶ ଉପରେ ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ଫ୍‍ ୧୨ଟି ଦେଶ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି ଘୋଷଣାପତ୍ରରେ ସ୍ୱାକ୍ଷର କରିଛନ୍ତି । ଏଥିରେ ସମ୍ପୃକ୍ତ ଦେଶଗୁଡ଼ିକ ଆମେରିକାକୁ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଲାଗୁ ହେବାକୁ ଥିବା ବିଭିନ୍ନ ଶୁଳ୍କ ହାରକୁ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି । ଏହି ପ୍ରସ୍ତାବଗୁଡ଼ିକୁ ଆସନ୍ତା ସୋମବାର ଦିନ ସମ୍ପୃକ୍ତ ଦେଶଗୁଡ଼ିକୁ ପଠାଯିବ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଟ୍ରମ୍ଫ୍‍ କହିଛନ୍ତି, କିଛି ଶୁଳ୍କ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ, ଯାହା ଆସନ୍ତା ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି ।

trump

ସୂଚନାଯୋଗ୍ୟ, ଗତ ଏପ୍ରିଲ୍‍ରେ ଶ୍ରୀ ଟ୍ରମ୍ଫ୍‍ ଅଧିକାଂଶ ଆମଦାନୀ ଉପରେ ମୂଳ ୧୦ ପ୍ରତିଶତ ଶୁଳ୍କ ଘୋଷଣା କରିଥିଲେ । ଚୀନ ସମେତ କିଛି ଦେଶପାଇଁ ଆମେରିକା ପକ୍ଷରୁ ଉଚ୍ଚ ଶୁଳ୍କ ହାର ଘୋଷଣା କରାଯାଇଥିବାବେଳେ ବର୍ଦ୍ଧିତ ଶୁଳ୍କଗୁଡ଼ିକୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା । ଏପର୍ଯ୍ୟନ୍ତ ଆମେରିକା ଲଣ୍ଡନ୍‍ ଏବଂ ଭିଏତ୍‍ନାମ୍‍ ସହିତ ବାଣିଜ୍ୟ ଚୁକ୍ତିନାମା ଚୁଡ଼ାନ୍ତ କରିଛି । ତେବେ ଭାରତ କୌଣସି ଚୁକ୍ତିରେ ସ୍ୱାକ୍ଷର କରି ନାହିଁ ବୋଲି ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଲୟ କହିଛନ୍ତି । ତେବେ ଭାରତର ଜାତୀୟ ସ୍ୱାର୍ଥକୁ ସୁହାଇବା ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଚୁକ୍ତିନାମାରେ ସ୍ୱାକ୍ଷର କରାଯିବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+