ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ 29 ବର୍ଷ ବୟସରେ ପରଲୋକ ଘଟିଛି ।
ଚେନ୍ନାଇ: ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ 29 ବର୍ଷ ବୟସରେ ପରଲୋକ ଘଟିଛି । ସ୍ଥାନୀୟ ଏକ ହୋଟେଲ ରୁମରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ବୁଧବାର ଦିନ ଚେନ୍ନାଇର ନାଜରାଥପେଟରେ ଥିବା ଏକ ହୋଟେଲ ରୁମରେ ତାମିଲ ଅଭିନେତା ଭିଜେ ଚିତ୍ରାଙ୍କ ମୃତଦେହ ମିଳିଛି । ନ୍ୟୁଜ୍ ଏଜେନ୍ସି ANI ଟ୍ୱିଟ୍ କରି କହିଛି, "ଟିଭି ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ଆଜି ସକାଳେ ଚେନ୍ନାଇର ଏକ ହୋଟେଲରେ ମୃତଦେହ ମିଳିଛି। ମୃତ୍ୟୁର କାରଣ ପୋଲିସ ଖୋଜୁଛି। ତାଙ୍କ ମୃତଦେହ ଉଦ୍ଧାର କରି ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ଚାଲିଛି। " ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି କୁହାଯାଉଛି ।

ହୋଟେଲ ମ୍ୟାନେଜର ବୁଧବାର ସକାଳ ପ୍ରାୟ 3.30 ସମୟରେ ପୋଲିସ ହେଲ୍ପଲାଇନ ନମ୍ବର 100 କୁ ଫୋନ କରିଥିଲେ। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ଅନ୍ତିମ ସୋସିଆଲ୍ ମିଡିଆ ଅପଡେଟ୍ ପୋଷ୍ଟ କରାଯାଇଥିଲା | ସେ ଏକ ଫଟୋସୁଟରୁ ନିଜର ଏକ ଫଟୋ ସେୟାର କରିଥିଲେ ଏବଂ ହସୁଥିବା ଚେହେରା ଇମୋଜି ସହିତ ଏହାର କ୍ୟାପସନ୍ ଦେଇଥିଲେ । ଟେଲିଭିଜନରେ ସେ ଏକ ଲୋକପ୍ରିୟ ଚେହେରା ଭାବରେ ପରିଚିତ ହୋଇଥିଲେ ।












Click it and Unblock the Notifications