'ବବଲି ବାଉନ୍ସର୍ ' ର ପ୍ରଥମ ପୋଷ୍ଟର ରିଲିଜ
ମୁମ୍ବାଇ: ତମନ୍ନା ଭାଟିଆ ଷ୍ଟାରର ଫିଲ୍ମ ' ବବଲି ବାଉନ୍ସର୍ ' ର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ତମନ୍ନା ନିଜେ ଏହାକୁ ନିଜ ଟ୍ୱିଟରରେ ସେୟାର କରି ଲେଖିଛନ୍ତି, 'ଓ ବାବଲେ ସୁନା କୟା?' ଆସି ଯାଇଛି ବବଲି ବାଉନ୍ସର ସମୟ ! ଏହା ହୃଦୟକୁ ସଂଯୋଗ କରିବ ନା ହାଡ ଭାଙ୍ଗିବ? ତାହା ଖୁବ ଶୀଘ୍ର ଜାଣା ପଡିଯିବ । ଏହି ପୋଷ୍ଟରଟି ରିଲିଜ୍ ହେବା ପରଠୁ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ବଡ଼ ବଡ଼ ଷ୍ଟାରଙ୍କ ସହ ଫ୍ୟାନ୍ସ ମଧ୍ୟ ତମନ୍ନାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି ।
Oye bawale suna kya? Aa gaya hai Babli Bouncer ka time! Dilon ko yeh jodegi, ya khub haddiyaan todegi? Pata chalega jald hi! ❤️🔥
— Tamannaah Bhatia (@tamannaahspeaks) July 20, 2022
Here’s the first look of #BabliBouncer.
Streaming from Sept 23 only on @DisneyPlusHS
@imbhandarkar @starstudios_ #BikramDuggal @jungleepictures pic.twitter.com/cbC7nHFOKI
ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବବଲି ବାଉନ୍ସର୍' ସୁଟିଂ ଶେଷ ହୋଇଛି । ଏହି ଫିଲ୍ମଟି ସେପ୍ଟମ୍ବର ୨୩ରେ Disney+ Hotstarରେ ରିଜିଲ୍ ହେବ । ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ଏହି ଚଳଚ୍ଚିତ୍ର ଜରିଆରେ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ସାଉଥ୍ ଫିଲ୍ମରୁ ବଲିଉଡ୍ରେ ନିଜ କମାଲ ପୁଣି ଦେଖାଇବେ । ତମନ୍ନା ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ । ତେବେ ଦୀର୍ଘ ଦିନ ପରେ ବଲିଉଡ ଫିଲ୍ମରେ ତମନ୍ନାଙ୍କୁ ଦେଖିବାକୁ ମିଳିବ ।

ପୂର୍ବରୁ ତମନ୍ନାଙ୍କୁ ବଡ଼ ବଡ଼ ବଲିଉଡ ତାରକାଙ୍କ ସହ ଦେଖିବା ପାଇଁ ମିଳିଛି । ହେଲେ ଏହି ଫିଲ୍ମରେ ପ୍ରଥମ ଥର ତାଙ୍କୁ ବଲିଉଡରେ ମୁଖ୍ୟ ଭୂମିକାରେ ଦେଖିବା ପାଇଁ ପାଇବେ ଦର୍ଶକ । ଫିଲ୍ମ ବାହୁବଳୀ ପରେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ଖୁବ ବଢି ଯାଇଛି । ତମନ୍ନା ଗତ ବର୍ଷ ସାଉଥ ଫିଲ୍ମ 'ସିଟିମାର'ରେ ମଧ୍ୟ ନଜର ଆସିଥିଲେ ।ଏବେ ଦେଖିବା ବାକି ରହିଲା ବଲିଉଡ ଦର୍ଶକ ମାନଙ୍କୁ କିଭଳି ଏଣ୍ଟରଟେନ୍ କରୁଛନ୍ତି ତମାନ୍ନା ।
-
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର












Click it and Unblock the Notifications